ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। ଏହି କ୍ରମରେ ଭାରତ ଜମ୍ମୁ-କାଶ୍ମୀର ସୀମାରେ କରାଯାଉଥିବା ବ୍ୟବସାୟ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେନ୍ଦ୍ରସରକାର ଗୁରୁବାର ପାକିସ୍ତାନ ସହ ଜମ୍ମୁ-କଶ୍ମୀର ସୀମାରେ ହେଉଥିବା ସମସ୍ତ ବ୍ୟବସାୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୯ରୁ ସୀମାରେ ସମସ୍ତ ବ୍ୟବସାୟକୁ ସ୍ଥଗିତ ରଖାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସୀମା ଦେଇ ହେଉଥିବା ବ୍ୟବସାୟରେ କିଛି ଲୋକ ଅପବ୍ୟବହାର କରିବା ସହ ଅସ୍ତ୍ରଶସ୍ତ୍ର, ନିଶା ଦ୍ରବ୍ୟ ଓ ନକଲି ନୋଟର ବ୍ୟବସାୟ ହେଉଥିବା ନେଇ ଯାଞ୍ଚ ଏଜେନ୍ସିକୁ ସୂଚନା ମିଳିଥିଲା। ସପ୍ତାହକୁ ଚାରିଦିନ ପାଇଁ ଏହି ମାର୍ଗ ଦେଇ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ। ଏହି ସବୁ ଦ୍ରବ୍ୟ ମୁଖ୍ୟତଃ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସାମଗ୍ରୀର ଦେଣନେଣ ଓ ନିଃଶୁଳ୍କ ଭିତ୍ତିରେ କରାଯାଇଥାଏ। ତେବେ ସୀମା ସହ ଜଡିତ କିଛି ମାମଲାର ଏନଆଇଏ ତଦନ୍ତ କରୁଥିବା ବେଳେ ବାଣିଜ୍ୟ ବ୍ୟବସ୍ଥାକୁ  ନେଇ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଛି ବୋଲି ତାକୁ ସୂଚନା ମିଳିଥିଲା। ବ୍ୟବସାୟ କରୁଥିବା ଲୋକଙ୍କ ମଧ୍ୟରେ  ଅଧିକ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ଲୋକ ସାମିଲ ଥିବା ଜଣାପଡିଛି। ସେମାନେ  ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ସୂଚନା ମିଳିଛି। ଯାହାଫଳରେ ଜମ୍ମୁ-କଶ୍ମୀରରୁ ଇସଲମାବାଦ ଓ ଚକ୍କା-ଦା-ବାଦରେ ବ୍ୟବସାୟକୁ ସ୍ଥଗିତ ରଖିବାକୁ  ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଗୁଇନ୍ଦା ବିଭାଗ ସହ ଆଲୋଚନା କରିବା ପରେ ପୁଣି ଥରେ ଏଲଓସିକୁ ଖୋଲିବା ଉପରେ ବିଚାର କରାଯିବ ବୋଲି ଗୃହମନ୍ତ୍ରାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁମତି ମିଳିଲେ ପ୍ରବାସୀ ଶ୍ରମିକଙ୍କ ବ୍ୟାଗ୍‌ ବୋହିବାକୁ ମଧ୍ୟ ପ୍ରସ୍ତୁତ: ରାହୁଲ ଗାନ୍ଧୀ

ଲକ୍ଷ୍ନୌ,୨୬।୫: ଦେଶରେ ଦେଖାଦେଇଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ଏକ ଗଣମାଧ୍ୟମ ସମ୍ମିଳନୀରେ...

ଫେଲ୍‌ ମାରିଛି କେନ୍ଦ୍ରର ଶସ୍ୟ ବୀମା ଯୋଜନା: ଚାଷୀଙ୍କୁ ମିଳିନି ୫ ହଜାର କୋଟି

ନୂଆଦିଲ୍ଲୀ,୧୨ା୬: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ବିଫଳ ହୋଇଛି। ୨୦୧୮ ଡିସେମ୍ବରରେ ଖରିଫ ଋତୁ ଶେଷ ହୋଇଥିବାବେଳେ ଫସଲ ନଷ୍ଟ ହୋଇଥିବା...

ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କଲେ ଭାରତୀୟ ଯୁବକ, ଫେସ୍‌ବୁକରେ କହିଲେ…

ଦୀପେନ ମାଣ୍ଡାଲିଆ ମ୍ୟାଚ୍‌ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ରୋଜ ଓ୍ବିମ୍ବୁଶଙ୍କୁ ପ୍ରେମ ନିବେଦନ କରିଥିଲେ। ତାଙ୍କ ପ୍ରେମ କାହାଣୀକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପ୍ରତିଦିନ ତାଙ୍କୁ...

ଓବିସି ସଂରକ୍ଷଣ ବିନା ହେଉ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ: ହାଇକୋର୍ଟ…

ଲକ୍ଷ୍ନୌ,୨୭।୧୨ : ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ବଡ ଫିଇସଲା ଦେଇଛନ୍ତି। ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି...

ସ୍ବତନ୍ତ୍ର ଭାବରେ ରକ୍ଷାବନ୍ଧନ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ କୁନିକୁନି ଝିଅମାନଙ୍କ ସହ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। ଆଜି ମୋଦିଙ୍କୁ...

ନୂଆ କଶ୍ମୀର ପାଳିଲା ପ୍ରଥମ ଇଦ୍‌-ଉଲ୍‌-ଜୁହା

ଶ୍ରୀନଗର,୧୨।୮:ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ପ୍ରଥମ କରି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପାଳନ କରାଯାଇଛି ଇଦ୍‌-ଉଲ୍‌-ଜୁହା। ନୂଆ କଶ୍ମୀରର ଏହି...

ଯୁବକଙ୍କୁ ପାଣି ଭିରତକୁ ଟାଣି ନେଲା ସାର୍କ, ମିଳିନି ପତ୍ତା

କାନବେରା,୬ା୧୧: ପଶ୍ଚିମ ଅଷ୍ଟ୍ରେଲିଆରେ ଶନିବାର ସକାଳେ ପର୍ଥର ଉତ୍ତର ଫ୍ରେମାଣ୍ଟ ଉପକଣ୍ଠରୁ ଜଣେ ଯୁବକଙ୍କୁ ସାର୍କ ପାଣି ଭିତରକୁ ଟାଣି ନେଇଥିବା ଜଣାପଡ଼ିଛି। ଏହି ସମୟରେ...

ମୋ ସଦସ୍ୟତା ରଦ୍ଦ କରିବା ଭାଜପାର ଲକ୍ଷ୍ୟ: ରାଘବ ଚଢା

ନୂଆଦିଲ୍ଲୀ,୧୦।୮: ଦିଲ୍ଲୀ ଅର୍ଡିନାନ୍ସ ବିଲ ଚୟନ କମିଟିକୁ ପଠାଯିବା ପରେ ‘ନକଲି ଦସ୍ତଖତ’ ନେଇ ବିବାଦରେ ଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଗୁରୁବାର...

Advertisement
Archives

Model This Week