Posted inଜାତୀୟ

ଭାରତ କଠୋର ପଦକ୍ଷେପ ନେବାକୁ ଭୟଭୀତ ନୁହେଁ: ନଡ୍ଡା…

ନୂଆଦିଲ୍ଲୀ,୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଉ କଠୋର ପଦକ୍ଷେପ ନେବାକୁ ଭୟ କରୁନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୟ ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ ପରିବର୍ତ୍ତନ କରିଛନ୍ତି। ଦେଶର ଭାବମୂର୍ତ୍ତିକୁ ବଦଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ବିଷୟରେ ଖୁବ କମ ଲେଖାଯାଇଛି। ‘ମୋଦି: ଶେପିଂ ଏ ଗ୍ଲୋବାଲ ଅର୍ଡର ଇନ ଫ୍ଲକ୍ସ’ ଶୀର୍ଷକ ଏକ ପୁସ୍ତକ ପ୍ରକାଶ କରି ନଡ୍ଡା କହିଛନ୍ତି ଯେ ପୂର୍ବର ସରକାର ଭୋଟବ୍ୟାଙ୍କ ରାଜନୀତି ଯୋଗୁ ଇସ୍ରାଏଲ ଗସ୍ତ ପାଇଁ ସାହସ କରି ପାରୁ ନ ଥିଲେ।

ଭୋଟ ବ୍ୟାଙ୍କ ରାଜନୀତିର ବାଧ୍ୟତାମୂଳକ କାରଣରୁ ଭାରତ ଇସ୍ରାଏଲ ସହ ସମ୍ପର୍କକୁ ମଜବୁତ ହୋଇ ପାରି ନ ଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଏବଂ ପାଲେଷ୍ଟାଇନ ଗସ୍ତରେ ଯାଇ ସାରିଛନ୍ତି। ଦୁଇ ଭିନ୍ନ ଦେଶ ସହ ସମ୍ପର୍କକୁ କିପରି ମଜବୁତ କରାଯିବ ତାହା ଭାରତ ଦର୍ଶାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ପାକିସ୍ତାନକୁ ସଫଳତାର ସହ ପରିଚାଳନା କରିଛନ୍ତି।

ମୋଦି କ୍ଷମତାକୁ ଆସିବା ପୂର୍ବରୁ ଦେଶର ଭାବମୂର୍ତ୍ତି କ’ଣ ଥିଲା ତାହା ବୁଝିବାର ଆବଶ୍ୟକତା ରହିଛି । ଅର୍ଥନୀତି ହ୍ରାସ ପାଉଥିଲା ଏବଂ ଦେଶ ଏକ ଦୁର୍ନୀତିଗ୍ରସ୍ତ ଦେଶ ଭାବରେ ଜଣାଶୁଣା ଥିଲା। ଦେଶରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଥିଲା ଏବଂ ସ୍ଥିର ସରକାରର ଅଭାବ ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ପ୍ରଧାନମନ୍ତ୍ରୀ ପଦର ଗୁରୁତ୍ୱ ହ୍ରାସ ପାଉଥିଲା। ମୋଦି ପ୍ରାୟ ୬୦ଟି ଦେଶ ଗସ୍ତ କରିଛନ୍ତି। ଦେଶର ପୁରୁଣା ସହଯୋଗୀମାନଙ୍କ ସହ ସମ୍ପର୍କକୁ ମଜବୁତ କରୁଥିବାବେଳେ ସେ ନୂତନ ସହଭାଗିତା ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ପଡୋଶୀ ଦେଶ ଗସ୍ତ କରିଛନ୍ତି ଏବଂ ସେମାନଙ୍କ ସହ ସମ୍ପର୍କକୁ ମଜବୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ଡ୍ରାମା: ଭାଜପାର ନା ପରେ, ଶିବସେନାକୁ ସରକାର ଗଢିବା ପାଇଁ ପଚାରିଲେ ରାଜ୍ୟପାଳ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏବେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଚାଲିଛି। ରବିବାର ଭାଜପା ସରକାର ଗଢିବା ପାଇଁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାର...

ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍‌ ଗସ୍ତରେ...

ସିଏଏକୁ ବିରୋଧ କରି କବର ସ୍ଥାନରେ କଲେ ପ୍ରାର୍ଥନା

ପ୍ରୟାଗରାଜ,୨୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଉତ୍ତର ପ୍ରଦେଶର କଂଗ୍ରେସ ନେତା ଭିନ୍ନ ଢଙ୍ଗରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତା...

ଗାଁରେ ନିର୍ବାଚନ ପ୍ରଚର ବନ୍ଦ, ହେଲେ ଭୋଟ ନଦେଲେ ଦେବାକୁ ପଡିବ ଜରିମାନା

ରାଜକୋଟ,୨୪ ।୧୧: ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୌତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ହେଲେ ଗୁଜରାଟରେ...

ହାଇଦ୍ରାବାଦରେ କନ୍‌ସଲ ଜେନେରାଲ ଜୋଏଲ୍‌

ହାଇଦ୍ରାବାଦ, ୨୨ା୮: ହାଇଦ୍ରାବାଦରେ ଆମେରିକାର ନୂଆ ବାଣିଜି୍ୟକ ରାଷ୍ଟ୍ରଦୂତ ଭାବେ ଜୋଏଲ ରେଫ୍‌ମ୍ୟାନ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ହାଇଦ୍ରାବାଦରେ ପହଞ୍ଚିବା ପରେ ଏହି ଅଞ୍ଚଳ...

ବଜେଟ ଅଧିବେଶନ ଆରମ୍ଭରୁ ବିଧାୟକଙ୍କ ହଟ୍ଟଗୋଳ, ରାଜ୍ୟପାଳ ପଢିପାରିଲେନି ଅଭିଭାଷଣ

କୋଲକାତା,୨ ।୭: ପଶ୍ଚିମବଙ୍ଗ ନିର୍ବାଚନ ପରେ ଶୁକ୍ରବାର ପ୍ରଥମ କରି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ହେଲେ ଆରମ୍ଭରୁ ବିଧାୟକଙ୍କ ବିରୋଧ ଫଳରେ ଗୃହକୁ...

ଏକ୍‌ଜିଟ୍ ପୋଲ୍‌କୁ ଦେଖି କଂଗ୍ରେସ ତତ୍ପର

ନୂଆଦିଲ୍ଲୀ,୮ ।୧୧: ସରିଛି ବିହାର ବିଧାନସଭା ନିର୍ବାଚନ । ଏବେ ଏକ୍‌ଜିଟ୍ ପୋଲ୍‌ର ଫଳାଫଳକୁ ଦେଖିଲେ ମହାମେଣ୍ଟ ସମସ୍ତଙ୍କ ଉପରେ ଭାରି ପଡିବ ବୋଲି କୁହାଯାଉଛି...

ସୁପ୍ରିମକୋର୍ଟ ଗଲେ ଶିବସେନା-ଏନ୍‌ସିପି-କଂଗ୍ରେସ

ନୂଆଦିଲ୍ଲୀ,୨୪ା୧୧: ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଜପା ସରକାର ଗଢ଼ିବାରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ମନମାନିକୁ ଚ୍ୟାଲେଞ୍ଜ କରି ଶନିବାର ସନ୍ଧ୍ୟାରେ ଶିବସେନା, ଏନ୍‌ସିପି...

Advertisement
Archives

Model This Week