Posted inଜାତୀୟ

ଶ୍ରୀଲଙ୍କାକୁ ୧୫ ହଜାର ଲିଟର କିରୋସିନ ପଠାଇଲା ଭାରତ, ୭ ଶହ ଧୀବରଙ୍କୁ ମିଳିବ ସହାୟତା…

ନୂଆଦିଲ୍ଲୀ/କଲମ୍ବୋ, ୩୧।୫ : ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇ ଯାଇଛି। ଫଳରେ ଖାଦ୍ୟ ସାମଗ୍ରୀ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଜିନିଷ ଆମଦାନୀରେ ସମସ୍ୟା ଉପୁଜିଛି। ଏଭଳି ପରିସ୍ଥିତିରେ ଭାରତ ପଡୋଶୀ ଦେଶ ଶ୍ରୀଲଙ୍କାକୁ ସବୁ ଦିଗରେ ସାହାଯ୍ୟ କରୁଛି।

ଜାଫନା ସହରରେ ୭୦୦ ଧୀବରଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ୧୫ ହଜାର ଲିଟର କିରୋସିନ ପଠାଇଛି। ଜାଫନାରେ ଥିବା କନସୁଲେଟ ଜେନେରାଲ ରାକେଶ ନଟରାଜ ଟୁଇଟ୍‌ କରି କହିଛନ୍ତି ଯେ ଶ୍ରୀଲଙ୍କାର ମତ୍ସ୍ୟ ମନ୍ତ୍ରୀ ଡଗଲାସ ଦେବାନନ୍ଦଙ୍କ ଉପସ୍ଥିତିରେ ଡେଲଫ୍ଟ, ନୈନାଟିଭୁ, ଇଲାୱାଇଟିଭୁ ଏବଂ ଆନାଲିଟିଭୁର ୭୦୦ ଧୀବରଙ୍କ ପାଇଁ ଏସବୁ କିରୋସିନକୁ ଭାରତରୁ ପଠାଯାଇଛି।

ଭାରତର ଏଭଳି ସହାୟତା ଯୋଗୁ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂହ ଟୁଇଟ୍‌ କରି କୃତଜ୍ଞତା ଜଣାଇଛନ୍ତି। ଦୁଇ ଦିନ ପୂର୍ବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମିସିଂହେ ତାଙ୍କ ଦେଶକୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ସହାୟତାକୁ ପ୍ରଶଂସା କରିଥିଲେ। ଦେଶର ସଙ୍କଟ ସମୟରେ ଭାରତ ଦ୍ୱାରା ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା ସହାୟତାକୁ ସେ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ସମ୍ପତ୍ତିର ମାଲିକାଣୀ ସାୟୋନୀ ଘୋଷ? କେବେ ମମତାଙ୍କ ଅତି ଘନିଷ୍ଠ, ଆଜି NDA ମିଟିଂରେ ଯୋଗଦେବା ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୭: କେବେ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିବା ସାୟୋନୀ ଘୋଷଙ୍କ ସ୍ୱର ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଟିଏମସି (TMC) ର ଜଣେ ତେଜସ୍ୱୀ ନେତ୍ରୀ…

୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri