Posted inଖେଳ

ଶାର୍ଦ୍ଦୁଳ ଠାକୁରଙ୍କୁ ସିଡ୍‌ନୀରେ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୩୧ା୧୨- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ଭାରତୀୟ ପେସର ଉମେଶ ଯାଦବ । ତାଙ୍କ ବଦଳରେ ସିଡ୍‌ନୀଠାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଉଦୀୟମାନ ପେସର ଟି. ନଟରାଜନଙ୍କୁ ନୁହେଁ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇପାରେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ।

ଟି୨୦ ସିରିଜ୍‌ରେ ଜବରଦସ୍ତ ବୋଲିଂ ପରେ ନଟରାଜନଙ୍କୁ ଟେଷ୍ଟ ପଦାର୍ପଣ କରିବାର ସୁଯୋଗ ମିଳିବ ବୋଲି ଆଲୋଚନା ହେଉଛି। ହେଲେ ସେ ଏପର୍ଯ୍ୟନ୍ତ ତାମିଲନାଡୁ ପକ୍ଷରୁ ମାତ୍ର ଗୋଟେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ଅନ୍ୟ ପଟେ ଶାର୍ଦ୍ଦୁଳ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରଭାବଶାଳୀ ପ୍ରଦର୍ଶନ କରିଆସିଛନ୍ତି। ଦୁଭାଗ୍ୟବଶତଃ ଆହତ ସମସ୍ୟା ଯୋଗୁ ଶାର୍ଦ୍ଦୁଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପଦାର୍ପଣ ଟେଷ୍ଟରେ ପ୍ରଥମ ଓଭର ମଧ୍ୟ ପୂରଣ କରିପାରି ନ ଥିଲେ। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍‌ ଓ ତାଙ୍କୁ ଉମେଶଙ୍କ ବଦଳରେ ସୁଯୋଗ ମିଳିପାରେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ଶାର୍ଦ୍ଦୁଳ ଓ ନଟରାଜନଙ୍କ ମଧ୍ୟରୁ କାହାକୁ ମିଳିବ ସୁଯୋଗ, ତାହା କୋଚ୍‌ ରବି ଶାସ୍ତ୍ରି ଓ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଉପରେ ନିର୍ଭର କରେ। ପ୍ରଥମ ଶ୍ରେଣୀ କ୍ରିକେଟରେ ୬୨ ମ୍ୟାଚ୍‌ ଖେଳିଥିବା ଶାର୍ଦ୍ଦୁଳ ୨୦୬ ଉଇକେଟ ନେଇଛନ୍ତି। ଆଉ ତାଙ୍କର ବ୍ୟାଟିଂ ଦକ୍ଷତା ମଧ୍ୟ ରହିଛି। ତାଙ୍କ ନାମରେ ଅଛି ୬ଟି ପ୍ରଥମ ଶ୍ରେଣୀ ଅର୍ଦ୍ଧଶତକ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଞ୍ଚ ଥର ଅଲିମ୍ପିକ ସ୍ବର୍ଣ୍ଣ ବିଜେତାଙ୍କୁ ହରାଇଲେ ଟିଟ୍‌ମୁସ

ଟୋକିଓ, ୨୭।୭-ପାଞ୍ଚ ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଆମେରିକାର କେଟ୍‌ ଲେଡେକିଙ୍କୁ ହରାଇ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ୪୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣ...

ଟସ୍‌ ଜିତିଲା ପଞ୍ଜାବ: ଆରମ୍ଭରୁ ଲକ୍ଷ୍ନୌକୁ ଝଟ୍‌କା

ପୁଣେ,୨୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ଶନିବାର ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ...

ଭାରତ ଉଦ୍ଦେଶ୍ୟମୂଳକ ଭାବେ ପରାସ୍ତ ହୋଇନି: ସର୍ଫରାଜ

କରାଚୀ, ୭ା୭ (ପି.ଟି.)-ଚଳିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନକୁ ସେମିଫାଇନାଲରୁ ବଞ୍ଚତ୍ତ କରିବା ଉଦ୍ଦେଶ୍ୟରେ ଭାରତ ଇଂଲଣ୍ଡ ବିପକ୍ଷରେ ଜାଣିଶୁଣି ଖେଳିଲା ନାହିଁ ବୋଲି ଯାହା କୁହାଯାଉଛି...

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ବେରେଟିନି ଫାଇନାଲରେ

ଲଣ୍ଡନ, ୧୦।୭- ଇଟାଲିର ମାଟେଓ ବେରେଟିନି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସେ...

ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ : ତିନି ବିଭାଗ ସେମିରେ ପ୍ରମୋଦ

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ତିନୋଟି ବିଭାଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ...

ଶତକ ମାରିପାରିଲେନି ମୋଇନ, ରାଜସ୍ଥାନକୁ ୧୫୧ ରନ୍‌ର ବିଜୟଲକ୍ଷ୍ୟ

ମୁମ୍ବାଇ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ର ଶୁକ୍ରବାର ଖେଳାଯାଉଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଜାରି ରହିଛି। ମ୍ୟାଚ୍‌ରେ ରାଜସ୍ଥାନକୁ...

ଅଖ୍‌ତରଙ୍କ ପ୍ରସ୍ତାବକୁ କପିଳଦେବଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୦।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତର ଯେଉଁ ୩ ମ୍ୟାଚ୍‌ ବିଶିଷ୍ଟ...

‘କୁମିନ୍ସ ଏଭଳି ଖେଳିବେ ଆଶା ନ ଥିଲା’

ପୁଣେ,୭।୪: ୧୫ ବଲରେ ପାଟ କୁମିନ୍ସଙ୍କ ୫୬ ରନ୍‌ର ବିସ୍ଫୋରକ ପାଳି ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଚକିତ କରି ଦେଇଛି। କୁମିନ୍ସଙ୍କ...

Advertisement
Archives

Model This Week