ଭାରତ, ଓଡ଼ିଶା ମୁଖ୍ୟଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୮(ସତ୍ୟଜିତ୍‌ ରାଉତ): ଅତି କମ୍‌ ସମୟ ମଧ୍ୟରେ ବହୁଗୁଣ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ଦେଶବ୍ୟାପୀ ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ ପୋଞ୍ଜି ସ୍କାମ୍‌ ହୋଇଛି। ‘ଏସ୍‌ଟିଏ କ୍ରିପ୍ଟୋ ଟୋକନ୍‌’ ନାଁରେ ଲୋକଙ୍କୁ ଭୁଆଁ ବୁଲାଯାଇ ଏହି ବଡ଼ ଠକେଇ କରାଯାଇଛି। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ‘ଏସ୍‌ଟିଏ’ ଭାରତ ମୁଖ୍ୟ ଗୁର୍‌ତେଜ୍‌ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ଭଦ୍ରକର ନୀରୋଦ ଦାସଙ୍କୁ ଗିରଫ କରିବା ସହ ସ୍କାମ୍‌ର ରହସ୍ୟ ଉନ୍ମୋଚନ କରିଛି। ପଞ୍ଜାବ ଫରିଦାକୋଟ୍‌ରେ ଗୁର୍‌ତେଜ୍‌ଙ୍କ ଘର। ଶୁକ୍ରବାର ରାଜସ୍ଥାନ ଶ୍ରୀଗଙ୍ଗାନଗରରୁ ତାଙ୍କୁ ଗିରଫ କରାଯିବା ପରେ ସ୍ଥାନୀୟ କୋର୍ଟରେ ହଜାର କରାଯାଇଥିଲା। ସେଠାରୁ ଗୁର୍‌ତେଜ୍‌ଙ୍କୁ ୭ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇ ସୋମବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି। ସେହିଭଳି ଓଡ଼ିଶା ମୁଖ୍ୟ ନିରୋଦଙ୍କୁ ରବିବାର କୋର୍ଟଚାଲାଣ ପରେ ଜେଲକୁ ପଠାଇ ଦିଆଯାଇଛି। ଇଓଡବ୍ଲ୍ୟୁ ସୂଚନା ଅନୁଯାୟୀ, ଏହି ସ୍କାମ୍‌ରେ ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମର ୨ ଲକ୍ଷ ଲୋକ ଫସି ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନିବେଶ କରିଛନ୍ତି। ଏପରିକି ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଆଦି ଜିଲାର ୧୦ ହଜାର ଲୋକ ନିବେଶ କରି ଠକେଇର ଶିକାର ହୋଇଛନ୍ତି।
ଏସ୍‌ଟିଏ (ସୋଲାର୍‌ ଟେକ୍‌ନୋ ଆଲିଆନ୍‌ସ)କୁ ୨୦୨୧ରେ ଅଭିଯୁକ୍ତମାନେ ଲଞ୍ଚ୍‌ କରିଥିଲେ। ୟୁରୋପ୍‌ର ଡେଭିଡ୍‌ ଗେଜ୍‌ ଏହାର ଗ୍ଲୋବାଲ୍‌ ମୁଖ୍ୟ ଥିବାବେଳେ ଗୁର୍‌ତେଜ୍‌ ଭାରତ ମୁଖ୍ୟ ଅଛନ୍ତି। ସେମାନେ ଆର୍‌ବିଆଇ ଅନୁମତି ବିନା ଲୋକଙ୍କଠାରୁ ଅର୍ଥ ଯୋଗାଡ଼ କରୁଥିଲେ। ଗୁର୍‌ତେଜ୍‌ ଏସ୍‌ଟିଏ ୱେବ୍‌ସାଇଟ୍‌ ଓ ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ବ୍ୟବହାର କରି ଲୋକଙ୍କୁ ଫସାଉଥିଲେ। ଏପରିକି ବିଭିନ୍ନ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଜରିଆରେ ଏହି ଏସ୍‌ଟିଏ ଟୋକନ୍‌ର ପ୍ରଚାର ପ୍ରସାର କରୁଥିଲେ। ଗୁର୍‌ତେଜ୍‌ ନିଜକୁ ଏମ୍‌ଏଲ୍‌ଏମ୍‌ ଗୁରୁ, ଲାଇଫ୍‌ କୋଚ୍‌, ମୋଟିଭେଶନାଲ୍‌ ସ୍ପିକର୍‌ ବୋଲି କହୁଥିଲେ। ଡେଭିଡ୍‌ ଓ ଗୁର୍‌ତେଜ୍‌ ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟକ୍ରମ କରି ସଦସ୍ୟ ଯୋଗାଡ଼ କରିଥିଲେ। ଏହି ସ୍କିମ୍‌ରେ ସଦସ୍ୟ ହୋଇ ଟଙ୍କା ନିବେଶ କରିବା ପରେ ଦିନକୁ ୨୦ରୁ ୩ ହଜାର ଡଲାର ରୋଜଗାର କରିପାରିବେ ବୋଲି ଲୋଭ ଦେଖାଯାଉଥିଲା। ଏପରିକି ବୋନସ୍‌ ଓ ରେଫରାଲ ପାଇଁ ଲିଡରଶିପ୍‌ ନାଁ ମଧ୍ୟ ଦିଆଯାଉଥିଲା। ପୂର୍ବରୁ ଗୁର୍‌ତେଜ୍‌ ଭଦ୍ରକର ନୀରୋଦଙ୍କୁ ଓଡ଼ିଶା ମୁଖ୍ୟ କରି ଏକାଧିକ ସଦସ୍ୟ ଯୋଗାଡ଼ କରିଥିଲେ। ଓଡ଼ିଶାର ରୀନା ବେହେରା ନାମ୍ନୀ ମହିଳାଙ୍କ ଅଭିଯୋଗକ୍ରମେ ଗତମାସରେ ଇଓଡବ୍ଲ୍ୟୁ ଏକ ମାମଲା (ନଂ.୨୨/୨୦୨୩) ରୁଜୁ କରି ତଦନ୍ତ କରୁଛି। ଏହାର ସଦସ୍ୟମାନେ ପରସ୍ପରକୁ ‘ଜୟ ଏସ୍‌ଟିଏ’ କହି ସମ୍ବୋଧାନ କରୁଥିଲେ ବୋଲି ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?