Posted inଖେଳ

ଭାରତ ଆଜି ଇଂଲଣ୍ଡକୁ ଭେଟିବ

ଆଡିଲେଡ୍‌,୧୦ା୧୧(ପି.ଟି): ଚଳିତ ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଆଡିଲେଡରେ ଖେଳାଯିବ। ଭାରତ ଓ ଇଂଲଣ୍ଡ ଏହି ମ୍ୟାଚରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ଏହି ମ୍ୟାଚ ସହିତ ଭାରତ ନିଜର ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ। ଚଳିତ ଟୁର୍ନାମେଣ୍ଟର ସୁପର-୧୨ ପର୍ଯ୍ୟାୟରେ ଇଂଲଣ୍ଡ ତୁଳନାରେ ଭାରତର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତ୍ର ଇଂଲଣ୍ଡ ନିକଟରେ ବେନ୍‌ ଷ୍ଟୋକ୍ସ ଓ ଜୋସ୍‌ ବଟଲରଙ୍କ ପରି ମ୍ୟାଚ ବିଜେତା ରହିଛନ୍ତି। ସେମିଫାଇନାଲରେ ମୁକାବିଲାରେ ଭଲ ପ୍ରଦର୍ଶନ କରିବା ଦଳ ହିଁ ପୁରସ୍କୃତ ହେବ ା ତେଣୁ ଗ୍ରୁପ୍‌ ପର୍ଯ୍ୟାୟ ପ୍ରଦର୍ଶନର କୌଣସି ମୂଲ୍ୟ ରହି ନ ଥାଏ।

ଇଂଲଣ୍ଡ ଚଳିତ ବିଶ୍ୱକପ୍‌ରେ ଏହାର ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସମର୍ଥ ହୋଇନାହିଁ ବୋଲି ସ୍ବୀକାର କରିଛନ୍ତି ବେନ୍‌ ଷ୍ଟୋକ୍ସ। ତେବେ ଇତିହାସ ମଧ୍ୟ ଭାରତ ସପକ୍ଷରେ ନାହିଁ। ବିଗତ ୯ ବର୍ଷ ହେବ ଭାରତ ବିଭିନ୍ନ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ ଷ୍ଟେଜରେ ପହଞ୍ଚୁଥିଲେ ମଧ୍ୟ ଜିତିବାରେ ସମର୍ଥ ହେଉନାହିଁ। ୨୦୧୪ ଟି୨୦ ବିଶ୍ୱକପ୍‌ ଫାଇନାଲ, ୨୦୧୬ ଟି୨୦ ବିଶ୍ୱକପ୍‌ ସେମିଫାଇନାଲ, ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଭାରତ ଟାଇଟଲ ହାସଲରେ ସମର୍ଥ ହୋଇନାହିଁ। ରୋହିତ ଶର୍ମା ଉକ୍ତ ୪ଟି ଦଳରେ ସାମିଲ ଥିଲେ ମଧ୍ୟ ଅଧିନାୟକ ନ ଥିଲେ ା ଫୁଲ୍‌ଟାଇମ୍‌ ଅଧିନାୟକ ହେବା ପରେ ରୋହିତଙ୍କ ନିକଟରେ ଇତିହାସ ସୃଷ୍ଟି କରିବାରେ ଏହା ଏକ ସୁବର୍ଣ୍ଣ ସୁଯୋଗ।

ଏହି ଟୁର୍ନାମେଣ୍ଟରେ ୫ ମ୍ୟାଚରୁ ମାତ୍ର ୮୯ ରନ୍‌ କରିଥିବା ରୋହିତଙ୍କ ହାତରେ ଆଘାତ ସତ୍ତ୍ୱେ ନିଜ ପସନ୍ଦର ପୁଲ୍‌ ଶଟ୍‌ ଖେଳିବା ଆଶା କରାଯାଉଛି। ଅନ୍ୟପକ୍ଷରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସଭିଙ୍କ ନଜର ରହିବ। ଆଦିଲ ରଶିଦ୍‌ ଓ ଟୁର୍ନାମେଣ୍ଟର ଟପ୍‌ ସ୍କୋରର କୋହଲିଙ୍କ ମଧ୍ୟରେ ହେବାକୁ ଥିବା ଲଢେଇ ଓ ସାମ୍‌ କୁରାନ୍‌ ଏବଂ ଭାରତର ନୂଆ ମିଷ୍ଟର ୩୬୦ ଡିଗ୍ରୀ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ହେବାକୁ ଥିବା ଲଢେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ। ସେହିପରି ବେନ୍‌ ଷ୍ଟୋକ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ଦକ୍ଷତା ମଧ୍ୟରେ ଏକ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଫ୍ୟାନମାନେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ(ଏମ୍‌ସିଜି)ରେ ଭାରତ- ପାକିସ୍ତାନ ମ୍ୟାଚ ଦେଖିବାକୁ ସବୁଠୁ ଉତ୍ସାହୀ ରହିଛନ୍ତି।

