Posted inଖେଳ

ଗୋଟିଏ ଗ୍ରୁପ୍‌ରେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ, ୧୮।୫ (ପି.ଟି.): ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) କପ୍‌ ବେଙ୍ଗାଲୁରୁଠାରେ ଆସନ୍ତା ଜୁନ୍‌ ୨୧ରୁ ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ତେଣୁ ପାଖାପାଖି ୫ ବର୍ଷ ବ୍ୟବଧାନରେ ଭାରତ-ପାକିସ୍ତାନ ଫୁଟବଲ ସମ୍ପର୍କ ନବୀକରଣର ସୁଯୋଗ ସୃଷ୍ଟି ହୋଇଛି। ସାଫ୍‌ କପ୍‌ ୧୪ତମ ସଂସ୍କରଣର ଡ୍ର’ ବୁଧବାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଗତଥରର ଚାମ୍ପିୟନ ଭାରତ, ପାକିସ୍ତାନ, କୁଏଟ୍‌ ଓ ନେପାଳ ଗ୍ରୁପ୍‌ ‘ଏ’ରେ ରହିଛନ୍ତି। ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଥିବା ଦଳଗୁଡ଼ିକ ହେଲେ ଲେବାନନ, ମାଳଦ୍ୱୀପ, ବାଂଲାଦେଶ ଓ ଭୁଟାନ।
ପ୍ରତିଯୋଗିତାର ଗ୍ରୁପ୍‌ ମ୍ୟାଚଗୁଡ଼ିକ ରାଉଣ୍ଡ ରବିନ ଲିଗ୍‌ ଫର୍ମାଟରେ ଖେଳାଯିବ। ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୮ଟି ଦଳକୁ ନେଇ ହେବାକୁ ଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାର ସମସ୍ତ ମ୍ୟାଚ କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦକ୍ଷିଣ ଏସିଆ ବାହାରର ଦୁଇ ଦଳ ଲୋବାନନ ଓ କୁଏଟ୍‌ ଏଥିରେ ଆମନ୍ତ୍ରଣୀୟ ଦଳଭାବେ ଖେଳିବେ। ପ୍ରତିଯୋଗିତାକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା ପାଇଁ ଏହି ଦୁଇ ଦଳକୁ ସାମିଲ କରାଯାଇଛି। ଟୁର୍ନାମେଣ୍ଟରେ ସବୁଠାରୁ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହେଲା ଲେବାନନ। ଏହାର ର଼୍ୟାଙ୍କ୍‌ ହେଲା ୯୯। ଦ୍ୱିତୀୟ ଉଚ୍ଚ ର଼୍ୟାଙ୍କପ୍ରାପ୍ତ ଦଳଭାବେ ଭାରତ (୧୦୧ତମ ସ୍ଥାନ) ଏହି ଟୁର୍ନାମେଣ୍ଟ ଖେଳିବ। ସବୁଠାରୁ ନିମ୍ନ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହେଲା ପାକିସ୍ତାନ (୧୯୫)। ୨୧ ତାରିଖରେ କୁଏଟ୍‌ ଓ ନେପାଳ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ। ଏହି ଦିନ ଦ୍ୱିତୀୟ ମ୍ୟାଚରେ ଭାରତ-ପାକିସ୍ତାନ ମୁକାବିଲା ହେବ। ଭାରତ ଓ ପାକିସ୍ତାନ ଶେଷଥର ପାଇଁ ୨୦୧୮ ସେପ୍ଟେମ୍ବରରେ ପରସ୍ପରକୁ ଭେଟିଥିଲେ। ଢାକାରେ ଅନୁଷ୍ଠିତ ସାଫ୍‌ କପ୍‌ର ଏହା ସେମିଫାଇନାଲ ମ୍ୟାଚ ଥିଲା। ସେହି ମ୍ୟାଚରେ ଭାରତ ୩-୧ ଗୋଲରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଟାଇଟଲ ମୁକାବିଲାରେ ମାଳଦ୍ୱୀପ ନିକଟରୁ ୧-୨ ଗୋଲରେ ହାରି ଯାଇଥିଲା। ଓଭରଅଲ୍‌ ଦେଖିବାକୁ ଗଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଆନୁଷ୍ଠାନିକଭାବେ ୨୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳାଯାଇଛି। ଏହା ମଧ୍ୟରୁ ଭାରତ ଡଜନେରୁ ଊର୍ଦ୍ଧ୍ୱ ମ୍ୟାଚ ଜିତି ଆଧିପତ୍ୟ ବଜାୟ ରଖିଛି।
ସାଫ୍‌ କପ୍‌ରେ ଭାରତ ୮ ଥର ଚାମ୍ପିୟନ ଏବଂ ୪ ଥର ରନରଅପ୍‌ ହୋଇଛି। ଇତିହାସରେ କେବଳ ଥରେ ୨୦୦୩ରେ ଭାରତ ଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଢାକାରେ ଅନୁଷ୍ଠିତ ପ୍ରତିଯୋଗିତାର ୫ମ ସଂସ୍କରଣରେ ଦଳ ତୃତୀୟ ସ୍ଥାନରେ ରହିଥିଲା। ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଠିକ୍‌ ସମୟରେ ଭିଜା ମିଳିଯିବ ବୋଲି ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଆଶା ରଖିଛି। ପ୍ରତିଯୋଗିତାରେ ପାକିସ୍ତାନ ଅଂଶଗ୍ରହଣ କରିବ ବୋଲି ସମ୍ମତି ଜଣାଇଛି। ଫଳରେ ଏହାର ନାମ ଡ୍ର’ ଉଠାଣ ସମୟରେ ସାମିଲ କରାଯାଇଥିଲା। ଟୁର୍ନାମେଣ୍ଟ ଖେଳିବା ପାଇଁ ଦକ୍ଷିଣ ଏସୀୟ ଅଞ୍ଚଳର ସମସ୍ତ ଦେଶର ଅଧିକାର ରହିଛି ବୋଲି ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ ପ୍ରକାଶ କରିଛନ୍ତି। ପାକିସ୍ତାନ ପ୍ରତିନିଧି ଦଳ ଭିଜା ପାଇଁ ଆବେଦନ କରି ସାରିଛି ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ ଶାଜି ପ୍ରଭାକରନ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ, ୧୯୯୩ରେ ପ୍ରତିଯୋଗିତା ଆରମ୍ଭ ହେବାଠାରୁ ୧୩ ସଂସ୍କରଣ ମଧ୍ୟରେ ପାକିସ୍ତାନ କେବଳ ୨ ଥର ଅଂଶଗ୍ରହଣ କରିନାହିଁ। ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ୨୦୧୫ରେ ଭାରତରେ ଅନୁଷ୍ଠିତ ପ୍ରତିଯୋଗିତାକୁ ପାକିସ୍ତାନ ଫୁଟବଲ ଫେଡେରେଶନ ଏହାର ଦଳ ପ୍ରେରଣ କରି ନ ଥିଲା। ଅନ୍ୟପକ୍ଷରେ ଫିଫା ଦ୍ୱାରା ବାସନ୍ଦ ହୋଇଥିବାରୁ ୨୦୨୧ରେ ଦଳ ମାଳଦ୍ୱୀପରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲା। ଗତବର୍ଷ ଜୁନ୍‌ରେ ଦଳ ଉପରୁ ବାସନ୍ଦ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri