Posted inଖେଳ

ଶ୍ରୀଲଙ୍କାରେ ଟିମ୍‌ ଇଣ୍ଡିଆ ଖେଳିବ ୩ ଦିନିକିଆ, ଟି୨୦

ନୂଆଦିଲ୍ଲୀ, ୧୦।୫- ଭାରତୀୟ ଦଳ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳାହିବ। ତେବେ ଏହି ଟୁର୍‌ରେ ଟିମ୍‌ ଇଣ୍ଡିଆର ତାରକା ଖେଳାଳିମାନେ ୟୁକେରେ ଥିବେ। ଏଣୁ ଏକ ଦ୍ୱିତୀୟ ଶ୍ରେଣୀର ଭାରତୀୟ ଦଳ ଶ୍ରୀଲଙ୍କା ଯିବ।

ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁସାରେ ୩ଟି ଦିନିକିଆ ଜୁଲାଇ ୧୩, ୧୬, ୧୯ ଏବଂ ୩ଟି ଟି୨୦ ଜୁଲାଇ ୨୨, ୨୪ ଓ ୨୭ ତାରିଖରେ ଅନୁଷ୍ଠିତ ହେବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବ। ଏହାପରେ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ମଝିରେ ଏକମାସର ବ୍ୟବଧାନ ଥିଲେ ହେଁ କ୍ୱାରାଣ୍ଟାଇନ୍‌ ନିୟମ ଦୃଷ୍ଟିରୁ ଭାରତୀୟ ଦଳ ସେହି ବଳୟ ମଧ୍ୟରେ ହିଁ ରହିବ।

ପ୍ରାରମ୍ଭିକ ପ୍ରସ୍ତୁତି ଅନୁସାରେ ଭାରତୀୟ ଦ୍ୱିତୀୟ ଶ୍ରେଣୀୟ ଦଳ ଜୁଲାଇ ୫ରେ ଶ୍ରୀଲଙ୍କାରେ ପହଞ୍ଚତ୍ବ ଏବଂ ୨୮ରେ ଶ୍ରୀଲଙ୍କା ଛାଡ଼ିବ। ସେଠାରେ ଭାରତୀୟ ଦଳ ଏକସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବ। ଏହାକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ୩ ଦିନ କଡ଼ା ନିୟମ ମଧ୍ୟରେ ଦଳକୁ କେବଳ ହୋଟେଲ ରୁମ୍‌ ମଧ୍ୟରେ ରହିବାକୁ ହେବ। ପରବର୍ତ୍ତୀ ୪ ଦିନ ହୋଟେଲ ଏବଂ ଗ୍ରାଉଣ୍ଡରେ ଟ୍ରେନିଂ କରିପାରିବେ। ବିନା ଦର୍ଶକରେ ଏହି ସିରିଜ ଅନୁଷ୍ଠିତ ହେବ। କେଉଁ ଗ୍ରାଉଣ୍ଡରେ ମ୍ୟାଚ ଗୁଡ଼ିକ ଖେଳାଯିବ ତାହା ସ୍ପଷ୍ଟ କରାଯାଇନାହିଁ। ୨୦୧୮ ନିଦାହାସ ଟ୍ରଫି ପରେ ଭାରତୀୟ ଦଳ ଆଉ ଶ୍ରୀଲଙ୍କା ଗସ୍ତ କରିନାହିଁ। କୋହଲିଙ୍କ ସମେତ ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ଲୋକେଶ ରାହୁଲଙ୍କ ପରି ସିନିୟର ଖେଳାଳି ସେତେବେଳେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ୟୁକେରେ ଥିବେ। ତେଣୁ ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧାଓ୍ବନ, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମ୍‌ସନ, ପୃଥ୍ବୀ ଶ’, ଦୀପକ ଚହର, ରାହୁଲ ଚହର, ଜୟଦେବ ଉନାଡକଟ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଟଓ୍ବୋଟିଆଙ୍କ ପରି ଖେଳାଳିଙ୍କ ଉପରେ ଚୟନକର୍ତ୍ତାଙ୍କ ଫୋକସ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri