Posted inଖେଳ

ଭାରତ ପ୍ରଥମେ ପାକିସ୍ତାନକୁ ଭେଟିବ

ଦୁବାଇ,୪ା୧୦: ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ୨୦୨୩ ପାଇଁ ସୋମବାର ଅନ୍ତର୍ଜାତୀୟ କ୍ରୀଡ଼ା ପରିଷଦ (ଆଇସିସି) ତରଫରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତଦନୁସାରେ ଭାରତ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଫେବୃୟାରୀ ୧୨ରେ କେପ୍‌ଟାଉନ୍‌ଠାରେ ଖେଳିବ। ଦକ୍ଷିଣ ଆଫ୍ରିକାରେ ଫେବୃୟାରୀ ୧୦ରୁ ୨୬ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ନାମେଣ୍ଟର ଗ୍ରୁପ୍‌ ୨ରେ ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ପାକିସ୍ତାନ ଓ କ୍ୱାଲିଫାୟର ଆୟର୍ଲାଣ୍ଡ ସ୍ଥାନ ପାଇଛନ୍ତି। ଭାରତ ଏହାର ଦ୍ୱିତୀୟ ମ୍ୟାଚ୍‌ ଫେବୃୟାରୀ ୧୫ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କେପ୍‌ଟାଉନ୍‌ରେ ଖେଳିବ। ଦଳ ଇଂଲଣ୍ଡ ଓ ଆୟର୍ଲାଣ୍ଡକୁ ଯଥାକ୍ରମେ ଫେବୃୟାରୀ ୧୮ ଓ ୨୦ରେ ଜିକ୍ୱେବର୍‌ହାଠାରେ ଭେଟିବ। ଆୟୋଜକ ଦକ୍ଷିଣ ଆଫ୍ରିକା ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ କେପ୍‌ଟାଉନ୍‌ରେ ଖେଳିବ। ଫାଇନାଲ ମ୍ୟାଚ୍‌ ଫେବୃୟାରୀ ୨୬ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ତ୍ରୀ, ଝିଅ ସହ ସମୁଦ୍ର କୂଳରେ ମଜାନେଲେ ରୋହିତ୍‌ ଶର୍ମା

ଦୁବାଇ, ୮।୯: ଆଇପିଏଲ୍‌ର ସବୁଠାରୁ ସଫଳ ଫ୍ରାଞ୍ଚାଇଜ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ସର୍ବାଧିକ ୪ଥର ଆଇପିଏଲ୍‌ ଟ୍ରଫି ଜିତି ରେକର୍ଡ କରିଛି।...

ବାଙ୍ଗାଲୋର ବିପକ୍ଷରେ ଗେଲ୍‌ ଖେଳିବେ

ଦୁବାଇ,୧୪।୧୦ (ପି.ଟି.): କିଙ୍ଗ୍ସ ଏକାଦଶ ପଞ୍ଜାବର ବରିଷ୍ଠ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ ମ୍ୟାଚ୍‌ ଖେଳିବେ। ଇତିମଧ୍ୟରେ ସେ...

ଗୋପୀଚାନ୍ଦଙ୍କୁ ଡକ୍ଟୋରେଟ୍‌ ଉପାଧି

ନୂଆଦିଲ୍ଲୀ, ୨୮ା୬ (ପି.ଟି.)-ଭାରତର ମୁଖ୍ୟ ବ୍ୟାଡ୍‌ମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କୁ ଡକ୍ଟୋରେଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ଆଇଆଇଟି କାନପୁରର ୫୨ତମ ସମାବର୍ତ୍ତନ ଉତ୍ସବ ଅବସରରେ ଶୁକ୍ରବାର...

ଭାରତରେ ନିର୍ମିତ ହେଉଛି ପୃଥିବୀର ପ୍ରଥମ ହାଇଟେକ୍‌ ଷ୍ଟାଡ଼ିୟମ୍‌: ବର୍ଷାରେ ବି ଖେଳାଯାଇ ପାରିବ କ୍ରିକେଟ ମ୍ୟାଚ୍‌

ଚଣ୍ଡିଗଡ଼, ୨୮।୬: ବର୍ଷା ହେଲେ କ୍ରିକେଟ ଖେଳ ସମ୍ଭବ ହୋଇ ପାରି ନ ଥାଏ। ତେବେ ଏହାର ସମାଧାନ ପାଇଁ ପଞ୍ଜାବ କ୍ରିକେଯ ସଂଘ ପକ୍ଷରୁ...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର୍‌ କିଙ୍ଗ୍ସ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ...

ଓଡ଼ିଶା ଏଫ୍‌ସି ଓଡବ୍ଲ୍ୟୁଏଲ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷର ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ରେ ଚାମ୍ପିୟନ ହୋଇଛି ଓଡ଼ିଶା ଏଫ୍‌ସି। ଇଷ୍ଟକୋଷ୍ଟ ରେଲଓ୍ବେ ଦ୍ୱିତୀୟ ସ୍ଥାନରେ ରହି...

ମ୍ୟାଚ୍‌ବେଳେ ହୃଦ୍‌ଘାତରେ ଫୁଟ୍‌ବଲରଙ୍କ ମୃତ୍ୟୁ

ମାଲାପୁରମ (କେରଳ), ୩୧ା୧୨ (ପି.ଟି.)- କେରଳର ପରିଣ୍ଟାଲ୍‌ମାନାଠାରେ ଏକ ମ୍ୟାଚ ଖେଳୁଥିବାବେଳେ ଫୁଟ୍‌ବଲର ଧନରାଜନ ରାଧାକ୍ରିଷ୍ଣନଙ୍କର ହୃଦ୍‌ଘାତରେ ପ୍ରାଣହାନୀ ଘଟିଛି। ରବିବାର ସନ୍ଧ୍ୟାରେ ଏଫ୍‌ସିସ ପରିଣ୍ଟାଲମାନ୍ନା...

ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଜାକର୍ତ୍ତା,୧୯।୭(ପି.ଟି.)-ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ତାରକା ପି.ଭି. ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ଜାପାନର ନୋଜୋମି ଓକୁହାରାଙ୍କୁ...

Advertisement
Archives

Model This Week