Posted inଖେଳ

ନୋ’ ବଲ୍‌ ସବୁ ବିଗାଡି ଦେଲା: ଭାରତ ବିଶ୍ୱକପ୍‌ରୁ ବିଦା

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ବିଶ୍ୱକପ୍‌ରୁ ବାଦ୍‌ ପଡିଛି ଭାରତୀୟ ମହିଳା ଦଳ। ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଭାଙ୍ଗି ଯାଇଛି। ମିତାଲି ରାଜଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାତରୁ ତିନି ଉଇକେଟରେ ପରାସ୍ତ ହୋଇଛି। ଏହି ପରାଜୟ ସହିତ ଭାରତୀୟ ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବାକୁ ବାଦ ପଡିଛି। ଫଳରେ ଟୁର୍ନାମେଣ୍ଟରୁ ବାଦ ପଡିଛି।
ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୭୪ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଶେଷ ଓଭରର ଶେଷ ବଲ୍‌ରେ ମ୍ୟାଚ୍‌ ଜିତିଥିଲା। ଦକ୍ଷିଣ ଆଫ୍ରିକା ୭ ଉଇକେଟ୍‌ ହରାଇ ୨୭୫ ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଶେଷ ଓଭରରେ ୭ ରନ୍‌ର ଆବଶ୍ୟକ ଥିଲା। ଭାରତ ପକ୍ଷରୁ ଦୀପ୍ତି ଶର୍ମା ଶେଷ ଓଭର ବୋଲିଂ କରିଥିଲେ। ସେ ଏହି ଓଭରରେ ଭଲ ବୋଲିଂ କରିଥିଲେ। ଓଭରର ପଞ୍ଚମ ବଲ୍‌ରେ ଭାରତକୁ ଉଇକେଟ ମିଳିଥିଲା। କିନ୍ତୁ ଏହି ବଲ୍‌ଟି ନୋ ବଲ୍‌ ଥିଲା। ଫଳରେ ଏହି ବଲ୍‌ରେ ଅତିରିକ୍ତ ଗୋଟିଏ ରନ୍‌ ମିଳିବା ସହ ଫ୍ରି ହିଟ୍‌ ମିଳିଥିଲା। ଏହାର ଫାଇଦା ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ନେଇ ମ୍ୟାଚ୍‌ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ସିରିଜ: ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

କଲମ୍ବୋ,୧।୮- ବାଂଲାଦେଶ ବିପକ୍ଷ ଦିନିକିଆ ସିରଜ୍‌ରେ ଘରୋଇ ଶ୍ରୀଲଙ୍କା କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ...

ସୁଦିରମାନ କପ୍‌:ପରାଜୟରୁ ଭାରତର ଅଭିଯାନ ଆରମ୍ଭ

ନାନ୍ନିଂ,୨୧ା୫(ପି.ଟି.)- ଏଠାରେ ଚାଲିଥିବା ସୁଦିରମାନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ଡି’ର ପ୍ରଥମ ମ୍ୟାଚ୍‌ରେ ଭାରତ...

ଏସିଆନ ୟୁଥ୍‌ ବକ୍ସିଂ: ଭାରତକୁ ୬ ପଦକ ମିଳିବା ନିଶ୍ଚିତ

ଉଲାନବାତାର,୧୪।୧୧(ପି.ଟି.)- ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ପ୍ରତିଯୋଗୀମାନେ ବୁଧବାର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଥିରେ ୬ ଭାରତୀୟ ବକ୍ସର ସେମିଫାଇନାଲରେ...

ପାକିସ୍ତାନ-ଶ୍ରୀଲଙ୍କା ୨ୟ ଟେଷ୍ଟ: ପ୍ରଥମ ଦିନରେ ବୋଲରଙ୍କ ରାଜୁତି

କରାଚି, ୨୦।୧୨ (ଏଏଫ୍‌ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଛି। ସ୍ଥାନୀୟ...

ବିସିସିଆଇ ପଦାଧିକାରୀ

ମୁମ୍ବାଇ,୨୪।୧୦ (ପି.ଟି.)- ଅଧ୍ୟକ୍ଷ: ସୌରଭ ଗାଙ୍ଗୁଲି ନବନିର୍ବାଚିତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ। ଗାଙ୍ଗୁଲି ଭଳି ଅନ୍ୟ ପଦାଧିକାରୀମାନେ...

ଟାଇସନ-ଜୋନ୍ସ ଲଢେଇ ଡ୍ର’

ଲସ୍‌ଏଞ୍ଜେଲ୍ସ, ୩୦ା୧୧ (ପି.ଟି.)-ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ବକ୍ସିଂ ରିଙ୍ଗକୁ ଫେରିଛନ୍ତି ମାଇକ ଟାଇସନ । ୫୪ ବର୍ଷୀୟ ପୂର୍ବତନ ହେଭିିଓ୍ବେଟ୍‌ ଚାମ୍ପିୟନ...

ଆମକୁ ମରିବାକୁ ଛାଡି ଦିଅନ୍ତୁ ନାହିଁ; ନିଜ ଦେଶକୁ ରକ୍ଷା କରିବାକୁ ବିଶ୍ୱ ନେତାଙ୍କୁ ଅପିଲ କଲେ ଏହି କ୍ରିକେଟର୍‌

କାବୁଲ,୧୧।୮:ଆଫଗାନିସ୍ତାନରେ ଏବେ ଅବସ୍ଥା ଆହୁରି ବିଗିଡି ଯାଇଛି। ତାଲିବାନ ଏବଂ ସରକାରୀ ସାମରିକ ବାହିନୀ ମଧ୍ୟରେ ପ୍ରବଳ ଯୁଦ୍ଧ ଯୋଗୁ ଦେଶର ସ୍ଥିତି ଖରାପ ହେବାରେ...

ରୋମାଞ୍ଚକ ହେବ ବକ୍ସିଂ ଡେ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ...

Advertisement
Archives

Model This Week