Posted inଜାତୀୟ

ସନ୍ନି ଦେଓଲଙ୍କୁ ପ୍ରାର୍ଥୀ କଲାନି ଭାଜପା

ନୂଆଦିଲ୍ଲୀ,୩୧।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଶନିବାର ଅଷ୍ଟମ ପର୍ଯ୍ୟାୟରେ ୧୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ଅଭିନେତା ତଥା ବର୍ତ୍ତମାନର ଏମ୍‌ପି ସନ୍ନି ଦେଓଲ ଗୁର୍‌ଦାସପୁର ଆସନରୁ ବାଦ୍‌ ପଡ଼ିଛନ୍ତି। ପୂର୍ବତନ କୂଟନୀତିଜ୍ଞ ତରନଜିତ ସାନ୍ଧୁଙ୍କୁ ଦଳ ଅମୃତସରରୁ ପ୍ରାର୍ଥୀ କରିଛି। ପଞ୍ଜାବର ୧୩ ଆସନ ମଧ୍ୟରୁ ଶନିବାର ଭାଜପା ୬ଟିରେ ପ୍ରାର୍ଥୀ ଦେଇଛି। ବର୍ତ୍ତମାନ ଦିଲ୍ଲୀ ନର୍ଥଓ୍ବେଷ୍ଟ ଆସନରୁ ଭାଜପା ଏମ୍‌ପି ଥିବା ହଂସରାଜ ହଂସଙ୍କୁ ଫରିଦାବାଦ ଆସନରୁ ପ୍ରାର୍ଥୀ କରାଯାଇଛି। ରଭନୀତ ସିଂ ବିଟ୍ଟୁଙ୍କୁ ଲୁଧିଆନା ଆସନରୁ ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ପ୍ରେନିତ କୌରଙ୍କୁ ପଟିଆଲା ଆସନରୁ ପ୍ରାର୍ଥୀ କରାଯାଇଛି। ଭାଜପାରେ ଯୋଗଦେଇଥିବା ଆମ୍‌ ଆଦ୍‌ମୀ ପାର୍ଟି ନେତା ସୁଶୀଲ କୁମାର ରିଙ୍କୁ ଜଳନ୍ଧରରୁ ଲଢ଼ିବାକୁ ଯାଉଛନ୍ତି। ଅଷ୍ଟମ ପର୍ଯ୍ୟାୟରେ ଓଡ଼ିଶାରୁ ୩ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ଭର୍ତ୍ତୃହରି ମହତାବ କଟକରୁ ପ୍ରାର୍ଥୀ ହୋଇଥିବାବେଳେ ରବୀନ୍ଦ୍ର ନାରାୟଣ ବେହେରା ଯାଜପୁରରୁ ଏବଂ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗର ୨ ଆସନ ପାଇଁ ଭାଜପା ଶନିବାର ପ୍ରାର୍ଥୀ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର? ଶୀଘ୍ର ସାରନ୍ତୁ ଏହି କାମ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

କ’ଣ ୨୭ ଅଗଷ୍ଟରେ ବନ୍ଦ ରହିବ ସ୍କୁଲ? ଛୁଟିକୁ ନେଇ ଆସିଲା ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ସ୍ଥାନରେ ଇଦ୍-ମିଲାଦ୍-ଉନ୍-ନବୀ ଅବସରରେ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ପ୍ରବଳ ବର୍ଷା ଆଲର୍ଟ ଆଦି କାରଣରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା…

ନେପାଳରେ ବନ୍ୟା ପରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଉଚ୍ଚସ୍ତରୀୟ ବୈଠକ

ପାଟନା,୨୬।୮: ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି (ବୁଧବାର) ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସେମାନଙ୍କୁ…

ଭାରତ ପୂର୍ବରୁ ‘ବଡ଼ ଭାଇ’ର ଭୂମିକା ନିର୍ବାହ କରିସାରିଛି, ଏଥର ବି ନେପାଳକୁ ସହାୟତା ପଠାଇବାକୁ ଆଶ୍ୱାସନା ଦେଲେ ମୋଦି

ନୂଆଦିଲ୍ଲୀ/କାଠମାଣ୍ଡୁ,୨୬।୮: ଭାରତର ପଡ଼ୋଶୀ ନେପାଳ ବର୍ତ୍ତମାନ ଏକ ଭୟଙ୍କର ଦୁଃଖଦ ପରିସ୍ଥିତି ସହିତ ସଂଘର୍ଷ କରୁଛି। ରସୁୱାଗାଧି ଅଞ୍ଚଳରେ ହିମସ୍ଖଳନ ଏବଂ ହଠାତ, ଭୟଙ୍କର ବନ୍ୟା କେବଳ…

ନେପାଳ ବନ୍ୟା; ବାଲେନ ଶାହଙ୍କ ସହ କଥା ହେଲେ ମୋଦି, ସହାୟତା….

ନୂଆଦିଲ୍ଲୀ,୨୬।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri