Posted inଜାତୀୟ

ଦାରିଦ୍ର୍ୟକୁ ହରାଇଛି ଭାରତ, କହିଲା ଆଇଏମ୍‌ଏଫ୍‌…

ଓ୍ବାଶିଂଟନ, ୭।୪ : ଭାରତରେ, ଅତ୍ୟଧିକ ଦାରିଦ୍ର୍ୟରେ ଜୀବନ ବିତାଉଥିବା ଲୋକଙ୍କ ସଂଖ୍ୟା କମିଛି। ଭାରତ ଦାରିଦ୍ର୍ୟକୁ ହରାଇଛି ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ୪୦ ବର୍ଷ ମଧ୍ୟରେ ଉପଭୋକ୍ତା ଅସମାନତାକୁ ସର୍ବନିମ୍ନ ସ୍ତରରେ ପହଞ୍ଚାଇଛି।

ଅର୍ଥନୀତିଜ୍ଞ ସୁରଜିତ ଭାଲା, ଅରବିନ୍ଦ ବିରମଣି ଏବଂ କରଣ ଭାସିନଙ୍କ ଦ୍ୱାରା ଲେଖାଯାଇଥିବା ଆଇଏମଏଫ ୱାର୍କିଂ ପେପରରେ କୁହାଯାଇଛି ଯେ ଅତ୍ୟଧିକ ଦାରିଦ୍ରରେ ଜୀବନ ବିତାଉଥିବା ଲୋକଙ୍କ ଅନୁପାତ ଭାରତରେ ଏକ ପ୍ରତିଶତରୁ କମ ରହିଛି।

ମହାମାରୀ ସମୟରେ ମଧ୍ୟ ଏହା ସ୍ଥିର ରହିଥିଲା। ବିଶ୍ୱବ୍ୟାଙ୍କର୧.୯ ଡଲାର କିମ୍ବା ତା’ଠାରୁ କମ ପର୍ଚେସିଙ୍ଗ୍‌ ପାଓ୍ବାର ପାରିଟି (ପିପିପି) ସର୍ତ୍ତାବଳୀରେ ଲୋକଙ୍କ ସଂଖ୍ୟା ପ୍ରାକ-ମହାମାରୀ ୨୦୧୯ ବର୍ଷରେ ଜନସଂଖ୍ୟାର ୦.୮ ପ୍ରତିଶତ ଥିଲା। ୨୦୨୨ ଏପ୍ରିଲ ୫ରେ ପ୍ରକାଶିତ ଆଇଏମଏଫ ପେପରରେ ଏସମ୍ପର୍କରେ ଦର୍ଶାଯାଇଛି।

ଦାରିଦ୍ର୍ୟସ୍ତର ଉତ୍କଟ ନହେବା ଏବଂ ୨୦୨୦ରେ ମହାମାରୀ ସମୟରେ ଏହା ସେହି ନିମ୍ନ ସ୍ତରରେ ସ୍ଥିର ରହିବା ପାଇଁ ଖାଦ୍ୟ ରାଶନ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଏହି ଫଳାଫଳ ମଧ୍ୟ ଭାରତର ଖାଦ୍ୟ ସବସିଡି କାର୍ଯ୍ୟକ୍ରମର ବିସ୍ତାର ଦ୍ୱାରା ପ୍ରଦାନ କରାଯାଇଥିବା ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମକୁ ଦର୍ଶାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?