ବିଶ଼୍ବସ୍ତରରେ ଭାରତକୁ ବଡ଼ ସଫଳତା, ବଢ଼ିଲା ଶକ୍ତି

ନୂଆଦିଲ୍ଲୀ, ୨୬।୦୬: ଆନ୍ତର୍ଜାତିକ ସ୍ତରରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ତଥା ଅର୍ଥ ହେରଫେର ଭଳି ଘଟଣାରେ ଅଙ୍କୁଶ ଲଗାଉଥିବା ବିଶ଼୍ବ ସ୍ତରର ସଂସ୍ଥା ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ ବା ଏଫ୍‌ଏଟିଏଫ୍‌ ଭାରତକୁ ରେଗୁଲାର ଫଲୋଅପ୍‌ କ୍ୟାଟେଗୋରୀରେ ସାମିଲ୍‌ କରିଛି । ଭାରତ ୫ମ ଦେଶ ଭାବେ ଏହି ସୂଚୀରେ ରହିଛି । ଭାରତ ଛଡ଼ା ଜି-୨୦ ସମୂହର ୪ ଅନ୍ୟ ଦେଶ ମଧ୍ୟ ଏଥିରେ ରହିଛନ୍ତି । ଏଫ୍‌ଏଟିଏଫ୍‌ର ସୁପାରିଶ ଏବଂ ଗାଇଡ୍‌ଲାଇନ୍‌କୁ ବିଶ଼୍ବର ୨୦୦ ଦେଶ ପାଳନ କରୁଛନ୍ତି । ଏହି କ୍ରମରେ ଭାରତ ଏବେ ବିଶ଼୍ବ ସମୁଦାୟକୁ ଗାଇଡ୍‌ଲାଇନ୍‌ ପ୍ରଦାନ କରିବା ନେଇ ସମ୍ଭାବନା ରହିଛି । ୨୦୦ ଦେଶ ମଧ୍ୟରେ ପାକିସ୍ତାନ ମଧ୍ୟ ରହିଛି ।

ସିଙ୍ଗାପୁରରେ ୨୬ରୁ ୨୮ ଜୁନ୍‌ ମଧ୍ୟରେ ହୋଇଥିବା ବୈଠକରେ ଏଫ୍‌ଏଟିଏଫ୍‌ ଭାରତ ପକ୍ଷରୁ ଜାରି କରାଯାଇଥିବା ମ୍ୟୁଚୁଆଲ୍‌ ଇଭାଲ୍ୟୁଏସନ୍‌ ରିପୋର୍ଟକୁ ସ଼୍ବୀକାର କରିଛି । ଏଥିସହିତ ଭାରତକୁ ରେଗୁଲାର ଫଲୋଅପ୍‌ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ କରିଛି ।

ଏହି ବୈଠକରେ ଏଫ୍‌ଏଟିଏଫ୍‌ ଅର୍ଥ ହେରଫେର ତଥା ଆତଙ୍କବାଦୀ ପାଣ୍ଠି ଯୋଗାଣ ବିରୋଧରେ ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ଏବଂ ଦୁର୍ନୀତି, ଠକେଇ ଓ ସଂଗଠିତ ଅପରାଧକୁ ରୋକିବା ପାଇଁ ଭାରତର ରଣନୀତିକୁ ପ୍ରଶଂସା କରିଛି। ଜନ ଧନ ଯୋଜନା ପରି ବିଭିନ୍ନ ଯୋଜନା ଆରମ୍ଭ କରିଛି ଭାରତ । ଏଥିସହିତ ମୋବାଇଲ ନମ଼୍ବର ସହ ଆଧାର ପରିଚୟ ପତ୍ର ଯୋଡିଛି ଭାରତ ା ଯାହା ଟଙ୍କା କାରବାର ଉପରେ ନଜର ରଖିବାରେ ଲାଭଦାୟକ ହେବ । ଡିଜିଟାଲ କାରବାରର ବୃଦ୍ଧି ସହିତ ଆର୍ଥିକ ଗତିବିଧି ଉପରେ ନଜର ରଖାଯାଇ ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ନେଇ ଭାରତର କଡା କାର୍ଯ୍ୟାନୁଷ୍ଠାନକୁ ଏଥିରେ ପ୍ରଶଂସା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?