Posted inଜାତୀୟ

ଭାରତ କଠୋର ପଦକ୍ଷେପ ନେବାକୁ ଭୟଭୀତ ନୁହେଁ: ନଡ୍ଡା…

ନୂଆଦିଲ୍ଲୀ,୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଉ କଠୋର ପଦକ୍ଷେପ ନେବାକୁ ଭୟ କରୁନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୟ ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ ପରିବର୍ତ୍ତନ କରିଛନ୍ତି। ଦେଶର ଭାବମୂର୍ତ୍ତିକୁ ବଦଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ବିଷୟରେ ଖୁବ କମ ଲେଖାଯାଇଛି। ‘ମୋଦି: ଶେପିଂ ଏ ଗ୍ଲୋବାଲ ଅର୍ଡର ଇନ ଫ୍ଲକ୍ସ’ ଶୀର୍ଷକ ଏକ ପୁସ୍ତକ ପ୍ରକାଶ କରି ନଡ୍ଡା କହିଛନ୍ତି ଯେ ପୂର୍ବର ସରକାର ଭୋଟବ୍ୟାଙ୍କ ରାଜନୀତି ଯୋଗୁ ଇସ୍ରାଏଲ ଗସ୍ତ ପାଇଁ ସାହସ କରି ପାରୁ ନ ଥିଲେ।

ଭୋଟ ବ୍ୟାଙ୍କ ରାଜନୀତିର ବାଧ୍ୟତାମୂଳକ କାରଣରୁ ଭାରତ ଇସ୍ରାଏଲ ସହ ସମ୍ପର୍କକୁ ମଜବୁତ ହୋଇ ପାରି ନ ଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଏବଂ ପାଲେଷ୍ଟାଇନ ଗସ୍ତରେ ଯାଇ ସାରିଛନ୍ତି। ଦୁଇ ଭିନ୍ନ ଦେଶ ସହ ସମ୍ପର୍କକୁ କିପରି ମଜବୁତ କରାଯିବ ତାହା ଭାରତ ଦର୍ଶାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ପାକିସ୍ତାନକୁ ସଫଳତାର ସହ ପରିଚାଳନା କରିଛନ୍ତି।

ମୋଦି କ୍ଷମତାକୁ ଆସିବା ପୂର୍ବରୁ ଦେଶର ଭାବମୂର୍ତ୍ତି କ’ଣ ଥିଲା ତାହା ବୁଝିବାର ଆବଶ୍ୟକତା ରହିଛି । ଅର୍ଥନୀତି ହ୍ରାସ ପାଉଥିଲା ଏବଂ ଦେଶ ଏକ ଦୁର୍ନୀତିଗ୍ରସ୍ତ ଦେଶ ଭାବରେ ଜଣାଶୁଣା ଥିଲା। ଦେଶରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଥିଲା ଏବଂ ସ୍ଥିର ସରକାରର ଅଭାବ ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ପ୍ରଧାନମନ୍ତ୍ରୀ ପଦର ଗୁରୁତ୍ୱ ହ୍ରାସ ପାଉଥିଲା। ମୋଦି ପ୍ରାୟ ୬୦ଟି ଦେଶ ଗସ୍ତ କରିଛନ୍ତି। ଦେଶର ପୁରୁଣା ସହଯୋଗୀମାନଙ୍କ ସହ ସମ୍ପର୍କକୁ ମଜବୁତ କରୁଥିବାବେଳେ ସେ ନୂତନ ସହଭାଗିତା ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ପଡୋଶୀ ଦେଶ ଗସ୍ତ କରିଛନ୍ତି ଏବଂ ସେମାନଙ୍କ ସହ ସମ୍ପର୍କକୁ ମଜବୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?