Posted inଖେଳ

ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଲେ କୋହଲି: କଲେ ଏମିତି କାମ

କୋଲକାତା,୧୭।୩: ଭାରତୀୟ ଉଇକେଟକିପର ରିଷଭ ପନ୍ତ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ପ୍ରଶଂସକମାନେ ପ୍ରତ୍ୟେକ ମ୍ୟାଚରେ ତାଙ୍କଠାରୁ ବଡ଼ ଇନିଂସ ଆଶା କରୁଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟି -୨୦ରେ ମଧ୍ୟ ସମାନ ଆଶା ଥିଲା। ଏହି ମ୍ୟାଚ୍‌ରେ ପନ୍ତ ଆରମ୍ଭରୁ ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ ଭଲ ସଟ ଖେଳିଥିଲେ କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ତତ୍ପରତା ଯୋଗୁ ତାଙ୍କୁ ଆଉଟ୍‌ ହେବାକୁ ପଡିଥିଲା। ରିଷଭ ପନ୍ତ ୨୫ ରନ କରିଥିବାବେଳେ ବିରାଟ କୋହଲି ତାଙ୍କୁ ଆଉଟ କରି ଦେଇଥିଲେ। ୨ ରନ ନେବା ପରେ ବିରାଟ କୋହଲି ତୃତୀୟ ରନ ପାଇଁ ତାଙ୍କୁ ତତ୍ପର ହୋଇ ଡାକିଥିଲେ, ପନ୍ତ ଆସିବା କ୍ଷଣି ରନ୍‌ଆଉଟ୍‌ ହୋଇଥିଲେ। ବିରାଟ କୋହଲିଙ୍କ ଭୁଲ ଯୋଗୁ ପନ୍ତ ରନ୍‌ ଆଉଟ୍‌ ହୋଇଥିଲେ। ଦ୍ୱାଦଶ ଓଭରରେ ରିଷଭ ପନ୍ତ ସାମ କରଣଙ୍କ ପ୍ରଥମ ବଲରୁ ଦୁଇଟି ରନ ଚୋରି କରିଥିଲେ, କିନ୍ତୁ ଏହା ପରେ ଫିଲ୍ଡରଙ୍କ ଥ୍ରୋ ଉଇକେଟ କିପର ଜୋସ ବଟଲର ଧରିପାରି ନ ଥିଲେ। ଏହି ସମୟରେ ବିରାଟ କୋହଲି ତୃତୀୟ ରନ ପାଇଁ ପନ୍ତଙ୍କୁ ଡାକିଥିଲେ। ପନ୍ତ ଉଇକେଟ ଠାରୁ ବହୁତ ଆଗରେ ଯାଇଥିଲେ କିନ୍ତୁ ସେ ଅଧିନାୟକଙ୍କ ସ୍ବର ଶୁଣିବା ପରେ ଦୌଡ଼ିଥିଲେ ମଧ୍ୟ ସେ ପହଞ୍ଚି ପାରି ନ ଥିଲେ ଏବଂ ତାଙ୍କୁ ଉଇକେଟ ହରାଇବାକୁ ପଡିଥିଲା। ଆଉଟ୍‌ ପରେ ପନ୍ତ ବହୁତ ନିରାଶ ଦେଖାଯାଉଥିଲେ ଏବଂ କୋହଲି ମଧ୍ୟ ତାଙ୍କ ଭୁଲକୁ ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଲଜ୍ଜାଜନକ ପରାଜୟ

ଓ୍ବେଲିଂଟନ,୨୪ା୨- ଦିନିକିଆ ସିରିଜ୍‌ରେ ଖାତା ଖୋଲିପାରି ନ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ବରଣ...

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ସାଲଭାଡର, ୧।୭- ଏକ ରୋମାଞ୍ଚକ ମ୍ୟାଚ୍‌ରେ ଶୁଟ୍‌ଆଉଟ୍‌ରେ ଉରୁଗୁଏକୁ ପରାସ୍ତ କରିବା ପରେ ପେରୁ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି।...

ଏହି କ୍ରିକେଟର୍‌ଙ୍କୁ ଡରି ତାଙ୍କ ପାଖ ମାଡୁ ନ ଥିଲେ ଝିଅ, ଜାଣନ୍ତୁ କାହିଁକି

ମୁମ୍ବାଇ,୩୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଝିଅ ସମାଇରା ଆଜି ଦ୍ୱିତୀୟ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ରୋହିତ ପ୍ରଶଂସକ...

୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ, ଏବେ ମିଳିଲା ଭାରତୀୟ ଦଳରେ ସ୍ଥାନ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳରେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ...

ଟେଷ୍ଟ ସିରିଜ: ଈଶାନ୍ତ ଆଉଟ, ୧୧ରେ ରୋହିତଙ୍କୁ ନେଇ ନିଷ୍ପତ୍ତି

ସିଡ୍‌ନୀ,୨୮।୧୧ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଭାରତର ସବୁଠାରୁ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ବାଦ୍‌ ପଡିଛନ୍ତି। ସିରିଜ ବେଳକୁ ସେ ମ୍ୟାଚ୍‌...

କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୫୭ …

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌ (କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ (ଜିଟି) ଟସ ଜିତି ପ୍ରଥମେ...

ଗୁଜରାଟକୁ ୧୭୮ର ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିଥିଲେ ହେଁ ଏହାର ଇନିଂସକୁ ୨୦ ଓଭରରେ ୧୭୭/୬ରେ ସୀମିତ...

ବଳାତ୍କାର ଅଭିଯୋଗ: ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ତଦନ୍ତ ଶେଷ

ସାଓ ପାଉଲୋ,୩୦।୭(ଏଏଫ୍‌ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ଆସିଥିବା ବଳାତ୍କାର ଅଭିଯୋଗର ତଦନ୍ତ ଶେଷ ହୋଇଛି। ପ୍ରମାଣ ଅଭାବରୁ ବ୍ରାଜିଲ ପୋଲିସ ତଦନ୍ତ ଆଗକୁ...

Advertisement
Archives

Model This Week