ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୯(ସୁନିତ୍‌ ମିଶ୍ର): ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି। ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁ ହୋଇପାରୁଛି। ଯେତେବେଳେ ଭାରତ ଚନ୍ଦ୍ରାୟନର ଉପଲବ୍ଧି କରୁଛି, ସୂର୍ଯ୍ୟ ଅଭିଯାନ କରୁଛି ଭାରତ ସେତେବେଳେ ବୈଶ୍ୱିକ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି। ଏହା ୧୪୦ କୋଟି ଭାରତୀୟଙ୍କ ପାଇଁ ଗୌରବର କ୍ଷଣ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ୱ ଯୋଗୁ ୨ ଦିନିଆ ଜି-୨୦ ବୈଠକ ସଫଳ ହୋଇଛି॥ ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବେ ସମସ୍ତଙ୍କୁ ସାଙ୍ଗରେ ନେଇ ଗୋଟିଏ ପ୍ରସ୍ତାବ ତିଆରି କରିପାରିଛି, ଯାହା ବୈଶ୍ୱିକ ସ୍ତରରେ କମ୍‌ ଦେଖିବାକୁ ମିଳେ। ପ୍ରଧାନମନ୍ତ୍ରୀ ଓଡ଼ିଆ ସମାଜର ଗର୍ବ ବଢାଇଛନ୍ତି। ଜି-୨୦ ବୈଠକର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମରେ ଯେବେ ଅତିଥିଙ୍କୁ ସ୍ବାଗତ କଲେ ସେ ଜାଗାରେ ଓଡିଶାର କଳା ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ରଖାଯାଇଥିଲା। ଏହାଠାରୁ ବଡ ଗୌରବର କଥା ଓଡିଶା ପାଇଁ କିଛି ନ ହୋଇପାରେ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ସଫଳତାର ସହ ଜି-୨୦ ଅଧିବେଶନ ସମାପ୍ତ ହୋଇଛି। ବିଶ୍ୱର ପ୍ରମୁଖ ଦେଶର ନେତୃତ୍ୱ ଏକାଠି ଭାରତକୁ ଆସିଥିଲେ। ଏ ପ୍ରକାର ଆୟୋଜନ ପୂର୍ବରୁ ଭାରତରେ କେବେ ହୋଇ ନ ଥିଲା ବୋଲି ବହୁ ବିଶେଷଜ୍ଞ ମତ ଦେଇଛନ୍ତି। ଭାରତରେ ବୈଷୟିକ ମଞ୍ଚ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏପ୍ରକାର ମଞ୍ଚ କେବେ ଆୟୋଜନ ହୋଇ ନ ଥିଲା। ଏସବୁ କେବଳ ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟି ଓ ଦକ୍ଷତା ଯୋଗୁ ସମ୍ଭବ ହୋଇପାରିଛି। ବିଶ୍ୱରେ ଅନେକ ସମସ୍ୟା ଅଛି, ଅନେକ ମତ ପାର୍ଥକ୍ୟ ଅଛି। ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବେ ସମସ୍ତଙ୍କୁ ସାଙ୍ଗରେ ନେଇ ବିନା ବିବାଦରେ ଗୋଟିଏ ଘୋଷଣାପତ୍ର ତିଆରି କରିପାରିଲା, ଏହା ଆମ ପାଇଁ ସବୁଠୁ ବଡ଼ ଉପଲବ୍ଧି। ସ୍ବୟଂ ଦିକ୍ଷା ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ କେବଳ ଭାରତ ଭିତରେ ସୀମିତ ହୋଇ ରହିବ ନାହିଁ, ବୈଷୟିକ ସ୍ତରକୁ ଯିବ। ଭାରତ ବୈଷୟିକ ମଡେଲ୍‌ ହେବାକୁ ଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?