ଜାତିସଂଘରେ ଇସ୍ରାଏଲକୁ ପୁଣି ସମର୍ଥନ କଲା ଭାରତ…

ଜେନେଭା,୩୧।୧୨ : ଭାରତ ପୁଣି ଥରେ ଇସ୍ରାଏଲକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ଏକ ପ୍ରସ୍ତାବରେ ଭାରତ ଭୋଟ ଦାନରୁ ନିବୃତ୍ତ ହୋଇଛି। ଏଥିରେ ଇସ୍ରାଏଲର ପାଲେଷ୍ଟାଇନ ଅଞ୍ଚଳକୁ ଦୀର୍ଘ ଦିନ ଧରି ଦଖଲ କରିବା ନେଇ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ରୁ ମତାମତ ନିଆଯିବ।

ସାଧାରଣ ସଭାରେ ଏହା ସପକ୍ଷରେ ୮୭ ଭୋଟରେ ଏହି ପ୍ରସ୍ତାବ ପାରିତ ହୋଇଥିବାବେଳେ ୨୬ ଟି ଭୋଟ ଏହା ବିପକ୍ଷରେ ଦିଆଯାଇଥିଲା। ଭାରତ ସମେତ ୫୩ ଦେଶ ଭୋଟଦାନରୁ ନିବୃତ୍ତ ହୋଇଥିଲେ। ପ୍ରସ୍ତାବରେ ପୂର୍ବ ଜେରୁଜେଲମ ସମେତ ଇସ୍ରାଏଲ ଅଧିକୃତ ଅଞ୍ଚଳରେ ପାଲେଷ୍ଟାଇନବାସୀଙ୍କ ମାନବିକ ଅଧିକାରର ଉଲ୍ଲଂଘନ ଏବଂ ପାଲେଷ୍ଟାଇନ ଅଞ୍ଚଳର ଇସ୍ରାଏଲ ସହିତ ଆନ୍ଦୋଳନକୁ ଦର୍ଶାଇଥିଲା।

ଏହି ପ୍ରସ୍ତାବ ବିରୋଧରେ ଆମେରିକା ଏବଂ ଇସ୍ରାଏଲ ଭୋଟ ଦେଇଥିବାବେଳେ ବ୍ରାଜିଲ, ଜାପାନ, ମ୍ୟାନମାର, ଭାରତ, ଫ୍ରାନ୍ସ ମତଦାନ ସମୟରେ ଭୋଟଦାନରୁ ନିବୃତ୍ତ ହୋଇଥିଲେ।

ଭୋଟ ପୂର୍ବରୁ ମିଳିତ ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଦ ଏର୍ଡାନ ଏହାକୁ ଏକ ଉତ୍ତେଜନାମୂଳକ ପ୍ରସ୍ତାବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ନ୍ୟାୟାଳୟର ମତାମତ ଲୋଡ଼ିବା ମିଳିତ ଜାତିସଂଘ ଏବଂ ଏହାକୁ ସମର୍ଥନ କରୁଥିବା ପ୍ରତ୍ୟେକ ଦେଶ ଉପରେ ଏକ ଦୋଷ। କୌଣସି ଅନ୍ତର୍ଜାତୀୟ ସଂସ୍ଥା ନିଷ୍ପତ୍ତି ନେଇ ପାରିବେ ନାହିଁ ଯେ ଇହୁଦୀ ଲୋକମାନେ ନିଜ ମାତୃଭୂମିର ’ଦଖଲକାରୀ’ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri