Posted inଜାତୀୟ

ଦୁଇ ଥର ଅଲିମ୍ପିକ୍ସ ପଦକଧାରୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ, ୧୦।୫- ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା କିମ୍ବଦନ୍ତୀ ରେସଲର ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ। ଦିଲ୍ଲୀର ଉତ୍ତରାଞ୍ଚଳରେ ଥିବା ଛତ୍ରସାଲ ଷ୍ଟାଡିୟମ ମଧ୍ୟରେ ଘଟିଥିବା ହତ୍ୟାକାଣ୍ଡରେ ସୁଶୀଲଙ୍କ ହାତ ଥିବା ପୋଲିସକୁ ଦୃଢ଼ ପ୍ରମାଣ ମିଳିଛି। ରବିବାର ବିଳମ୍ବିତ ରାତିରେ ନୋଟିସ ଜାରି ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ପୀଡ଼ିତଙ୍କ ଷ୍ଟେଟମେଣ୍ଟ ରେକର୍ଡ ସରିଛି। ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟ୍‌ ଖାଲି କରାଇବା ପାଇଁ ୩ ଯୁବ ରେସଲରଙ୍କୁ ଆକ୍ରମଣ କରାଯାଇଥିଲା।

ଏଫ୍‌ଆଇଆର୍‌ରେ ସୁଶୀଲଙ୍କ ନାମ ରହିଛି। ସେ ଏବେ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ପଡ଼ୋଶୀ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ବୋଲି ଜଣେ ପୋଲିସ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି।

ସୁଶୀଲ ଆକ୍ରମଣବେଳେ ଘଟଣାସ୍ଥଳରେ ଉପସ୍ଥିତି ଥିବା ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତ। ଏହି ଆକ୍ରମଣରେ ଜଣେ ୨୩ ବର୍ଷୀୟ ରେସଲରଙ୍କ ମୃତ୍ୟୁ ହୋଇଛି। ମୃତକ ଓ ତାଙ୍କର ଦୁଇ ସାଙ୍ଗଙ୍କୁ ଷ୍ଟାଡିୟମ ଭିତରେ ମଙ୍ଗଳବାର ରାତିରେ ସିନିୟର ରେସଲରମାନେ ନିର୍ଯ୍ୟାତନା ଦେଇଥିଲେ। ଏହି ହତ୍ୟାକାଣ୍ଡରେ ସୁଶୀଲଙ୍କ ସହ ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ୍‌ ଓ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ବିରୋଧରେ ହତ୍ୟା ଓ ସଶସ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି ସହ ମେଣ୍ଟ ଚାହାନ୍ତି ମମତା

ଲକ୍ଷ୍ନୌ, ୧୩।୯(ଆଇଏଏନ୍‌ଏସ୍‌): ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି।...

ଓକିଲଙ୍କ ଉପରେ ଲାଗିଲା ୧୦୦ ଟଙ୍କା ଜରିମାନା, ଏମିତି ଭରିଲେ ଟଙ୍କା

ନୂଆଦିଲ୍ଲୀ,୧୪।୮: ପ୍ରତିଦିନ ସୁପ୍ରିମକୋର୍ଟକୁ ଭିନ୍ନ ଭିନ୍ନ ପ୍ରକାରର ମାମଲା ଆସେ। ନିକଟରେ ସେମିତି ଏକ ଏକ ମାମଲା ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟର ଜଣେ ଓକିଲଙ୍କ ଉପରେ...

ଶାହରୁଖଙ୍କ ଶାଶୁଙ୍କ ଫାର୍ମ ହାଉସ୍‌ ଉପରେ ଲାଗିଲା ୩କୋଟି ଟଙ୍କାର ଜରିମାନା

ମୁମ୍ବାଇ,୨୮।୨: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍‌ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍‌ସ...

ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ…

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ...

ଅଗ୍ନିପଥ: ବାୟୁସେନାରେ ୯୪ ହଜାର ଆବେଦନ

ନୂଆଦିଲ୍ଲୀ, ୨୮।୬: ସେନାରେ ଠିକା ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ରେ ୪ ଦିନରେ ୯୪,୨୮୧ ଜଣ ଆବେଦନ କରିଛନ୍ତି।...

ଭାରତୀୟ ସଂସ୍କୃତି ଉପରେ ଜ୍ଞାନ ଆହରଣ ପାଇଁ ୧୩ ଦେଶର ୩୧ ଛାତ୍ରୀଛାତ୍ରଙ୍କ ବିଶ୍ୱ ହିନ୍ଦୀ ଯାତ୍ରା…

ନୂଆଦିଲ୍ଲୀ,୨୭।୫ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ (ଆଇସିସିଆର) ଦ୍ୱାରା ୧୩ ଟି ଦେଶର ୩୧ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱ ହିନ୍ଦୀ ଯାତ୍ରା ଆୟୋଜିତ ହୋଇଛି।...

ଇ-ଫାର୍ମାସି ନିୟମ : ବନ୍ଦ ହେବ ଏସବୁ ଔଷଧ ଦୋକାନ, ସରକାର ଆଣିବେ ନୂଆ ଆଇନ…

ନୂଆଦିଲ୍ଲୀ,୧୫।୩ : ଯଦି ଆପଣ ଅନଲାଇନରେ ଔଷଧ କିଣୁଛନ୍ତି କିମ୍ବା ବିକ୍ରୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଅନଲାଇନରେ ଔଷଧ ବିକ୍ରୟ କରୁଥିବା ସମସ୍ତ ଔଷଧ...

ଡିସେମ୍ବର ସୁଦ୍ଧା ଆସିବ କରୋନା ଟିକା!

ମୁମ୍ବାଇ.୧୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ଏହାର ଟିକା ବା ଭ୍ୟାକ୍ସିନକୁ ନେଇ ଚାଲିଛି ଗବେଷଣା। ଆଉ ଗୋଟିଏ...

Advertisement
Archives

Model This Week