ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା ଆମେ ଜାଣିନାହୁଁ। ଅନ୍ୟ ରାଷ୍ଟ୍ରଗୁଡ଼ିକରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଗଢ଼ି ଉଠିଥିବା ସଂସ୍ଥା ଅତ୍ୟଧିକ ଲୋଭ ରଖିଥାଇପାରନ୍ତିି, କିନ୍ତୁ ତାହା ମୁଖ୍ୟତଃ ଉପରଲିଖିତ ଦୁଇଟି କ୍ଷେତ୍ରରେ ସାବଧାନତା ଓ ସତର୍କତା ଅବଲମ୍ବନ କରିଥାନ୍ତି। ଭାରତରେ ଚିନିରେ କାଚଗୁଣ୍ଡ, ପନିପରିବା ଓ ଫଳକୁ ସତେଜ ଦେଖାଇବା ପାଇଁ ରାସାୟନିକ ପ୍ରଲେପ ଦେବା ସାଧାରଣ କଥା। ସବୁଠାରୁ ଅତି ମାରାତ୍ମକ ବିଷୟ ହେଉଛି ଜୀବନରକ୍ଷା କରୁଥିବା ଔଷଧକୁ ଭେଜାଲ କରି ଲୋକଙ୍କ ଜୀବନ ନେବାକୁ ଅନେକ ଫାର୍ମା କମ୍ପାନୀ ପଛାଉ ନାହାନ୍ତି। ନିକଟରେ ହିମାଚଳ ପ୍ରଦେଶରୁ ସଂଗ୍ରହ କରାଯାଇଥିବା ନମୁନା ମଧ୍ୟରୁ ୪୯ ଔଷଧ ଗୁଣବତ୍ତା ବଜାୟ ରଖିବାରେ ବିଫଳ ହୋଇଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ କୁହାଯାଇଛି। ନଭେମ୍ବରରେ ନିଆଯାଇଥିବା ସାମ୍ପୁଲ ମଧ୍ୟରୁ ୨୦୫ ନିମ୍ନମାନର ବୋଲି ଜଣାପଡ଼ିଥିବା ବେଳେ ହିମାଚଳ ପ୍ରଦେଶର ସର୍ବାଧିକ ୨୨.୮ ପ୍ରତିଶତ ଯାଞ୍ଚ ବେଳେ ବିଫଳ ହୋଇଛି। ଅର୍ଥାତ୍‌ ଆମେ ସେବନ କରୁଥିବା ଅନେକ ଔଷଧ ଅପମିଶ୍ରିତ କିମ୍ବା ନିମ୍ନମାନର ବୋଲି ସରକାରୀ ସୂତ୍ରରୁ ଜଣାପଡ଼ୁଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଉତ୍ପାଦନ ହେଉଥିବା ଔଷଧର ୩୫ ପ୍ରତିଶତ ହିମାଚଳ ପ୍ରଦେଶରେ ପ୍ରସ୍ତୁତ ହେଉଛି। ବିଶେଷକରି ସୋଲାନ ଜିଲାର ବାଦ୍ଦି, ବାରୋତ୍ତିଓ୍ବାଲା, ନାଲଗଡ଼, ସୁଭାତୁ, ସିରମାଉର ଜିଲାର କାଲା ଆମ୍‌ବ, ପାଓଣ୍ଟା ସହିବ ଏବଂ ଉନା ଜିଲାର ହାରୋଲିରୁ ନିଆଯାଇଥିବା ନମୁନା ପରୀକ୍ଷା ବେଳେ ବିଫଳ ହୋଇଛି। ଏହିସବୁ ଔଷଧଗୁଡ଼ିକ ଉଚ୍ଚ ରକ୍ତଚାପ, ମଧୁମେହ, ବୀଜାଣୁ ସଂକ୍ରମଣ ଭଳି ରୋଗ ଲାଗି ବ୍ୟବହାର ହୋଇଥାଏ। ଫାର୍ମା କମ୍ପାନୀଗୁଡ଼ିକ ଏପରିି ବିଷାକ୍ତ ଔଷଧ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଥିବାରୁ ଲୋକଙ୍କ ପ୍ରାଣଯିବା ସ୍ବାଭାବିକ।
ବାସ୍ତବରେ ଥରେ ଖରାପ ଔଷଧ ଯୋଗାଣ ଶୃଙ୍ଖଳ ଭିତରକୁ ଚାଲିଗଲେ ତାହାକୁ ଠଉରାଇବା ସହଜ ନୁହେଁ। ଏମିତି ଦେଖିଲେ ଭାରତରେ ଯାଞ୍ଚ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଓ ବହୁ ସ୍ଥାନରେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ଅଭାବ ଥିବାରୁ ଲକ୍ଷ୍ୟ ସାଧନ ସମ୍ଭବ ହୋଇ ନ ଥାଏ। ଆଉ ଗୋଟିଏ କଥା ହେଉଛି ଯେ ଅତ୍ୟଧିକ ଲାଭ ଅର୍ଜନ କରିବାକୁ ଚାହୁଁଥିବା ଫାର୍ମା କମ୍ପାନୀ ଯାଞ୍ଚ ଅଧିକାରୀଙ୍କୁ ଅର୍ଥ ଦେଇ ମୁହଁ ବନ୍ଦ କରିଦେବାରେ ସକ୍ଷମ ହୋଇଥାଆନ୍ତି। ଅତ୍ୟନ୍ତ କଠୋର ବ୍ୟବସ୍ଥା ଦେଇ ଔଷଧ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅନେକ ଅଧିକାରୀ ବା କର୍ମଚାରୀ ଯେତେବେଳେ ଶୁଖିଲାରେ ପର୍ଯ୍ୟାପ୍ତ ଅର୍ଥ ପାଇଯିବେ ସେତେବେଳେ ମଧ୍ୟ ତାଙ୍କ ନୈତିକତା ପ୍ରଶ୍ନବାଚୀରେ ରହିଯିବ। ଏଥିସହିତ ଯାଞ୍ଚ ସଂସ୍ଥା ଉପରେ ରାଜନୈତିକ ଓ ଅମଲାତାନ୍ତ୍ରିକ ଚାପ ବିଷୟକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। କଦବା କୌଣସି ଫାର୍ମା କମ୍ପାନୀକୁ କଳାତାଲିକାଭୁକ୍ତ କରାଗଲେ ପରବର୍ତ୍ତୀ ସମୟରେ ତାହା ପୁଣି ଔଷଧ ଉତ୍ପାଦନ କରୁଥିବା ଦେଖିବାକୁ ମିଳେ। ସେହି କଳା ତାଲିକାରୁ ତା’ର ନାମ କେତେବେଳେ କଟିଲା ତାହା ଔଷଧ ସେବନକାରୀ ଜାଣିବାର ବାଟ ନାହିଁ। ଏହା ମଧ୍ୟ ମନେରଖିବା ଉଚିତ ଯେ, ଅନେକ କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଔଷଧ ନିର୍ମାତା ନିଜ ନାମରେ ବଜାରକୁ ଯାଇ ନ ଥାଆନ୍ତି। ସେମାନଙ୍କ ଔଷଧକୁ ବିପୁଳ ଆକାରରେ ବୃହତ୍‌ କମ୍ପାନୀ କିଣି ନିଜ ବ୍ରାଣ୍ଡ୍‌ରେ ସିଲ୍‌ ମାରି ବିକ୍ରି କରୁଥିବା ହେତୁ ଭାରତରେ ମାନର ଗୁଣବତ୍ତା ଯାଞ୍ଚ କରିବା କୌଣସି ରୋଗୀ ପାଇଁ ସମ୍ଭବପର ହୁଏ ନାହିଁ। ଭାରତରେ ଏଭଳି ଧରଣର ଅପରାଧୀଙ୍କୁ ସାମାନ୍ୟ ଜରିମାନା କରି ଛାଡ଼ି ଦିଆଯାଇଥାଏ। ମଣିଷର ଜୀବନ ସହ ଖେଳୁଥିବା ଫାର୍ମା କମ୍ପାନୀର ମାଲିକଙ୍କୁ ଯଦି ମୃତ୍ୟୁଦଣ୍ଡ ଭଳି କଠୋର ଦଣ୍ଡରେ ଦଣ୍ଡିତ କରାଯାଆନ୍ତା, ତାହା ହେଲେ ଅନ୍ୟମାନେ ସେଭଳି ଭୁଲ୍‌ କରିବାକୁ ଅନେକ ଥର ଭାବନ୍ତେ।
ବିଷାକ୍ତ ମଦ ପିଇ ଥୋକେ ଲୋକ ମଲା ପରେ ପ୍ରଶାସନ ଟିକେ ଚିହିଁକି ଉଠେ। ତତ୍‌କ୍ଷଣାତ୍‌ ତଳତଳିଆ ଯାଞ୍ଚ ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଦିଆଯାଏ। କିଛି ଦିନ ଗଲା ପରେ ଦେଖାଯାଏ ସେହି କର୍ମଚାରୀ ଅନ୍ୟତ୍ର ପୋଷ୍ଟିଂ ହୋଇଥିବେ। ଲୋକଙ୍କ ସ୍ମରଣ ଶକ୍ତି ସ୍ବଳ୍ପ ସମୟ ପାଇଁ ଉଜାଗର ରହୁଥିବାରୁ ପୂର୍ବର ବିଷୟ କମ୍‌ ସମୟରେ ସମାଧି ପାଇଯାଇଥାଏ। ଅନୁରୂପ ଭାବେ ଏହା ଔଷଧ କ୍ଷେତ୍ରରେ ଲକ୍ଷ୍ୟ କରାଯାଉଛି। ଓଡ଼ିଶାର ବଲାଙ୍ଗୀରଠାରୁ କଟକ ପର୍ଯ୍ୟନ୍ତ ନକଲି ଔଷଧର ଚେର ଲମ୍ବିଥିବା ଓ ଅନେକ ଗୋଷ୍ଠୀ ସକ୍ରିୟ ରହି ବେପାର ଚଳାଇଥିବା ନେଇ ବାରମ୍ବାର ଖବର ଶୁଣିବାକୁ ମିଳେ। କଟକରୁ ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଉଚ୍ଚରକ୍ତଚାପ ନିୟନ୍ତ୍ରଣ ପାଇଁ ଭେଜାଲ ‘ଟେଲ୍‌ମା ୪୦’ ଔଷଧ ୨୦୨୨ରେ ରାଜ୍ୟବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଚଳିତ ମାସ ପ୍ରାରମ୍ଭରେ ରାଜ୍ୟରେ ଓରାଲ ରିହାଇଡ୍ରେଶନ ସଲ୍ଟ (ଓଆର୍‌ଏସ୍‌)ର ଲିକ୍ୟୁଇଡ୍‌ ପ୍ୟାକ୍‌ ଭେଜାଲ ଥିବା ଜଣାପଡ଼ିଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନିୟମ ଅନୁସରଣ କରା ନ ଯାଇ ଏହା ପ୍ରସ୍ତୁତ କରାଯାଇଥିବାରୁ ତାହା କାମ ଦେଇ ନ ଥିବା ବିଷୟ ପଦାକୁ ଆସିବା ପରେ ସେଗୁଡ଼ିକୁ ବଜାରରୁ ଫେରାଇ ନିଆଯାଇଥିଲା। ସେହିଭଳି ତାମିଲନାଡୁର ଏକ ଫାର୍ମାର କାଶ ସିରପ୍‌ ବ୍ୟବହାର କରି ଅନେକ ଶିଶୁଙ୍କ ମୃତ୍ୟୁ ଖବର ଭାରତ ସମେତ ବିଭିନ୍ନ ଦେଶରୁ ଆସିଥିଲା। ସରକାରଙ୍କ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ହେତୁ, ସମ୍ଭବତଃ, ସେହି ମାଲିକ ପୁନର୍ବାର ‘ଧନ୍ଦା’ ପୂର୍ବଭଳି ଚଳାଉଥିବେ ଏବଂ କଚେରିରେ ଦାୟର ମାମଲା ତାଙ୍କ ଓକିଲ ତାରିଖ ପରେ ତାରିଖ ନେଇ ସମାଧାନ କରୁଥିବେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?