ବିଶ୍ୱ ଅର୍ଥନୀତିର ଗ୍ରୋଥ୍‌ ଇଞ୍ଜିନ ହେବ ଭାରତ: ଧର୍ମେନ୍ଦ୍ର

ଭୁବନେଶ୍ୱର, ,୧୫ା୧୦(ସୁନିତ୍‌ ମିଶ୍ର): ଜାତୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଭାରତ ସରକାରଙ୍କ ଶିକ୍ଷାନୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଭାରତକୁ ଆଗାମୀ ୨ ଦଶନ୍ଧି ମଧ୍ୟରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନ କରାଇବ ବୋଲି ସୋମବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ଲିଡରଶିପ୍‌ ସମ୍ମିଟ -୨୦୨୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆମେରିକା-ଇଣ୍ଡିଆ ଷ୍ଟ୍ରାଟେଜିକ୍‌ ପାର୍ଟନରଶିପ ଫୋରମ(ୟୁଏସ୍‌ଆଇଏସ୍‌ପିଏଫ୍‌) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଧୀନରେ ଫାୟାରସାଇଡ୍‌ ଚାର୍ଟରେ ଜାତୀୟ ଶିକ୍ଷାନୀତି ସହ ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି। ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରାଥମିକ କ୍ଷେତ୍ର, ଭାରତର ଶିକ୍ଷା ବ୍ୟବସ୍ଥାରେ ନୂଆ ଶିକ୍ଷାନୀତି ଦ୍ୱାରା ହେବାକୁ ଥିବା ପରିବର୍ତ୍ତନ ଉପରେ ମତ ରଖି ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଦେଶରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ଦସ୍ତାବିଜ। ଜାତୀୟ ଶିକ୍ଷାନୀତି ଦେଶର ଯୁବପିଢ଼ି ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ସହ ବୈଶ୍ୱିକ ନାଗରିକରେ ପରିବର୍ତ୍ତନ କରିବ। ଏହି ଯୁବଶକ୍ତିମାନେ କେବଳ ଭାରତ ନୁହେଁ ବରଂ ବିଶ୍ୱର କଲ୍ୟାଣ ଦିଗରେ ବ୍ରତୀ ରହିବେ। ଜାତୀୟ ଶିକ୍ଷାନୀତିର ପ୍ରାଥମିକତା କ୍ଷେତ୍ର ଯଥା ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ସମନ୍ବୟ ଉପରେ ଫୋକସ ରହିଛି। ଦେଶରେ ଡିଜିଟାଲ ଶିକ୍ଷା ପରିସଂସ୍ଥାନରେ ଅଭୂତପୂର୍ବ ପରିବର୍ତ୍ତନ ହେଉଛି। ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଉଛି। ଗବେଷଣା ଏବଂ ଇନୋଭେଶନର ପରମ୍ପରାକୁ ପ୍ରୋତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ମତରେ ଡିଗ୍ରୀ ଓ ସାର୍ଟିଫିକେଟ୍‌ ଅପେକ୍ଷା ଦକ୍ଷତା ବହୁ ଗୁରୁତ୍ୱପୂର୍ଣ୍ଣ। କୋଭିଡ୍‌ ସମୟରେ ଦକ୍ଷତା ତଥା ସାମର୍ଥ୍ୟ ବଳରେ ହୋଇଥିବା ଅନେକ ସୃଜନଶୀଳ ଇନୋଭେଶନକୁ ସମସ୍ତେ ପ୍ରଶଂସା କରିଛନ୍ତି। ଭାରତରେ ସବୁଠୁ ଅଧିକ ସଂଖ୍ୟକ ଯୁବବର୍ଗ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷାନୀତି କେବଳ ଶିକ୍ଷା ନୁହେଁ ବରଂ ନିଯୁକ୍ତି ଆଧାରିତ ଶିକ୍ଷା ପ୍ରଦାନ କରିବ। ଛାତ୍ରୀଛାତ୍ରଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍‌ ସ୍କିଲିଂ କରାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri