Posted inଜାତୀୟ

ଦୁଇ ଥର ଅଲିମ୍ପିକ୍ସ ପଦକଧାରୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ, ୧୦।୫- ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା କିମ୍ବଦନ୍ତୀ ରେସଲର ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ। ଦିଲ୍ଲୀର ଉତ୍ତରାଞ୍ଚଳରେ ଥିବା ଛତ୍ରସାଲ ଷ୍ଟାଡିୟମ ମଧ୍ୟରେ ଘଟିଥିବା ହତ୍ୟାକାଣ୍ଡରେ ସୁଶୀଲଙ୍କ ହାତ ଥିବା ପୋଲିସକୁ ଦୃଢ଼ ପ୍ରମାଣ ମିଳିଛି। ରବିବାର ବିଳମ୍ବିତ ରାତିରେ ନୋଟିସ ଜାରି ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ପୀଡ଼ିତଙ୍କ ଷ୍ଟେଟମେଣ୍ଟ ରେକର୍ଡ ସରିଛି। ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟ୍‌ ଖାଲି କରାଇବା ପାଇଁ ୩ ଯୁବ ରେସଲରଙ୍କୁ ଆକ୍ରମଣ କରାଯାଇଥିଲା।

ଏଫ୍‌ଆଇଆର୍‌ରେ ସୁଶୀଲଙ୍କ ନାମ ରହିଛି। ସେ ଏବେ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ପଡ଼ୋଶୀ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ବୋଲି ଜଣେ ପୋଲିସ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି।

ସୁଶୀଲ ଆକ୍ରମଣବେଳେ ଘଟଣାସ୍ଥଳରେ ଉପସ୍ଥିତି ଥିବା ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତ। ଏହି ଆକ୍ରମଣରେ ଜଣେ ୨୩ ବର୍ଷୀୟ ରେସଲରଙ୍କ ମୃତ୍ୟୁ ହୋଇଛି। ମୃତକ ଓ ତାଙ୍କର ଦୁଇ ସାଙ୍ଗଙ୍କୁ ଷ୍ଟାଡିୟମ ଭିତରେ ମଙ୍ଗଳବାର ରାତିରେ ସିନିୟର ରେସଲରମାନେ ନିର୍ଯ୍ୟାତନା ଦେଇଥିଲେ। ଏହି ହତ୍ୟାକାଣ୍ଡରେ ସୁଶୀଲଙ୍କ ସହ ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ୍‌ ଓ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ବିରୋଧରେ ହତ୍ୟା ଓ ସଶସ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri