ପୁଲଓ୍ବାମା ଆକ୍ରମଣ ପରେ ଭାରତ-ପାକିସ୍ତାନରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା: ଆମେରିକା…

ଓ୍ବାଶିଂଟନ,୨୫।୧ : ଆମେରିକାରର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଦାବି କରିଛନ୍ତି ଯେ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା। ତତ୍କାଳୀନ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ କହିଥିଲେ ଯେ ଫେବୃଆରୀ ୨୦୧୯ରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ପୋମ୍ପିଓଙ୍କ ଅନୁଯାୟୀ ସୁଷମା ସ୍ବରାଜ କହିଥିଲେ ଯେ ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଆକ୍ରମଣାତ୍ମକ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ହେଉଛି।

ଉନ୍ମୋଚିତ ହୋଇଥିବା ତାଙ୍କ ନୂତନ ପୁସ୍ତକ ‘ ନେଭର ଗିଭ୍‌ ଆନ୍‌ ଇଞ୍ଚ୍‌: କେବେ ବି ଏକ ଇଞ୍ଚ: ଫାଇଟିଙ୍ଗ ଫର୍‌ ଦ ଆମେରିକା ଆଇ ଲଭ୍‌’ ରେ ପୋମ୍ପିଓ କହିଛନ୍ତି ଯେ ସେ ୨୭-୨୮ ଫେବୃଆରୀରେ ଆମେରିକା-ଉତ୍ତର କୋରିଆ ଶିଖର ସମ୍ମିଳନୀ ପାଇଁ ହନୋଇ ଗସ୍ତରେ ଥିବାବେଳେ ଏହି ଘଟଣା ଘଟିଥିଲା। ଏହା ପରେ ତାଙ୍କ ଦଳ ଏହି ସଙ୍କଟ ଦୂର କରିବା ପାଇଁ ଭାରତ ଏବଂ ପାକିସ୍ଥାନ ସହିତ ରାତିସାରା କାମ କରିଥିଲେ। ତେବେ ଫେବୃଆରୀ ୨୦୧୯ ରେ ପରମାଣୁ ଆକ୍ରମଣ ପାଇଁ ଭାରତ ଏବଂ ପାକିସ୍ତାନ କେତେ ନିକଟତର ହୋଇଥିଲେ ତାହା ମୁଁ ଜାଣେ ନାହିଁ।

ଏହି ପୁସ୍ତକରେ ଲେଖିଛନ୍ତି ଯେ ଭାରତ ଆଣବିକ ଅସ୍ତ୍ର ନିୟୋଜନ କରିବାକୁ ପ୍ରସ୍ତୁତ ଥିଲା। ଆମକୁ କିଛି ଘଣ୍ଟା ଲାଗିଲା ଏବଂ ଦଳ ନୂଆଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ସମନ୍ବୟ ପାଇଁ ବହୁତ ଭଲ କାମ କଲେ। ଉଭୟ ପକ୍ଷଙ୍କକ ବୁଝାଇ ଦିଆଗଲା ଯେ ସେମାନେ ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବେ ନାହିଁ। ତେବେ ପମ୍ପିଓଙ୍କ ଦାବି ଉପରେ ବର୍ତ୍ତମାନ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ମନ୍ତବ୍ୟ ଦିଆ ଯାଇ ନାହିଁ।

ସୂଚନାଯୋଗ୍ୟ, ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଫେବୃଆରୀ ୨୦୧୯ ରେ ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ତାଲିମ ଶିବିର ଉପରେ ଆକ୍ରମଣ କରି ଧ୍ୱଂସ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?