Posted inଖେଳ

ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଲେ କୋହଲି: କଲେ ଏମିତି କାମ

କୋଲକାତା,୧୭।୩: ଭାରତୀୟ ଉଇକେଟକିପର ରିଷଭ ପନ୍ତ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ପ୍ରଶଂସକମାନେ ପ୍ରତ୍ୟେକ ମ୍ୟାଚରେ ତାଙ୍କଠାରୁ ବଡ଼ ଇନିଂସ ଆଶା କରୁଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟି -୨୦ରେ ମଧ୍ୟ ସମାନ ଆଶା ଥିଲା। ଏହି ମ୍ୟାଚ୍‌ରେ ପନ୍ତ ଆରମ୍ଭରୁ ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ ଭଲ ସଟ ଖେଳିଥିଲେ କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ତତ୍ପରତା ଯୋଗୁ ତାଙ୍କୁ ଆଉଟ୍‌ ହେବାକୁ ପଡିଥିଲା। ରିଷଭ ପନ୍ତ ୨୫ ରନ କରିଥିବାବେଳେ ବିରାଟ କୋହଲି ତାଙ୍କୁ ଆଉଟ କରି ଦେଇଥିଲେ। ୨ ରନ ନେବା ପରେ ବିରାଟ କୋହଲି ତୃତୀୟ ରନ ପାଇଁ ତାଙ୍କୁ ତତ୍ପର ହୋଇ ଡାକିଥିଲେ, ପନ୍ତ ଆସିବା କ୍ଷଣି ରନ୍‌ଆଉଟ୍‌ ହୋଇଥିଲେ। ବିରାଟ କୋହଲିଙ୍କ ଭୁଲ ଯୋଗୁ ପନ୍ତ ରନ୍‌ ଆଉଟ୍‌ ହୋଇଥିଲେ। ଦ୍ୱାଦଶ ଓଭରରେ ରିଷଭ ପନ୍ତ ସାମ କରଣଙ୍କ ପ୍ରଥମ ବଲରୁ ଦୁଇଟି ରନ ଚୋରି କରିଥିଲେ, କିନ୍ତୁ ଏହା ପରେ ଫିଲ୍ଡରଙ୍କ ଥ୍ରୋ ଉଇକେଟ କିପର ଜୋସ ବଟଲର ଧରିପାରି ନ ଥିଲେ। ଏହି ସମୟରେ ବିରାଟ କୋହଲି ତୃତୀୟ ରନ ପାଇଁ ପନ୍ତଙ୍କୁ ଡାକିଥିଲେ। ପନ୍ତ ଉଇକେଟ ଠାରୁ ବହୁତ ଆଗରେ ଯାଇଥିଲେ କିନ୍ତୁ ସେ ଅଧିନାୟକଙ୍କ ସ୍ବର ଶୁଣିବା ପରେ ଦୌଡ଼ିଥିଲେ ମଧ୍ୟ ସେ ପହଞ୍ଚି ପାରି ନ ଥିଲେ ଏବଂ ତାଙ୍କୁ ଉଇକେଟ ହରାଇବାକୁ ପଡିଥିଲା। ଆଉଟ୍‌ ପରେ ପନ୍ତ ବହୁତ ନିରାଶ ଦେଖାଯାଉଥିଲେ ଏବଂ କୋହଲି ମଧ୍ୟ ତାଙ୍କ ଭୁଲକୁ ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri