Advertisement
Posted inଖେଳ

ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ଭେଟ !…

ମୋଲବୋର୍ନ,୫।୧୧ : ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସମ୍ଭବ ବୋଲି କୁହାଯାଉଛି। ୨୦୨୨ ଟି-୨୦ ବିଶ୍ୱକପ୍‌ ଫର୍ମାଟ ଅନୁସାରେ ଭାରତ ସେମିଫାଇନାଲ ଖେଳିବା ଆଶା ରହିଥିବାବେଳେ ଏନେଇ ପାକିସ୍ତାନକୁ ଅନ୍ୟ ଦଳର ମ୍ୟାଚର ଫଳାଫଳ ଊପରେ ନିର୍ଭର କରିବାକୁ ପଡ଼ିବ।

ଦକ୍ଷିଣ ଆଫ୍ରିକା ନିଜର ଶେଷ ମ୍ୟାଚ ନେଦରଲାଣ୍ଡ ସହିତ ରବିବାର ଖେଳିବ। ଯଦି ନିଜର ଶେଷ ମ୍ୟାଚରେ ନେଦଲାଣ୍ଡ ଦକ୍ଷିଣ ଆଫ୍ରିିକାକୁ ପରାଜିତ କରେ ଏବଂ ପାକିସ୍ତାନ ବାଂଲାଦେଶକୁ ହରାଏ। ତେବେ ପାକିସ୍ତାନ ସେମିଫାଇନାଲକୁ ଯାଇ ପାରିବ। ସେହିପରି ଭାରତକୁ ମଧ୍ୟ ନିଜର ଶେଷ ମ୍ୟାଚରେ ଜିମ୍ବାଓ୍ବେକୁ ହରାଇବାକୁ ପଡ଼ିବ।
ଏଭଳି ସ୍ଥିତିରେ ଭାରତ ଏବଂ ଇଲଣ୍ଡ ମଧ୍ୟରେ ସେମିଫାଇନାଲ ଖେଳା ଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଯଦି ସେମିଫାଇନାଲରେ ଉଭୟ ଭାରତ ପାକିସ୍ତାନ ବିଜୟୀ ହୁଅନ୍ତି ତେବେ ଫାଇନାଲରେ ସେମାନେ ପରସ୍ପରକୁ ଭେଟିବାର ଆଶା ରହିଛି।

ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ମେଲବୋର୍ନରେ ନଭେମ୍ବର ୧୩ରେ ଖେଳାଯିବ। ସୂଚନାଯୋଗ୍ୟ, ୨୦୦୭ରେ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌: ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୨୧ା୯(ପି.ଟି.): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ...

ସାର୍‌ଲର୍‌ ଲକ୍ସ ଓପନରୁ ଓହରିଲେ ଅଜୟ ଜୟରାମ, ଶୁଭଙ୍କର

ସାରବ୍ରକେନ୍ସ (ଜର୍ମାନୀ): କୋଭିଡ୍‌ ଆଶଙ୍କାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଅଜୟ ଜୟରାମ ଏବଂ ଶୁଭଙ୍କର ଦେ ଗୁରୁବାର ସାର୍‌ଲର୍‌ ଲକ୍ସ ଓପନ୍‌ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଏହି...

ଆଝାର ଓ ଆବିଦଙ୍କ ଶତକ

ହରାରେ, ୮ା୫-ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନର ଆବିଦ ଅଲି(୧୧୮ ନଟ୍‌ଆଉଟ) ଓ ଆଝାର...

ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍‌ ଖେଳାଳି ଝାଙ୍ଗ୍‌ ଝିଝେନ୍‌

ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍‌ ଝିଝେନ୍‌ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ...

ବାଲାଦେବୀ, ମନୀଷାଙ୍କୁ ଏଆଇଏଫ୍‌ଏଫ୍‌ ପୁରସ୍କାର

ନୂଆଦିଲ୍ଲୀ, ୨୧।୭(ପି.ଟି.)-  ଭାରତୀୟ ଟିମ୍‌ ଫରଓ୍ବାର୍ଡ ବାଲାଦେବୀ ଏଆଇଏଫ୍‌ଏଫ୍‌ (ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ) ଓମେନ୍ସ ଫୁଟବଲର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ଯୁବ ଖେଳାଳି...

ଭାରତଠାରୁ ହାରିବା ପରେ ଏହି ଇଂଲଣ୍ଡ ମହିଳା କ୍ରିକେଟର୍‌ଙ୍କୁ ମିଳୁଛି ହତ୍ୟା ଧମକ

ଲଣ୍ଡନ,୭।୩: ଇଂଲଣ୍ଡର ମହିଳା କ୍ରିକେଟର ଆଲେକ୍ସ ହାର୍ଟଲି ଏକ ବଡ଼ ଖୁଲାସା କରିଛନ୍ତି। ଅହମ୍ମଦାବାଦରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୧୦ ଉଇକେଟ...

ଆମେରିକାର ମେଜର ଲିଗ୍‌ କ୍ରିକେଟରେ କେକେଆର ନିବେଶ କରିବ

କୋଲକାତା,୨।୧୨(ପି.ଟି.): ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଗ୍ରୁପ୍‌ ଆମେରିକାର ମେଜର ଲିଗ୍‌ କ୍ରିକେଟରେ ନିବେଶ କରିବ। ମେଜର ଲିଗ୍‌ କ୍ରିକେଟର...

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦ ସିଙ୍ଗଲ୍ସ, ଡବଲ୍ସ କ୍ୱାର୍ଟରରେ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ର ହୁଆମାର୍କ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟର...

Advertisement
Archives

Model This Week