Posted inଖେଳ

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ପ୍ରସ୍ତୁତି

ମେଲବୋର୍ନ, ୨୪।୧୨(ପି.ଟି.)- ପ୍ରଥମ ଟେଷ୍ଟର ଲଜ୍ଜାଜନକ ପ୍ରଦର୍ଶନକୁ ପଛରେ ପକାଇ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ବୁଧବାର ଅଭ୍ୟାସ ଆରମ୍ଭ କରିଛି। ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବା ଅଧିନାୟକ ବିରାଟ କୋହଲି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ମହମ୍ମଦ ସାମି ଆହତ ହୋଇଛନ୍ତି। ତେଣୁ ଏକାଧିକ ପରିବର୍ତ୍ତନ ସହ ଭାରତ ବକ୍ସିଂ ଡେ’ ଟେଷ୍ଟ ପାଇଁ ପଡ଼ିଆକୁ ଓହ୍ଲାଇବା ନିଶ୍ଚିତ ହୋଇଛି। ଶୁବମନ ଗିଲ୍‌ ନେଟ୍ସରେ ଭଲ ଟଚ୍‌ରେ ଥିବା ପରିଲକ୍ଷିତ ହୋଇଛି। ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚରେ ଗିଲ୍‌ ଦୁଇ ଇନିଂସରେ ୪୩ ଓ ୬୫ ରନ କରିଥିଲେ ହେଁ ପ୍ରଥମ ଟେଷ୍ଟ ପାଇଁ ତାଙ୍କ ନାମ ବିଚାରକୁ ନିଆଯାଇ ନ ଥିଲା। ନେଟ୍ସରେ ଗିଲ୍‌ଙ୍କ ସହ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଦୀର୍ଘସମୟ ଅଭ୍ୟାସ କରିଛନ୍ତି। ତେଣୁ ଆଗାମୀ ମ୍ୟାଚରେ ଏ ଦୁହେଁ ଓପନିଂ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ଆଶା କରାଯାଉଛି।
୨୧ ବର୍ଷୀୟ ଗିଲ୍‌ ରଣଜୀ ଟ୍ରଫିରେ ପଞ୍ଜାବ ପକ୍ଷରୁ ଇନିଂସ ଓପନ କରିଥାନ୍ତି। ତେଣୁ ଫର୍ମରେ ନ ଥିବା ପୃଥ୍ବୀ ଶ’ଙ୍କ ସ୍ଥାନରେ ତାଙ୍କୁ ନିଆ ଯାଇପାରେ। ପ୍ରଥମ ଟେଷ୍ଟରେ ପୃଥ୍ବୀଙ୍କ ଅବଦାନ ଯଥାକ୍ରମେ ୦ ଓ ୪ ରହିଥିଲା। ଓପନିଂ ସ୍ଥାନ ପାଇଁ ଅନ୍ୟତମ ଦାବିଦାର ଲୋକେଶ ରାହୁଲ ମଧ୍ୟ ଦୀର୍ଘସମୟ ବ୍ୟାଟିଂ କରିଥିବା ପରିକ୍ଷଲିତ ହୋଇଥିଲା। ରାହୁଲଙ୍କ ଓପନିଂ ସପକ୍ଷରେ ମତ ଦେଇଥିଲେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। କନ୍‌କସନ ପାଇଁ ପ୍ରଥମ ଟେଷ୍ଟ ଖେଳିପାରି ନ ଥିବାର ସ୍ପିନ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ନେଟ୍ସରେ ଅନେକ ସମୟ ବିତାଇଥିଲେ। ସେ ନିଜ ସୌରାଷ୍ଟ୍ର ଟିମ୍‌ ମେଟ୍‌ ଚେତେଶ୍ୱର ପୂଜାରାଙ୍କୁ ଲଙ୍ଗ ସ୍ପେଲ୍‌ ବୋଲିଂ କରିବାପରେ ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟାଟିଂ କରିଥିଲେ। ତେଣୁ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ଏହାର ସର୍ବନିମ୍ନ ସ୍କୋର ୩୬ ରନରେ ଅଲ୍‌ଆଉଟ ହେବାସହ ୮ ଉଇକେଟରେ ପରାଜିତ ହୋଇଥିଲା।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପ୍ରାକ୍ଟିସ ସେସନ ପୂର୍ବରୁ ଖେଳାଳିମାନେ ଏକ ସର୍କଲରେ ଛିଡ଼ା ହୋଇଥିବାବେଳେ କୋଚ୍‌ ରବି ଶାସ୍ତ୍ରୀ ନିଜ ମତ ରଖିଥିଲେ। ” ଆମେ ଏବେ ମେଲବୋର୍ନରେ ପହଞ୍ଚତ୍ଛେ ଏବଂ ରେଡ୍‌-ବଲ୍‌ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ପୁନଃ ଏକତ୍ରିତ ହେବାର ସମୟ ଆସିଛି ଟିମ୍‌ ଇଣ୍ଡିଆ“ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ଟୁଇଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି। ରିଦ୍ଧିମାନ ଶାହାଙ୍କ ପୂର୍ବରୁ ନେଟ୍ସକୁ ଆସିଥିବା ରିଷଭ ପନ୍ତଙ୍କ ସହ ଶାସ୍ତ୍ରୀ କିଛି ସମୟ କଥା ହୋଇଥିଲେ। ଓ୍ବାର୍ମଅପ୍‌ ମ୍ୟାଚରେ ୭୩ ବଲ୍‌ରୁ ଦ୍ରୁତ ୧୦୩ ରନ ସଂଗ୍ରହ କରିଥିବା ପନ୍ତ ଆଗାମୀ ଟେଷ୍ଟରେ ଉଇକେଟ କିପିଂ କରିପାରନ୍ତି। ତେବେ ଅନେକ ରିଦ୍ଧିମାନଙ୍କୁ ଅଧିକ ସୁଯୋଗ ମିଳିବା ସପକ୍ଷରେ ମତ ଦେଇଛନ୍ତି। ହାତ ଭାଙ୍ଗିଥିବାରୁ ମହମ୍ମଦ ସାମି ସିରିଜର ଅବଶିଷ୍ଟ ଭାଗରୁ ଓହରି ଯାଇଛନ୍ତି। ତେଣୁ ରାହାନେଙ୍କୁ ମହମ୍ମଦ ସିରାଜ ଓ ନବଦୀପ ସଇନୀ ବୋଲିଂ କରିଥିଲେ। ଏ ଦୁଇଜଣଙ୍କ ସହ ଶାର୍ଦ୍ଦୁଳ ଠାକୁର ତୃତୀୟ ପେସର ଦୌଡ଼ରେ ରହିଛନ୍ତି। ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଯୁବ ଓପନର ପୃଥ୍ବୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଆଡିଲେଡ୍‌ରେ ଖରାପ ପ୍ରଦର୍ଶନ କରିଥିବାରୁ ସେ ସ୍ଥାନ ବଜାୟ ରଖିବା ପାଇଁ ଅତ୍ୟଧିକ ଚାପରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri