ମୋବାଇଲ ଫାଟିବା ବା ସ୍କ୍ରିନ/ବ୍ୟାଟେରି ଫାଟିବା ପଛରେ ଅନେକ କାରଣ ରହିଥାଏ। ଯେପରିକି ଅତ୍ୟଧିକ ତାପ, ବ୍ୟାଟେରିର ତ୍ରୁଟି ବା ଫୁଲିଯିବା ଏବଂ ଚାପ ଭଳି କାରଣ ରହିଥାଏ। ସ୍କ୍ରିନ କାଚ ଫାଟିବା ଏବଂ ବ୍ୟାଟେରି ଫୁଲି ଫାଟିବା ଦୁଇଟି ଭିନ୍ନ ସମସ୍ୟା।

ଅତ୍ୟଧିକ ଗରମ ହେବା:
ଚାର୍ଜିଂ ସମୟରେ ଫୋନ ବ୍ୟବହାର କରିବା, ଖରାରେ ବା ଗରମ ସ୍ଥାନରେ ରଖିବା, କିମ୍ବା ଲମ୍ବା ସମୟ ଧରି ଗେମ୍ ଖେଳିଲେ ଫୋନ ଭିତରେ ତାପ ବଢ଼େ। ଏହା ବ୍ୟାଟେରି ଭିତରେ ଗ୍ୟାସ ସୃଷ୍ଟି କରି ଫୋନ୍ ଫାଟିବା ବା ବ୍ଲାଷ୍ଟର କାରଣ ହୋଇପାରେ।
ବ୍ୟାଟେରି ଫୁଲିବା ଓ ପୁରୁଣା ହେବା:
ଲିଥିୟମ-ଆୟନ ବ୍ୟାଟେରି ପୁରୁଣା ହେଲେ, ଓଭରଚାର୍ଜ କିମ୍ବା ଖରାପ ଚାର୍ଜର ବ୍ୟବହାର କଲେ ଭିତରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ବ୍ୟାଟେରି ଫୁଲିଯାଏ। ଫୁଲିଥିବା ବ୍ୟାଟେରି ବ୍ୟାକ୍ କଭର ବା ସ୍କ୍ରିନ୍କୁ ଚାପ ଦେଇ ଫଟାଇଦିଏ।

ନିମ୍ନମାନର ଚାର୍ଜର/ବ୍ୟାଟେରି:
ସାର୍ଟିଫାଏଡ ନ ଥିବା ଚାର୍ଜର ବା ନକଲି ବ୍ୟାଟେରି ଭୋଲ୍ଟେଜ ଓ ତାପକୁ ଠିକ ଭାବେ ନିୟନ୍ତ୍ରଣ କରିପାରେ ନାହିଁ, ଯାହା ଶର୍ଟସର୍କିଟ ବା ଫାଟିବାର ଆଶଙ୍କା ବଢ଼ାଏ।
ପଡ଼ିଯିବା ବା ଚାପ ପଡ଼ିବା:
ଟାଣ ସ୍ଥାନରେ ଫୋନ ପଡ଼ିଲେ କିମ୍ବା ଉପରେ ଭାରୀ ଜିନିଷ ପଡ଼ିଲେ ସ୍କ୍ରିନ କାଚ ଫାଟେ ଏବଂ ଭିତରର ବ୍ୟାଟେରି ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ।
ତାପମାତ୍ରାର ହଠାତ୍ପରିବର୍ତ୍ତନ:
ଅତ୍ୟଧିକ ଗରମ ଅବସ୍ଥାରୁ ହଠାତ୍ ଥଣ୍ଡା ସ୍ଥାନକୁ ନେବା କିମ୍ବା ପାଣି/ଆର୍ଦ୍ରତା ପଶିବା ଦ୍ୱାରା ସର୍କିଟ ଓ କାଚ ଉପରେ ଚାପ ପଡ଼େ।
କେମିତି ରହିବେ ସତର୍କ:
ଚାର୍ଜ ଲଗାଇ ଫୋନ ବ୍ୟବହାର କରନ୍ତୁ ନାହିଁ ଏବଂ ରାତିସାରା ଚାର୍ଜରେ ରଖନ୍ତୁ ନାହିଁ।
ଫୋନ ଅତ୍ୟଧିକ ଗରମ ଲାଗିଲେ ବା ବ୍ୟାକ ପ୍ୟାନେଲ ଫୁଲିଲା ପରି ଲାଗିଲେ ତୁରନ୍ତ ବ୍ୟବହାର ବନ୍ଦ କରି ସର୍ଭିସ ସେଣ୍ଟରକୁ ନିଅନ୍ତୁ।

ସବୁବେଳେ ଅସଲି ବା ବିଶ୍ୱସ୍ତ ବ୍ରାଣ୍ଡର ଚାର୍ଜର ଓ ବ୍ୟାଟେରି ବ୍ୟବହାର କରନ୍ତୁ ଏବଂ ଭଲ କ୍ୱାଲିଟିର କଭର ଓ ଟେମ୍ପର୍ଡ ଗ୍ଲାସ ଲଗାନ୍ତୁ।

