Posted inଖେଳ

ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଷ୍ଟିଭ୍‌ ସ୍ମିଥ ମ୍ୟାନ୍‌ ଅଫ ଦି ସିରିଜ

କାନବେରା, ୩।୧୨- ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ୧୫୦ ରନର ଭାଗୀଦାରି ଏବଂ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ତୃତୀୟ ଥର ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୦୨ ରନ କରିଥିବାବେଳେ ଘରୋଇ ଦଳ ୪୯.୩ ଓଭରରେ ୨୮୯ ରନକରି ଅଲଆଉଟ ହୋଇଯାଇଥିଲା। ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ଓ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପାଇଛନ୍ତି। ପ୍ରଥମ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ୨-୧ରେ ସିରିଜ ବିଜୟୀ ହୋଇଛି। ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଏହି ବିଜୟ ଭାରତର ମନୋବଳ ଦୃଢ଼ କରିଛି।
ପାଣ୍ଡ୍ୟା-ଜାଡେଜାଙ୍କ ଶତକୀୟ ଭାଗୀଦାରି
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୬ ରନରେ ଇନ୍‌ଫର୍ମ ଓପନର ଶିଖର ଧାଓ୍ବନ(୧୬ ରନ)ଙ୍କ ଉଇକେଟ ହରାଇଥିଲେ ହେଁ ଶୁବମନ ଗିଲ୍‌ ଏବଂ ଅଧିନାୟକ ବିରାଟ କୋହଲି ଇନିଂସ ସମ୍ଭାଳି ନେଇଥିଲେ। ତେବେ ଯୁବ ଓପନର ଗିଲ୍‌ ୩୩, ଶ୍ରେୟାସ ଆୟାର ୧୯ ଓ ଲୋକେଶ ରାହୁଲ ୫ ରନରେ ଆଉଟ ହେବାରୁ ଭାରତର ଦ୍ରୁତ ରନ ହାରରେ ଅଙ୍କୁଶ ଲାଗିଥିଲା। ଆତ୍ମବିଶ୍ୱାସର ସହିତ ଖେଳିଥିବା କୋହଲି ୭୮ ବଲ୍‌ରୁ ୬୩ (୫ ଚୌକା) ରନ କରି କ୍ରମାଗତ ତୃତୀୟ ଥରପାଇଁ ଜୋଶ୍‌ ହାଜେଲଉଡ୍‌ଙ୍କ ଶିକାର ହୋଇଥିଲେ। ଭାରତ ୩୨ ଓଭରରେ ୧୫୨ ରନରେ ୫ମ ଉଇକେଟ ହରାଇଥିଲା। ଫଳରେ ଭାରତର ବଡ଼ ସ୍କୋର ହେବାନେଇ ଆଶଙ୍କା ଦେଖା ଦେଇଥିଲା। ତେବେ ପାଣ୍ଡ୍ୟା ଓ ଜାଡେଜା ଅସମାପ୍ତ ୬ଷ୍ଠ ଉଇକେଟରେ ୧୦୮ ବଲ୍‌ରୁ ଦ୍ରୁତ ୧୫୦ ରନର ଭାଗୀଦାରି ଗଢ଼ି ଦଳୀୟ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ହାର୍ଦ୍ଦିକ ୭୬ ବଲ୍‌ରୁ ୯୨(୭ ଚୌକା, ୧ ଛକା) ଓ ଜାଡେଜା ୫୦ ବଲ୍‌ରୁ ୬୬(୫ ଚୌକା, ୩ ଛକା) ରନରେ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଆଷ୍ଟନ ଅଗର ୨ଟି ଏବଂ ହାଜେଲଉଡ୍‌, ସିଅନ ଆବୋଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପଦାର୍ପଣରେ ନଟରାଜନଙ୍କୁ ସଫଳତା
ଭାରତ ଏହି ମ୍ୟାଚରେ ୪ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ମୟଙ୍କ ଅଗ୍ରଓ୍ବାଲ, ନବଦୀପ ସଇନି, ମହମ୍ମଦ ସାମି ଓ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଶୁବମନ ଗିଲ, ଟି. ନଟରାଜନ, ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇଥିଲା। ସେହିପରି ଅଷ୍ଟ୍ରେଲିଆ ଦଳରେ ଡେଭିଡ ଓ୍ବାର୍ନର, ପ୍ୟାଟ୍‌ କୁମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ସ୍ଥାନ ନେଇଥିଲେ କାମେରି ଗ୍ରୀନ୍‌, ଆବୋଟ ଓ ଅଗର। ଭାରତର ନଟରାଜନ ଓ ଅଷ୍ଟ୍ରେଲିଆର ଗ୍ରୀନ୍‌ ଏଠାରେ ଦିନିକିଆ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ନଟରାଜନ ନିଜ ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରି ସଫଳତା ପାଇଥିଲେ। ୩୦୩ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୫୬ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ ୮୨ ବଲ୍‌ରୁ ୭୫(୭ ଚୌକା, ୩ ଛକା) ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୩୮ ବଲ୍‌ରୁ ଦ୍ରୁତ ୫୯(୩ ଚୌକା, ୪ ଛକା) ରନ ସ୍କୋର କରିଥିଲେ ହେଁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ବିଜୟ ଲକ୍ଷ୍ୟଠାରୁ ଦୂରରେ ରହି ଯାଇଥିଲା। ଆଲେକ୍ସ କାରେ ୩୮ ଓ ଅଗର ୨୮ ରନର ଯୋଗଦାନ ଦେଇଥିଲେ। ସିରିଜରେ ପ୍ରଥମଥରପାଇଁ ଭାରତୀୟ ବୋଲର ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ଶାର୍ଦ୍ଦୁଳ ସର୍ବାଧିକ ୩ଟି ଉଇକେଟ ନେଇଥିବାବେଳେ ଯଶପ୍ରୀତ୍‌ ବୁମ୍‌ରା ଓ ପଦାର୍ପଣକାରୀ ନଟରାଜନ ୨ଟି ଲେଖାଏ ଏବଂ କୁଲଦୀପ ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri