Posted inଖେଳ

ସଡନ୍‌ ଡେଥ୍‌ରେ ହାରିଲା ଭାରତ, ଜର୍ମାନୀକୁ ଅଲିମ୍ପିକ୍ସ ଯୋଗ୍ୟତା

ରାଞ୍ଚି,୧୮ା୧: ରାଞ୍ଚିରେ ଅନୁଷ୍ଠିତ ମହିଳା ହକି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ସେମି ଫାଇନାଲରେ ଜର୍ମାନୀ ନିକଟରୁ ସଡନ ଡେଥ୍‌ରେ ପରାଜିତ ହୋଇଛି ଭାରତ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ରେ ରହିବା ପରେ ପେନାଲ୍ଟି ଶୁଟ୍‌ଆଉଟ୍‌କୁ ଖେଳ ଯାଇଥିଲା ପେନାଲ୍ଟି ଶୁଟ ଆଉଟରେ ମଧ୍ୟ ମ୍ୟାଚ୍‌ ୩-୩ରେ ରହିଥିଲା। ପରେ ସଡନ୍‌ ଡେଥ୍‌ରେ ଭାରତ ୧-୦ରେ ପରାଜିତ ହୋଇଥିଲା। ଏହି ବିଜୟ ସହ ଜର୍ମାନୀ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଭାରତ ନିକଟରେ ଆଉ ଏକ ସୁଯୋଗ ରହିଛି। ତୃତୀୟ ସ୍ଥାନ ପ୍ଲେ ଅଫ୍‌ ମ୍ୟାଚ୍‌ ଜିତିଲେ ଭାରତ ଯୋଗ୍ୟତା ଅର୍ଜନ କରିବ।

ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ପେନାଲ୍ଟି କର୍ନରରୁ ସ୍କୋର ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଦୀପିକା ୧୫ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରର ୨୭ ତମ ମିନିଟରେ ଜର୍ମାନୀ ପକ୍ଷରୁ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିବା ପରେ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ୍‌ ଶେଷ ହେବାକୁ ୩ ମିନିଟ ରହିଥିବା ବେଳେ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ଏହାର ୧ ମିନିଟ ମଧ୍ୟରେ ଭାରତ ପକ୍ଷରୁ ଇଶିକା ଚୌଧାରୀ ପେନାଲ୍ଟି କର୍ନରରୁ ଗୋଲ ସ୍କୋର କରି ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ପେନାଲ୍ଟି ଶୁଟଆଉଟରେ ଭାରତ ପକ୍ଷରୁ ସଙ୍ଗୀତା, ସୋନିକା ଓ ଲାଲରେମସିଆମି ସ୍କୋର କରିଥିବା ବେଳେ ନବନୀତ କୌର ଓ ନେହା ମିସ୍‌ କରିଥିଲେ। ତେବେ ସଡନଡେଥ୍‌ ଟାଇବ୍ରେକରେ ଉଭୟ ସଙ୍ଗୀତା ଓ ସୋନିକା ମିସ୍‌ କରିଥିବା ବେଳେ ଜର୍ମାନୀ ପକ୍ଷରୁ ନୋଲ୍‌ଟେ ବିଜୟ ସୂଚକ ଗୋଲଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri