Posted inଜାତୀୟ

ଅଜାନ ଶବ୍ଦରେ ଶୋଇପାରୁ ନାହାନ୍ତି କୁଳପତି: ଜିଲାପାଳଙ୍କୁ ଲେଖିଲେ ଚିଠି

ପ୍ରୟାଗରାଜ,୧୭।୩: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ଆହ୍ଲାବାଦ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ ମସଜିଦ୍‌ରୁ ଶୁଭା ଯାଉଥିବା ଅଜାନ ଶବ୍ଦରେ ଶୋଇ ପାରୁ ନାହାନ୍ତି। ଏନେଇ ସେ ପ୍ରୟାଗରାଜ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ମସଜିଦ୍‌ରେ ଲାଉଡ୍‌ ସ୍ପିକର ଲଗାଯାଇ ଥିବାରୁ ଅଜାନ ଶବ୍ଦ ଅଧିକ ଶୁଣାଯାଉଥିବାରୁ ତାଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସଙ୍ଗୀତା ଚିଠିର ନକଲ ଏସ୍‌ପି, ଆଇଜି ଏବଂ କମିଶନରଙ୍କ ପାଖକୁ ମଧ୍ୟ ପଠାଇଛନ୍ତି। ଚିଠି ୨୦୨୧ ମାର୍ଚ୍ଚ ୩ରେ ଲେଖାଯାଇଛି। ସଙ୍ଗୀତା ଉଲ୍ଲେଖ କରିଛନ୍ତି ଯେ, କୌଣସି ସମ୍ପ୍ରଦାୟର ବିରୋଧ କରୁ ନାହାନ୍ତି। ତେବେ ବିନା ଲାଉଡ୍‌ ସ୍ପିକରରେ ମଧ୍ୟ ଅଜାନ ଦିଆଯାଇ ପାରିବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି। କୁଳପତିଙ୍କ ଚିଠି ମିଳିଥିବା ଜିଲାପାଳ ଭାନୁଚନ୍ଦ୍ର ଗୋସ୍ବାମୀ ସୂଚନା ଦେଇଛନ୍ତି। ଚିଠି ଲେଖିବା ପରେ ମାର୍ଚ୍ଚ ୧୫ରୁ କୁଳପତି ଲମ୍ବା ଛୁଟିରେ ଯାଇଛନ୍ତି। ତାଙ୍କ ସ୍ଥାନରେ ପ୍ରଫେସର ଶେଖର ଶ୍ରୀବାସ୍ତବ କୁଳପତି ଦାୟିତ୍ୱରେ ରହିଛନ୍ତି। ସଙ୍ଗୀତାଙ୍କ ଏଭଳି ଅଭିଯୋଗ ନେଇ ଏବେ ରାଜ୍ୟର ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବାରେ ଲାଗିଛି। ଏହାକୁ ନେଇ ସମାଜବାଦୀ ପାର୍ଟି ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଫଳ ଦୋକାନୀ: କଦଳୀ ଝୁଲାଇ ବୋର୍ଡରେ ଲେଖିଲେ ଏମିତି

ଚେନ୍ନାଇ,୨୩।୫: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି। କରୋନା ଯୋଗୁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌...

‘ଭାରତରେ ନାହିଁ ଗୋଷ୍ଠୀ ସଂକ୍ରମଣ’

ନୂଆଦିଲ୍ଲୀ,୧୧ା୪: ବିଭିନ୍ନ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ‘ସ୍ଥିତି ରିପୋର୍ଟ’ରେ ତ୍ରୁଟି ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ବୀକାର କରିଛି। ପୂର୍ବରୁ ପ୍ରକାଶିତ...

ହାଥରସ ଗଣବଳାତ୍କାରକୁ ନେଇ ପୋଲିସର ବଡ ବୟାନ

ଲକ୍ଷ୍ନୌ,୧ ।୧୦: ଉତ୍ତର ପ୍ରଦେଶ ହାଥରସ ଗଣବଳାତ୍କାର ମାମଲା ବେଳକୁ ବେଳ ନୂଆ ମୋଡ ନେଇଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ଏହାକୁ ନେଇ ରାଜନୀତି...

୩୧% ପ୍ରାର୍ଥୀଙ୍କ ନଁ।ରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୧ା୧୦: ବିହାର ବିଧାନସଭା ନିର୍ବାଚନ ଲାଗି ୨୮ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା ୧,୦୬୪ ଜଣଙ୍କ ମଧ୍ୟରୁ ୩୧%...

କରୋନା ରୋଗୀଙ୍କୁ ବିକଳାଙ୍ଗ କରୁଛି ବ୍ଲାକ୍‌ ଫଙ୍ଗସ୍‌

ନୂଆଦିଲ୍ଲୀ, ୧୦।୫: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ିଚାଲିଛି। ଏଥିରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ନୂଆ ମାନଦଣ୍ଡ ସୃଷ୍ଟି କରିବ: ପେଣ୍ଟାଗନ ଅଧିକାରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତରୁ ଭାରତ ଏବଂ ଆମେରିକାର ଲୋକମାନେ ବହୁତ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ...

ଆଜି ନିଷ୍ପତ୍ତି ନେବେ ଚାଷୀ

ନୂଆଦିଲ୍ଲୀ,୮ା୧୨: ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନେ ଏଥିରୁ ଓହରିବେ କି ନାହିଁ ସେନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୁଧବାର...

ଛାତ୍ରୀଙ୍କ ସ୍କୁଟି ପଛପଟେ ବସି ବୁଲିଲେ ରାହୁଲ ଗାନ୍ଧୀ: ଭିଡିଓ ଭାଇରାଲ

ଜୟପୁର,୨୪।୯: ଜୟପୁର ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଛାତ୍ରୀଙ୍କ ସ୍କୁଟି ପଛପଟେ ବସି ବୁଲିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ...

Advertisement
Archives

Model This Week