Posted inଖେଳ

ଶ୍ରୀଲଙ୍କାରେ ଟିମ୍‌ ଇଣ୍ଡିଆ ଖେଳିବ ୩ ଦିନିକିଆ, ଟି୨୦

ନୂଆଦିଲ୍ଲୀ, ୧୦।୫- ଭାରତୀୟ ଦଳ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳାହିବ। ତେବେ ଏହି ଟୁର୍‌ରେ ଟିମ୍‌ ଇଣ୍ଡିଆର ତାରକା ଖେଳାଳିମାନେ ୟୁକେରେ ଥିବେ। ଏଣୁ ଏକ ଦ୍ୱିତୀୟ ଶ୍ରେଣୀର ଭାରତୀୟ ଦଳ ଶ୍ରୀଲଙ୍କା ଯିବ।

ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁସାରେ ୩ଟି ଦିନିକିଆ ଜୁଲାଇ ୧୩, ୧୬, ୧୯ ଏବଂ ୩ଟି ଟି୨୦ ଜୁଲାଇ ୨୨, ୨୪ ଓ ୨୭ ତାରିଖରେ ଅନୁଷ୍ଠିତ ହେବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବ। ଏହାପରେ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ମଝିରେ ଏକମାସର ବ୍ୟବଧାନ ଥିଲେ ହେଁ କ୍ୱାରାଣ୍ଟାଇନ୍‌ ନିୟମ ଦୃଷ୍ଟିରୁ ଭାରତୀୟ ଦଳ ସେହି ବଳୟ ମଧ୍ୟରେ ହିଁ ରହିବ।

ପ୍ରାରମ୍ଭିକ ପ୍ରସ୍ତୁତି ଅନୁସାରେ ଭାରତୀୟ ଦ୍ୱିତୀୟ ଶ୍ରେଣୀୟ ଦଳ ଜୁଲାଇ ୫ରେ ଶ୍ରୀଲଙ୍କାରେ ପହଞ୍ଚତ୍ବ ଏବଂ ୨୮ରେ ଶ୍ରୀଲଙ୍କା ଛାଡ଼ିବ। ସେଠାରେ ଭାରତୀୟ ଦଳ ଏକସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବ। ଏହାକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ୩ ଦିନ କଡ଼ା ନିୟମ ମଧ୍ୟରେ ଦଳକୁ କେବଳ ହୋଟେଲ ରୁମ୍‌ ମଧ୍ୟରେ ରହିବାକୁ ହେବ। ପରବର୍ତ୍ତୀ ୪ ଦିନ ହୋଟେଲ ଏବଂ ଗ୍ରାଉଣ୍ଡରେ ଟ୍ରେନିଂ କରିପାରିବେ। ବିନା ଦର୍ଶକରେ ଏହି ସିରିଜ ଅନୁଷ୍ଠିତ ହେବ। କେଉଁ ଗ୍ରାଉଣ୍ଡରେ ମ୍ୟାଚ ଗୁଡ଼ିକ ଖେଳାଯିବ ତାହା ସ୍ପଷ୍ଟ କରାଯାଇନାହିଁ। ୨୦୧୮ ନିଦାହାସ ଟ୍ରଫି ପରେ ଭାରତୀୟ ଦଳ ଆଉ ଶ୍ରୀଲଙ୍କା ଗସ୍ତ କରିନାହିଁ। କୋହଲିଙ୍କ ସମେତ ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ଲୋକେଶ ରାହୁଲଙ୍କ ପରି ସିନିୟର ଖେଳାଳି ସେତେବେଳେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ୟୁକେରେ ଥିବେ। ତେଣୁ ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧାଓ୍ବନ, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମ୍‌ସନ, ପୃଥ୍ବୀ ଶ’, ଦୀପକ ଚହର, ରାହୁଲ ଚହର, ଜୟଦେବ ଉନାଡକଟ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଟଓ୍ବୋଟିଆଙ୍କ ପରି ଖେଳାଳିଙ୍କ ଉପରେ ଚୟନକର୍ତ୍ତାଙ୍କ ଫୋକସ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri