ଚାଷୀ ଅସନ୍ତୋଷ, ଟୋକନ୍‌ ଲ୍ୟାପ୍ସ ଚିନ୍ତା ଘାରିଛି

ଛତ୍ରପୁର,୨୫।୧(ଡି.ଏନ.ଏ): ଗଞ୍ଜାମ ଜିଲାରେ ଧାନକିଣା ଧିମାରେ ଚାଲିଛି। ମଣ୍ଡି ସମସ୍ୟା ଓ ଟୋକନ୍‌ ଲ୍ୟାପ୍ସ ଆଶଙ୍କା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ା ବିଭିନ୍ନ ବ୍ଲକ, ତହସିଲଠାରୁ ଆରମ୍ଭ କରି ଜିଲାପାଳ ଓ ଜିଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି ା ଗତ ୭ଦିନ ମଧ୍ୟରେ ବିଭିନ୍ନ ଚାଷୀ ସଙ୍ଗଠନ ଓ ଚାଷୀମାନଙ୍କ ପକ୍ଷରୁ ଏପରି ପ୍ରତିବାଦ ଓ ଦାବି ଉଠୁଛି ା ଏହାକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡୁଛିା ବିଭିନ୍ନ ଚାଷୀ ସଙ୍ଗଠନ ମିଳିତ ଭାବେ ଆନ୍ଦୋଳନ କରିବା ସହ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି। ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଛି।
ଜିଲାରେ ଡିସେମ୍ବର ୧୬ ତାରିଖରୁ ଚାଷୀଙ୍କଠାରୁ ଧାନକିଣା ଆରମ୍ଭ ହୋଇଥିଲାା ତେବେ ମାସକ ପରେ ବି ଏହି ପ୍ରକ୍ରିୟା ଧିମା ରହିଛି ା ବହୁ ଚାଷୀଙ୍କୁ ଟୋକନ୍‌ ଲ୍ୟାପ୍ସ ହେବାର ଚିନ୍ତା ଘାରିଛି। ଠିକ୍‌ ସମୟରେ ଧାନ ଉଠୁ ନ ଥିବାରୁ ଏପରି ଆଶଙ୍କା ଦେଖାଦେଇଛି। ଗତବର୍ଷ ଠିକ୍‌ ସମୟରେ ଧାନ କିଣାଯାଇ ନ ଥିବାରୁ ବହୁ ଚାଷୀଙ୍କ ଟୋକନ୍‌ ଲ୍ୟାପ୍ସ ହୋଇଥିଲା ା ଚଳିତ ବର୍ଷର ଧାନ ଅମଳ ଗତ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ା ଧାନର ମାନ ଭଲ ଥିବା ସତ୍ତ୍ୱେ ମିଲରମାନଙ୍କ ମନମୁଖୀ ଲାଗି ଚାଷୀ ଶୋଷଣର ଶିକାର ହେଉଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଏଥିସହ ଧାନ ବିକୁଥିବା ଚାଷୀଙ୍କ ଅଖା ଓ ପରିବହନ ଖର୍ଚ୍ଚ ମଧ୍ୟ ଚାଷୀଙ୍କୁ ପ୍ରଦାନ କରାଯାଉନି ା ନିର୍ଦ୍ଧାରିତ ସମୟରେ ଟୋକନ୍‌ ଆସିଥିବା ଚାଷୀଙ୍କ ଧାନକିଣିବା, ଧାନ ଟାର୍ଗେଟ ବୃଦ୍ଧି ଆଦି ଦାବି ନେଇ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଥିବା ମହାସଭା ପକ୍ଷରୁ ସୂଚନା ଦିଆଯାଇଛି ା ଜିଲାରେ ଚଳିତ ବର୍ଷ ପଞ୍ଜୀକୃତ ଚାଷୀମାନଙ୍କ ପାଇଁ ୬୦ ଲକ୍ଷ କୁଇଣ୍ଟାଲ ଧାନ କିଣିବାର ଆବଶ୍ୟକତା ଥିବାେବେଳ ଏବେ ସୁଦ୍ଧା ୪୦ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି ା ଅପରପକ୍ଷରେ ଯୋଗାଣ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୩୬୫ ପ୍ୟାକ୍ସ, ୧୦୪ ଏସଏଚଜି ଓ ଗୋଟିଏ ପାଣି ପଞ୍ଚାୟତ ପକ୍ଷରୁ ୫୮ହଜାର ୧୦୮ ଜଣ ଚାଷୀଙ୍କ ଠାରୁ ୨୬୯୯୬୬୨.୨୭ କୁଇଣ୍ଟାଲ ଧାନ କିଣାଯାଇ ପାରିଛି ା ସରକାରଙ୍କୁ ଧାନ ବିକିବା ପାଇଁ ଚଳିତବର୍ଷ ୧ ଲକ୍ଷ ୩୧ ହଜାର ୧୫୩ ଜଣ ଚାଷୀ ଅନଲାଇନ୍‌ରେ ପଞ୍ଜୀକରଣ କରିଥିଲେ। ଏହି ଧାନକିଣା ପ୍ରକିୟାରେ ଜିଲାର ୩୬୪ ମିଲର ମଧ୍ୟ ସାମିଲ ହୋଇଛନ୍ତି। ଧାନକିଣା ପ୍ରକ୍ର୍ରିୟା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ା ସୂଚନାଯୋଗ୍ୟ, ୨୦୨୧-୨୨ରେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୨୬ ହଜାର ୩୪୩ ଜଣ ଚାଷୀ ଧାନ ବିକି ପାରି ନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri