Posted inଖେଳ

ଘର ବିକିଲେ ରୋହିତ ଶର୍ମା: ଦାମ୍‌ ଜାଣିଲେ..

ଭାରତୀୟ ଦଳର ତାରକା ଓପନର୍‌ ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱ କ୍ରିକେଟରେ ‘ହିଟମ୍ୟାନ’ ଭାବରେ ଜଣାଶୁଣା ରୋହିତ ନିଜ କ୍ୟାରିୟରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ରୋହିତଙ୍କର ମୁମ୍ବାଇର ୱର୍ଲିରେ ବହୁତ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଅଛି। ତାଙ୍କର ଏହି ଘର ୱର୍ଲିର ଅହୁଜା ଆପାର୍ଟମେଣ୍ଟର ୨୯ ତମ ମହଲାରେ ଅଛି। ଏହା ବ୍ୟତୀତ ତାଙ୍କର ଲୋନାଭଲାରେ ୬୩୨୯ବର୍ଗ ଫୁଟର ଏକ ଘର ଅଛି। ଏହି ଘରକୁ ରୋହିତ ସୁଷମା ଅଶୋକ ସରାଫ ନାମକ ଜଣେ ମହିଳାଙ୍କୁ ୫.୨୫ କୋଟି ଟଙ୍କାର ବିକ୍ରି କରିଥିବା ଜଣାପଡିଛି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ହରାଇବାକୁ ଭୁଲିଯିବା ପାଇଁ ରୋହିତ ଶର୍ମା ତାଙ୍କ ପରିବାର ସହିତ ଇଂଲଣ୍ଡରେ ଛୁଟି କାଟୁଛନ୍ତି। ଅଜିଙ୍କେ ରାହାନେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ରାହାଣେ ଏବଂ ରୋହିତ ଶର୍ମା ନିଜ ପରିବାର ସହିତ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଛି। ଭାରତ ଦଳକୁ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ, ଏହା ପୂର୍ବରୁ ଦଳକୁ ବାୟୋ-ବବୁଲରୁ ୨୦ ଦିନର ବିରତି ମିଳିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ରୋହିତ ଶର୍ମା ଟିମ ଇଣ୍ଡିଆ ପାଇଁ କିଛି ବିଶେଷ କରିପାରି ନ ଥିଲେ। ସେ ମ୍ୟାଚର ଉଭୟ ଇନିଂସରେ ଫ୍ଲପ ବୋଲି ପ୍ରମାଣ କରିଥିଲେ। ରୋହିତ ଶର୍ମା ପ୍ରଥମ ଇନିଂସରେ ୩୪ ରନ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇନିଂସରେ ସେ ୩୦ ରନ ପାଇଁ ପାଭିଲିୟନକୁ ଫେରିଥିଲେ। ବ୍ୟାଟ୍ସମ୍ୟାନଙ୍କ ନିରାଶାଜନକ ପ୍ରଦର୍ଶନ ପରେ ଭାରତ ଏହି ମ୍ୟାଚକୁ ୮ ଉଇକେଟ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?