କାର୍ତ୍ତିକ/ପନ୍ତ, ଚହଲ/ ଅକ୍ଷର: ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଉଇକେଟକିପର ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ ତାହା ଉପରୁ ପରଦା ହଟୁନାହିଁ। ଏହା ସହିତ ସ୍ପିନ୍‌ ବିଭାଗରେ ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କ ସାମିଲକୁ ନେଇ ଦ୍ୱନ୍ଦ୍ୱରେ ରହିଛି ଭାରତ। ୫ ନମ୍ବର ସ୍ଥାନରେ ଭାରତୀୟ ଦଳ ଏଯାଏ ଏହାର ଶ୍ରେଷ୍ଠ ବିକଳ୍ପ ପାଇନାହିଁ। ଦୀନେଶ କାର୍ତ୍ତିକ ବିଫଳ ହୋଇଥିବା ବେଳେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ପନ୍ତଙ୍କୁ ସୁଯୋଗ ମିଳିଥିଲା। ପନ୍ତ ବିଫଳ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ଚିନ୍ତାରେ ପଡିଛି। ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଫିନିଶର ଭାବରେ ଦୀନେଶ କାର୍ତ୍ତିକଙ୍କୁ ପସନ୍ଦ କରୁଥିବାରୁ ତାଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳିପାରେ।

ସେହିପରି ଅକ୍ଷର ପଟେଲଙ୍କ ଇକୋନୋମି ହାର ୯ ରନ୍‌ ଉପରେ ରହିଥିବା ବେଳେ ମାତ୍ର ୩ ଉଇକେଟ ନେଇଛନ୍ତି। ଏହି ମ୍ୟାଚଟି ପୂର୍ବରୁ ବ୍ୟବହୃତ ହୋଇ ସାରିଥିବା ପିଚ୍‌ରେ ଖେଳା ଯାଉଥିବାରୁ ଚହଲ ଅଧିକ ଘାତକ ସାବ୍ୟସ୍ତ ହୋଇପାରନ୍ତି। ମାର୍କ ଉଡ୍‌ ପିଠିରେ ଆଘାତ କାରଣରୁ ବାଦ୍‌ ପଡିପାରନ୍ତି। ଟାଇମାଲ୍‌ ମିଲ୍ସ ଓ କ୍ରିସ୍‌ ଜୋର୍ଡାନ ତାଙ୍କର ବିକଳ୍ପ ଭାବରେ ସାମିଲ ହେବେ। ସାମ୍‌ କୁରାନ୍‌ ଓ ବେନ୍‌ ଷ୍ଟୋକ୍ସ ଚମତ୍କାର ଫର୍ମରେ ରହିଥିବା ବେଳେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ଆଲେକ୍ସ ହେଲ୍ସ, ଲିଆମ ଲିଭିଙ୍ଗଷ୍ଟୋନ୍‌ ଏବଂ ଜୋସ ବଟଲର ଯେକୌଣସି ବୋଲିଂ ଲାଇନଅପ୍‌କୁ ଧ୍ୱସ୍ତ କରିପାରନ୍ତି। ଆଡିଲେଡ ପିଚ୍‌ରେ ୧୭୦ ରନ୍‌ ହାରାହାରି ସ୍କୋର ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ୪ଟି ଓ ଇଂଲଣ୍ଡ ୩ଟି ମ୍ୟାଚ ଜିତିଥିଲା। ଦୁଇ ଦଳ ଗୋଟିଏ ଲେଖାଏ ମ୍ୟାଚରେ ପରାଜିତ ହୋଇଥିଲେ।

ଭାରତ ପଲା ଭାରି

ଟି୨୦ ରେକର୍ଡ ଦୃଷ୍ଟିରୁ ଇଂଲଣ୍ଡ ବିପକ୍ଷରେ ଭାରତର ପଲା ଭାରି ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ଏଥିରୁ ଭାରତ ୧୨ଟି ଏବଂ ଇଂଲଣ୍ଡ ୧୦ଟିରେ ବିଜୟୀ ହୋଇଛି। ଘରୋଇ ପରିବେଶରେ ଭାରତ ୬ଟି, ଇଂଲଣ୍ଡରେ ୪ଟି ଏବଂ ନିରପେକ୍ଷ ଭେନ୍ୟୁରେ ୨ଟି ମ୍ୟାଚ ଜିତିଛି। ଇଂଲଣ୍ଡ ଘରୋଇ ଏବଂ ଭାରତ ମାଟିରେ ୫ଟି ଲେଖାଏ ଟି୨୦ ଜିତିଛି। ନିରପେକ୍ଷ ଭେନ୍ୟୁରେ ଏହି ଦଳ ଭାରତକୁ ହରାଇ ପାରିନାହିଁ। ସେହିପରି ଟି୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ୩ଟି ମ୍ୟାଚରେ ଭେଟିଛନ୍ତି। ଏଥିରୁ ଭାରତ ୨ଟିରେ ବିଜୟୀ ହୋଇଥିବାବେଳେ ଇଂଲଣ୍ଡ ଗୋଟିଏ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ମ୍ୟାଚରେ ଭାରତର ସର୍ବାଧିକ ସ୍କୋର ୨୧୮ ଏବଂ ଇଂଲଣ୍ଡର ୨୦୦ ରହିଛି। ଭାରତର ସର୍ବନିମ୍ନ ସ୍କୋର ୧୫୦ ଥିବାବେଳେ ଇଂଲଣ୍ଡର ୮୦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?