ଆସନ୍ତା ମାସ ସୁଦ୍ଧା ଆସିପାରେ କରୋନା ଟିକା

ନୂଆଦିଲ୍ଲୀ,୧୪ ।୧୧: ଆସନ୍ତା ମାସ ସୁଦ୍ଧା ଦେଶକୁ ୧୦ କୋଟି କରୋନା ଟିକା ମିଳିଯିବ ବୋଲି ଦାବି କରିଛନ୍ତି ସିରମ ଇନଷ୍ଟିଚ୍ୟୁଟର ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା । ସିରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଏହି ଟିକା ପ୍ରସ୍ତୁତ କରୁଛି । ଏହା ଏସ୍‌ଟ୍ରେଜେନେକା, ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ପ୍ରସ୍ତୁତ କରାଯାଉଛି । ପୁନାୱାଲା କହିଛନ୍ତି ପ୍ରଥମେ ଭାରତ ପାଇଁ ଟିକା ପ୍ରସ୍ତୁତ କରାଯିବ ଏହାପରେ ଏହାକୁ ବିତରଣ କରିବାର ବ୍ୟବସ୍ଥା କରାଯିବ । ଆସନ୍ତା ବର୍ଷ ଆରମ୍ଭରେ ଟିକାକୁ ମଞ୍ଜୁରୀ ମିଳିବ ଓ ଏହାପରେ ଅନ୍ୟ ଦକ୍ଷିଣ ଏସିଆ ଦେଶକୁ ଏହା ଯୋଗାଇ ଦିଆଯିବ । ସିରମ ଇନଷ୍ଟିଚ୍ୟୁଟ ଶହେ କୋଟି ଟିକା ପ୍ରସ୍ତୁତ କରିବ ଯେଉଁଥିରେ ୫୦ କୋଟି ଭାରତ ପାଇଁ ଓ ବାକି ୫୦ କୋଟି ଅନ୍ୟ ଦକ୍ଷିଣ ଏସିଆ ଦେଶକୁ ଯୋଗାଇ ଦିଆଯିବ । ଏବେ ପର୍ଯ୍ୟନ୍ତ ସିରମ ଇନଷ୍ଟିଚ୍ୟୁଟ ୪ କୋଟି ଟିକା ପ୍ରସ୍ତୁତ କରି ସାରିଥିବା କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘କରୋନା ମୁକାବିଲାରେ ଓଡ଼ିଶା ଅଗ୍ରଣୀ’

ଭୁବନେଶ୍ୱର, ୨୯।୫(ବ୍ୟୁରୋ): କରୋନା ମୁକାବିଲାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ଗୁରୁବାର କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି।...

ଗୁରୁତର କରୋନା ସଂକ୍ରମିତଙ୍କୁ ଶାନ୍ତି ମୃତ୍ୟୁ: ବ୍ରିଟେନ୍‌ରେ ଅଫ୍‌ କରି ଦିଆଯାଉଛି ଭେଣ୍ଟିଲେଟର ସ୍ବିଚ୍‌ !

ଲଣ୍ଡନ,୧୮।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ବ୍ରିଟେନ୍‌ରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟକ୍ରର୍ମୀ ଅଧିକ ବିସାଦଗ୍ରସ୍ତ...

ବ୍ୟାଙ୍କ ଠକେଇ: ୪ ବର୍ଷରେ ୩୮ ଅଭିଯୁକ୍ତ ଛାଡ଼ିଛନ୍ତି ଦେଶ

ନୂଆଦିଲ୍ଲୀ, ୧୫।୯: ବ୍ୟାଙ୍କ ଠକେଇ ଅଭିଯୋଗରେ ଗତ ୪ ବର୍ଷ ମଧ୍ୟରେ ୩୮ ଅଭିଯୁକ୍ତ ଦେଶ ଛାଡ଼ିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଏନେଇ...

ଭାରତରେ ଯାହା ଚାଲିଛି, ଠିକ୍‌ ନୁହେଁ

ନୂଆଦିଲ୍ଲୀ,୧୫-୧:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିବାଦ ତେଜିବାରେ ଲାଗିଥିବାବେଳେ ଏହି ନବପ୍ରଣୀତ ବ୍ୟବସ୍ଥାକୁ ନେଇ ବିଦେଶରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି...

CORONAVIRUS UPDATE: ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୩୪୩

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୨୩ଜଣ ରହିଥିବା ବେଳେ ଯାଜପୁରର...

ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର

ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା...

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର…

ବାଲେଶ୍ୱର,୨୮।୬(ବ୍ୟୁରୋ): ଭାରତର ପ୍ରତିରକ୍ଷା କ୍ଷମତାରେ ପୁଣି ବୃଦ୍ଧି ଘଟିଛି। ସୋମବାର ପୂର୍ବାହ୍ନ ୧୦ଟା ୫୫ରେ ଓଡ଼ିଶାର ବାଲେଶ୍ୱରସ୍ଥିତ ଅବଦୁଲ୍‌ କାଲାମ ଦ୍ୱୀପରୁ ଅଗ୍ନି ସିରିଜ୍‌ର ନୂଆ...

ସକ୍ରିୟ ମାମଲା ଲକ୍ଷେ ତଳେ…

ନୂଆଦିଲ୍ଲୀ, ୨୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

Advertisement
Archives

Model This Week