Posted inଜାତୀୟ

ଆଉ ୬ ପୋସେଇଡନ୍‌ ବିମାନ କିଣିବ ଭାରତ

ନୂଆଦିଲ୍ଲୀ,୨୬ା୭: ଚାଇନା ସହ ସାମରିକ ବିବାଦ ଲାଗି ରହିଥିବାବେଳେ ଭାରତ ଆଉ ୬ଟି ପୋସେଇଡନ୍‌-୮ଆଇ ବିମାନ ଆମେରିକାରୁ କିଣିବାକୁ ଯାଉଛି। ଏଥିସହିତ ୬ଟି ପ୍ରେଡାଟର-ବି ସଶସ୍ତ୍ର ଡ୍ରୋନ୍‌ କିଣିବା ଲାଗି ଯୋଜନା କରାଯାଉଛି। ୨୦୦୯ ଜାନୁୟାରୀରେ ନୌସେନାରେ ୮ଟି ପୋସେଇଡନ୍‌-୮ଆଇ ସାମିଲ ହୋଇଥିଲା। ୨୦୧୬ ଜୁଲାଇରେ ହୋଇଥିବା ଚୁକ୍ତି ଅନୁଯାୟୀ ଆଉ ୪ଟି ବିମାନ ଡିସେମ୍ବରରେ ଆମେରିକା ଯୋଗାଇଦେବ। ନାଭାଲ ପୋସେଇଡନ୍‌-୮ଆଇ ବିମାନରେ ରାଡାର, ଇଲେକ୍ଟ୍ରୋ ଅପ୍‌ଟିକ୍‌ ସେନ୍‌ସର, ହାର୍ପୁନ୍‌ ବ୍ଲକ୍‌୨ କ୍ଷେପଣାସ୍ତ୍ର ଏବଂ ଏମ୍‌କେ-୫୪ ହାଲୁକା ଟରପେଡୋ ରହିଛି। ଭାରତ ମହାସାଗର ସମେତ ପୂର୍ବ ଲଦାଖ ଉପରେ ନଜର ରଖିବାରେ ଏହି ବିମାନକୁ ବ୍ୟବହାର କରାଯାଉଛି। ୧.୮ ବିଲିୟନ ଡଲାରରେ ପୁଣି ୬ଟି ପୋସେଇଡନ୍‌-୮ଆଇ କିଣିବା ଲାଗି ଆମେରିକାକୁ ଅନୁରୋଧ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ଆମେରିକା କଂଗ୍ରେସର ଅନୁମୋଦନ ମିଳିବା ପରେ ଆସନ୍ତା ବର୍ଷ ଚୁକ୍ତି ସ୍ବାକ୍ଷର ହେବ। ସେହିପରି ଜରୁରୀ ଆବଶ୍ୟକତା ଭିତ୍ତିରେ ୬ଟି ପ୍ରେଡାଟର-ବି ଡ୍ରୋନ୍‌ କିଣିବା ପାଇଁ ସଶସ୍ତ୍ର ବଳ ବିଚାର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ ରେଡ୍ଡି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, କେବଳ ମମତା ନୁହଁନ୍ତି କୋଟିପତି

ନୂଆଦିଲ୍ଲୀ,୧୩।୪: ନେତାଙ୍କ ଅପରାଧିକ ଇତିହାସ ଓ ସମ୍ପତ୍ତି ଉପରେ ନଜର ରଖୁଥିବା ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମର୍ସ(ଏଡିଆର) ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ରିପୋର୍ଟ ଜାରି କରିଛି।...

ଗୁରୁବାର ଯାଏ ବଢ଼ିଲା ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୨୮।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଅନ୍ତରୀଣ ଜାମିନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ବଢ଼ାଇ ଦେଇଛନ୍ତି।...

ମମତା ସରକାରଙ୍କୁ ଝଟ୍‌କା: ରାମନବମୀ ହିଂସା ମାମଲା ଏନଆଇଏକୁ ହସ୍ତାନ୍ତର…

କୋଲକାତା,୨୭।୪ : ପଶ୍ଚିମବଙ୍ଗର ବିଭିନ୍ନ ଜିଲାରେ ରାମ ନବମୀ ଅବସରରେ ଘଟିଥିବା ହିଂସାକୁ ନେଇ କଲିକତା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ହାଓ୍ବଡା...

ଏହି ଶିକ୍ଷାନୁଷ୍ଠାନରେ ୯୨ କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୧୮।୩: କର୍ନାଟକର ମଣିପାଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଇତିମଧ୍ୟରେ ୯୨ରେ ପହଞ୍ଚିଛି। ପୂର୍ବରୁ ୫୯ ଜଣଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌...

୨ ଖାସ୍‌ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇଟି ପଦକ୍ଷେପ – ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିଟେଲ ଡାଇରେକ୍ଟ ସ୍କିମ...

ମୁଁ ମମତାଙ୍କ ପ୍ରଶଂସକ, ହେଲେ ଯାହା ହେଉଛି ତାହା ଭୟଙ୍କର: ଦିଗବିଜୟ

ନୂଆଦିଲ୍ଲୀ,୧୦।୭: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ସୋମବାର ପଶ୍ଚିମବଙ୍ଗରେ ବିରୋଧ ପ୍ରଦର୍ଶନ ଓ ପଞ୍ଚାୟତ ନିର୍ବାଚନ ପରେ ହୋଇଥିବା ହିଂସାକୁ ନେଇ ନିଜର ପ୍ରତିକ୍ରିୟା...

ବୁଷ୍ଟର ଡୋଜ୍‌ ଆରମ୍ଭ…

ନୂଆଦିଲ୍ଲୀ, ୧୦।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ...

ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ...

Advertisement
Archives

Model This Week