ଚାଷୀ ଅସନ୍ତୋଷ, ଟୋକନ୍‌ ଲ୍ୟାପ୍ସ ଚିନ୍ତା ଘାରିଛି

ଛତ୍ରପୁର,୨୫।୧(ଡି.ଏନ.ଏ): ଗଞ୍ଜାମ ଜିଲାରେ ଧାନକିଣା ଧିମାରେ ଚାଲିଛି। ମଣ୍ଡି ସମସ୍ୟା ଓ ଟୋକନ୍‌ ଲ୍ୟାପ୍ସ ଆଶଙ୍କା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ା ବିଭିନ୍ନ ବ୍ଲକ, ତହସିଲଠାରୁ ଆରମ୍ଭ କରି ଜିଲାପାଳ ଓ ଜିଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି ା ଗତ ୭ଦିନ ମଧ୍ୟରେ ବିଭିନ୍ନ ଚାଷୀ ସଙ୍ଗଠନ ଓ ଚାଷୀମାନଙ୍କ ପକ୍ଷରୁ ଏପରି ପ୍ରତିବାଦ ଓ ଦାବି ଉଠୁଛି ା ଏହାକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡୁଛିା ବିଭିନ୍ନ ଚାଷୀ ସଙ୍ଗଠନ ମିଳିତ ଭାବେ ଆନ୍ଦୋଳନ କରିବା ସହ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି। ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଛି।
ଜିଲାରେ ଡିସେମ୍ବର ୧୬ ତାରିଖରୁ ଚାଷୀଙ୍କଠାରୁ ଧାନକିଣା ଆରମ୍ଭ ହୋଇଥିଲାା ତେବେ ମାସକ ପରେ ବି ଏହି ପ୍ରକ୍ରିୟା ଧିମା ରହିଛି ା ବହୁ ଚାଷୀଙ୍କୁ ଟୋକନ୍‌ ଲ୍ୟାପ୍ସ ହେବାର ଚିନ୍ତା ଘାରିଛି। ଠିକ୍‌ ସମୟରେ ଧାନ ଉଠୁ ନ ଥିବାରୁ ଏପରି ଆଶଙ୍କା ଦେଖାଦେଇଛି। ଗତବର୍ଷ ଠିକ୍‌ ସମୟରେ ଧାନ କିଣାଯାଇ ନ ଥିବାରୁ ବହୁ ଚାଷୀଙ୍କ ଟୋକନ୍‌ ଲ୍ୟାପ୍ସ ହୋଇଥିଲା ା ଚଳିତ ବର୍ଷର ଧାନ ଅମଳ ଗତ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ା ଧାନର ମାନ ଭଲ ଥିବା ସତ୍ତ୍ୱେ ମିଲରମାନଙ୍କ ମନମୁଖୀ ଲାଗି ଚାଷୀ ଶୋଷଣର ଶିକାର ହେଉଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଏଥିସହ ଧାନ ବିକୁଥିବା ଚାଷୀଙ୍କ ଅଖା ଓ ପରିବହନ ଖର୍ଚ୍ଚ ମଧ୍ୟ ଚାଷୀଙ୍କୁ ପ୍ରଦାନ କରାଯାଉନି ା ନିର୍ଦ୍ଧାରିତ ସମୟରେ ଟୋକନ୍‌ ଆସିଥିବା ଚାଷୀଙ୍କ ଧାନକିଣିବା, ଧାନ ଟାର୍ଗେଟ ବୃଦ୍ଧି ଆଦି ଦାବି ନେଇ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଥିବା ମହାସଭା ପକ୍ଷରୁ ସୂଚନା ଦିଆଯାଇଛି ା ଜିଲାରେ ଚଳିତ ବର୍ଷ ପଞ୍ଜୀକୃତ ଚାଷୀମାନଙ୍କ ପାଇଁ ୬୦ ଲକ୍ଷ କୁଇଣ୍ଟାଲ ଧାନ କିଣିବାର ଆବଶ୍ୟକତା ଥିବାେବେଳ ଏବେ ସୁଦ୍ଧା ୪୦ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି ା ଅପରପକ୍ଷରେ ଯୋଗାଣ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୩୬୫ ପ୍ୟାକ୍ସ, ୧୦୪ ଏସଏଚଜି ଓ ଗୋଟିଏ ପାଣି ପଞ୍ଚାୟତ ପକ୍ଷରୁ ୫୮ହଜାର ୧୦୮ ଜଣ ଚାଷୀଙ୍କ ଠାରୁ ୨୬୯୯୬୬୨.୨୭ କୁଇଣ୍ଟାଲ ଧାନ କିଣାଯାଇ ପାରିଛି ା ସରକାରଙ୍କୁ ଧାନ ବିକିବା ପାଇଁ ଚଳିତବର୍ଷ ୧ ଲକ୍ଷ ୩୧ ହଜାର ୧୫୩ ଜଣ ଚାଷୀ ଅନଲାଇନ୍‌ରେ ପଞ୍ଜୀକରଣ କରିଥିଲେ। ଏହି ଧାନକିଣା ପ୍ରକିୟାରେ ଜିଲାର ୩୬୪ ମିଲର ମଧ୍ୟ ସାମିଲ ହୋଇଛନ୍ତି। ଧାନକିଣା ପ୍ରକ୍ର୍ରିୟା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ା ସୂଚନାଯୋଗ୍ୟ, ୨୦୨୧-୨୨ରେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୨୬ ହଜାର ୩୪୩ ଜଣ ଚାଷୀ ଧାନ ବିକି ପାରି ନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri