ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ ବା ‘ବିଭି ଜି ରାମ ଜି’ ନାମରେ ଆଉ ଏକ ଆଇନ ପ୍ରଣୟନ କରିଛନ୍ତି। ସଂସଦରେ ସରକାର ନିଚ୍ଛକ ଧ୍ୱନିମତରେ ଏହି ନୂତନ ଆଇନକୁ ଗୃହୀତ କରାଇଛନ୍ତି। ସଂସଦର ଶୀତ ଅଧିବେଶନର ଶେଷ ହେବାର ଠିକ୍‌ ପୂର୍ବରୁ ତରବରିଆ ଭାବେ ଅଣାଯାଇଥିବା ଏହି ସଂକ୍ରାନ୍ତୀୟ ବିଲ୍‌ଟିକୁ ବିରୋଧୀ ଦଳ ସାଂସଦଙ୍କ ଜୋର୍‌ଦାର ଦାବି ସତ୍ତ୍ୱେ ତାକୁ ଅଧିକ ବିଚାର ଆଲୋଚନା ପାଇଁ ସଂସଦୀୟ ସ୍ଥାୟୀ ସମିତି ନିକଟକୁ ପଠାଗଲା ନାହିଁ। ଏପରିକି ଏହି ଆଇନ ଯୋଗୁ ପ୍ରଭାବିତ ହେବାକୁ ଯାଉଥିବା ସମସ୍ତ ପକ୍ଷ ଯଥା ଗ୍ରାମାଞ୍ଚଳରେ ରହିଥିବା ଏମ୍‌ଜିଏନ୍‌ଆର୍‌ଇଜିଏର ବହୁ କୋଟି ଶ୍ରମିକ, ସେମାନଙ୍କ ଅଧିକାର ପାଇଁ କାର୍ଯ୍ୟରତ ସଙ୍ଗଠନ, ବିଭିନ୍ନ ରାଜ୍ୟ ସରକାର କାହାରି ବି ମତାମତ ନ ନେଇ ଏହାକୁ ଏକପାଖିଆ ଭାବେ ଗୃହୀତ କରାଇ ଦିଆଯାଇଛି।
୨୦୦୪ ଲୋକ ସଭା ନିର୍ବାଚନ ପରେ କ୍ଷମତାକୁ ଆସିଥିବା ତତ୍କାଳୀନ ୟୁପିଏ ସରକାର ଆଗରେ ଗ୍ରାମାଞ୍ଚଳର ଆର୍ଥିକ ଦୁର୍ଦ୍ଦଶା ଦୂରକରିବା ପ୍ରାଥମିକତାରେ ରହିଥିଲା। ଏହି କ୍ରମରେ ଦେଶବ୍ୟାପୀ ସାମାଜିକ କର୍ମୀ, ଶ୍ରମିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହ ବିଚାରବିମର୍ଶ ପରେ ୟୁପିଏ ସରକାର ୨୦୦୫ରେ ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ ରୋଜଗାର ବିଲ୍‌ ଆଣିଥିଲେ। ବିଲ୍‌ଟି ଗୃହୀତ ହେବା ପୂର୍ବରୁ ବିଚାରବିମର୍ଶ ପାଇଁ ଭାଜପା ନେତା କଲ୍ୟାଣ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ ସ୍ଥାୟୀ ସମିତିକୁ ପଠାଯାଇଥିଲା। ଶେଷରେ ସଂଶୋଧିତ ବିଲ୍‌ଟିକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବା ପରେ ତାହା ଗୃହୀତ ହୋଇ ଆଇନରେ ପରିଣତ ହୋଇଥିଲା।
ଏହି ଆଇନରେ ଗ୍ରାମାଞ୍ଚଳର ଗରିବ ଶ୍ରମିକମାନଙ୍କୁ ୫ କି.ମି. ପରିଧି ମଧ୍ୟରେ ବାର୍ଷିକ ୧୦୦ ଦିନ କାମ ଯୋଗାଇବାର ବ୍ୟବସ୍ଥା ରହିଥିଲା। ଏଥିରେ ପଞ୍ଜୀକୃତ ହେବା ପରେ ଜଣେ ଶ୍ରମିକ କାମ ମାଗିବାର ୭ ଦିନ ମଧ୍ୟରେ ସରକାର କାମ ଯୋଗାଇବାକୁ ଏବଂ ୧୫ ଦିନ ମଧ୍ୟରେ କାମ ଦେଇ ନ ପାରିଲେ ବେକାରି ଭତ୍ତା ଦେବାକୁ ବାଧ୍ୟ ଥିଲେ। ଏହି ଆଇନ ଆସିବା ପରେ ଶହେ ଦିନର ବିକଳ୍ପ ରୋଜଗାରର ଗ୍ୟାରେଣ୍ଟି ଫଳରେ ବର୍ଷକୁ ଅତିରିକ୍ତ ୧୦୦ଦିନ କାମ ମିଳିବା ସହ ଗାଁରେ କୃଷି ଓ ଅନ୍ୟାନ୍ୟ କାମରେ ସେମାନଙ୍କର ମୂଳଚାଲ କ୍ଷମତା ବଢ଼ିଲା। କାମ ପାଇଁ ଗାଁରୁ ପଳାୟନ ହ୍ରାସ ପାଇବା ସହ ସବୁଠାରୁ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେଲା।
ଗତ ୨ଦଶକ ଧରି ପ୍ରଥମେ ନରେଗା ଓ ପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ ରୋଜଗାର ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ ଦେଶର ଗ୍ରାମାଞ୍ଚଳ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଏହା ଜରିଆରେ ଗରିବ ଲୋକଙ୍କ ହାତକୁ ପଇସା ଯିବା ସହ ପ୍ରତିବର୍ଷ ଗ୍ରାମାଞ୍ଚଳରେ ରାସ୍ତା, ପୋଖରୀ, ଆଡ଼ିବନ୍ଧ, କେନାଲ ନିର୍ମାଣ ପରି ଭିତ୍ତିଭୂମି ସୃଷ୍ଟି ହୋଇପାରିଛି। କୋଭିଡ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଯେଉଁଭଳି ଖରାପ ସ୍ଥିତିରେ ଗାଁକୁ ଫେରିଲେ, ସେମାନଙ୍କୁ ବଞ୍ଚାଇବାରେ ଏମ୍‌ଜିଏନ୍‌ଆର୍‌ଇଜିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଏମ୍‌ଜିଏନ୍‌ଆର୍‌ଇଜିଏ ମାଧ୍ୟମରେ ଗ୍ରାମୀଣ ଶ୍ରମିକମାନେ ସର୍ବନିମ୍ନ ମଜୁରି ପାଇବା ଅନେକାଂଶରେ ସମ୍ଭବ ହୋଇପାରୁଥିଲା। ଏହାର ଚାପରେ କୃଷି କାମରେ ନିୟୋଜିତ କୃଷି ଶ୍ରମିକଙ୍କ ମଜୁରିରେ ଅନେକ ପରିମାଣରେ ବୃଦ୍ଧି ଘଟିଥିଲା। ସେହି କାରଣରୁ ଗ୍ରାମାଞ୍ଚଳର ଧନିକ ଶ୍ରେଣୀ ବିଶେଷକରି ଧନୀଚାଷୀ ଓ ଜମିଦାର ଶ୍ରେଣୀ ପ୍ରଥମରୁ ଏହି ଆଇନର ବିରୋଧକରି ଆସିଛନ୍ତି। ସେମାନଙ୍କୁ ଖୁସି କରିବାକୁ ସରକାର ନୂଆ ଆଇନରେ ଚାଷ ସମୟରେ ୨ ମାସ ତା’ ଅଧୀନରେ ଆସୁଥିବା କାମକୁ ସ୍ଥଗିତ ରଖି କୃଷି ପାଇଁ ଶସ୍ତାରେ ଶ୍ରମିକ ଉପଲବ୍ଧ କରାଇବାକୁ କହିଛନ୍ତି। ଫଳରେ ସରକାରୀ କାମ ପାଇବାରୁ ବଞ୍ଚିତ ହୋଇ ଶ୍ରମିକମାନେ କମ୍‌ ମଜୁରିରେ କୃଷିକାମ କରିବାକୁ ବାଧ୍ୟ ହେବେ। ସେମାନଙ୍କ ମୂଲଚାଲ କ୍ଷମତା ଦୁର୍ବଳ ହେବ। ଯେତେବେଳେ ଗାଁର ଶ୍ରମିକଙ୍କୁ ସବୁଠାରୁ ଅଧିକ କାମର ଆବଶ୍ୟକତା ଥାଏ, ସେତେବେଳେ ଏଭଳି ନିୟମ ସେମାନଙ୍କୁ କାମରୁ ବଞ୍ଚତ୍ତ କରିବ ଏବଂ ସୁଧଖୋର ମହାଜନଙ୍କ ଉପରେ ନିର୍ଭରଶୀଳତାକୁ ବଢ଼ାଇଦେବ।
କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନରେ ଏମ୍‌ଜିଏନ୍‌ଆର୍‌ଇଜିଏର ମୂଳ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରାଯାଇଛି, ଯେଉଁଥିରେ ଏକ ସାର୍ବଜନୀନ ଚାହିଦାଭିତ୍ତିକ ଆଇନ ମାଧ୍ୟମରେ କାମ ପାଇବାର ସୀମିତ ଅଧିକାରକୁ ନିଶ୍ଚିତ କରାଯାଇଥିଲା। ଏହି କାରଣରୁ ବଜେଟରେ ଏମ୍‌ଜିଏନ୍‌ଆର୍‌ଇଜିଏ ବାବଦରେ ବ୍ୟୟବରାଦର କୌଣସି ସୀମା ନ ଥିଲା। ବଜେଟରେ ନିର୍ଦ୍ଧାରିତ ବ୍ୟୟବରାଦ ରାଶିଠାରୁ ଚାହିଦା ବେଶି ହେଲେ ସରକାରଙ୍କୁ ଅତିରିକ୍ତ ଅନୁଦାନ ଦେବାକୁ ପଡ଼ୁଥିଲା। କିନ୍ତୁ ନୂଆ ଆଇନରେ ସେହି ସୁଯୋଗକୁ ସଙ୍କୁଚିତ କରିଦିଆଯାଇଛି। ବଜେଟ ଅନୁଦାନକୁ ଏକ ସୀମା ମଧ୍ୟରେ ରଖି କାମ କମାଇବା ଦିଗରେ ବ୍ୟବସ୍ଥା ରଖାଯାଇଛି। ଆଇନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଚାହିଦା ଅନୁଯାୟୀ ତହବିଲ ବ୍ୟବସ୍ଥା କରିବା ଦାୟିତ୍ୱରୁ ମୁକ୍ତ କରିବାକୁ ଆଇନଗତ ସମ୍ମତି ଦିଆଯାଇଛି।
ପୂର୍ବରୁ ଜଣେ ଶ୍ରମିକ ବର୍ଷର ୩୬୫ ଦିନ ମଧ୍ୟରୁ ଯେକୌଣସି ୧୦୦ ଦିନ କାମ ମାଗିବାର ବ୍ୟବସ୍ଥା ଥିବା ବେଳେ ନୂଆ ଆଇନରେ ତାକୁ ବର୍ଷରେ ୨ମାସ ହ୍ରାସ କରାଯାଇଛି। ସରକାରଙ୍କ ପକ୍ଷରୁ ୧୦୦ ଦିନ ବଦଳରେ ଏଣିକି ୧୨୫ ଦିନ ନିଶ୍ଚିତ କାମ ଦେବାର ଯେଉଁ ଉଲ୍ଲେଖ କରାଯାଇଛି ତାହା ଉପରଠାଉରିଆ ବୋଲି କୁହାଯାଇପାରେ। ପୂର୍ବ ଆଇନରେ ବାର୍ଷିକ ୧୦୦ ଦିନ କାମ ଯୋଗାଇବାର ବ୍ୟବସ୍ଥା ଥିବାବେଳେ ସରକାର ଗତ ୧୧ ବର୍ଷ ମଧ୍ୟରେ ବାର୍ଷିକ ଅତିବେଶିରେ ୩୩-୫୦ ଦିନ କାମ ଦେଇପାରିଛନ୍ତି। ଏଥିରେ ବହୁ କମ୍‌ ମଜୁରି ମିଳିବା, ବହୁତ ବିଳମ୍ବରେ ମଜୁରି ଦିଆଯିବା ଏବଂ କେନ୍ଦ୍ରର ଅନୁଦାନ ଆସିବାରେ ଅହେତୁକ ବିଳମ୍ବ ଲାଗି ଶ୍ରମିକମାନେ ନିଜର ଚାହିଦା ମୁତାବକ କାମ ପାଇପାରୁ ନ ଥିଲେ। ଅତଏବ ପୂର୍ବର ୧୦୦ ଦିନ କାମ ଯୋଗାଇବାରେ ବିଫଳ ସରକାର ଏବେ ବାର୍ଷିକ ୧୨୫ ଦିନ କାମ ଦେବାର ପ୍ରତିଶ୍ରୁତି ଦେବା ହାସ୍ୟାସ୍ପଦ ମନେହୁଏ।
ବିପଜ୍ଜନକ କଥା ହେଲା, ଆଇନରେ ନିଷ୍ପତ୍ତି ନେବାର ଅଧିକାରକୁ ସମ୍ପୂର୍ଣ୍ଣ କେନ୍ଦ୍ରୀକରଣକରି କେନ୍ଦ୍ର ସରକାରକୁ ସମସ୍ତ କ୍ଷମତା ଦିଆଯାଇଥିବା ବେଳେ ଖର୍ଚ୍ଚର ଭାରକୁ ରାଜ୍ୟ ସରକାରଙ୍କ ଉପରେ ଲଦିଦିଆଯାଇଛି। ଏଣିକି ଦେଶର କେଉଁ ଅଞ୍ଚଳର ଲୋକଙ୍କୁ କାମ ଦିଆଯିବ, କେଉଁ ପ୍ରକାର କାମ କରାଯିବ ଓ ବର୍ଷର କେଉଁ ସମୟରେ ୬୦ ଦିନ କାମ ବନ୍ଦ କରାଯିବ, ସବୁ କିଛି କେନ୍ଦ୍ର ସରକାର ସ୍ଥିର କରିବେ। ଏହା ସଂଘୀୟ ବିଚାରର ପରିପନ୍ଥୀ। ଅନ୍ୟପଟେ ପୂର୍ବରୁ ମଜୁରି ଦେବାର ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କର ଥିବାବେଳେ ନୂଆ ଆଇନରେ ତାକୁ ୬୦:୪୦ ଅନୁପାତରେ ରାଜ୍ୟ ସରକାରଙ୍କ ଉପରେ ଲଦିଦିଆଯାଇଛି। ଅର୍ଥାତ୍‌ ରାଜ୍ୟ ସରକାରମାନେ ମଜୁରି ବାବଦରେ ମୋଟ ଖର୍ଚ୍ଚର ୪୦% ବହନ କରିବେ। ସହଜେ ତ ତ୍ରୁଟ୍ରିପୂର୍ଣ୍ଣ ଜିଏସ୍‌ଟି ଓ ଅଧିକାରୁ ଅଧିକ ସେସ୍‌ ଆଦାୟ ଯୋଗୁ ରାଜ୍ୟମାନେ ଟିକସ ଆଦାୟ କରିବାର ନିଜର ସ୍ବାଧୀନତାକୁ ହରାଇ ବିପୁଳ ଆର୍ଥିକ କ୍ଷତି ସହୁଥିବା ବେଳେ ସେମାନଙ୍କ ଉପରେ ଏହି ଆଇନ ଯୋଗୁ ପଡ଼ିବାକୁ ଥିବା ଅତିରିକ୍ତ ବୋଝକୁ ସମ୍ଭାଳିବା କଷ୍ଟସାଧ୍ୟ ହେବ। ସେମାନେ ଯଦି ଏହି ବୋଝ ଉଠାଇବାକୁ ସକ୍ଷମ ହେବେନାହିଁ ତା’ହେଲେ କେନ୍ଦ୍ର ସରକାର ନିଜର ୬୦% ଅଂଶ ନ ଦେବାକୁ ସୁଯୋଗ ପାଇବେ। ଏଭଳି ସ୍ଥିତିରେ ଶ୍ରମିକମାନେ କାମ ପାଇବାରୁ ବଞ୍ଚିତ ହେବେ।
ମହାତ୍ମା ଗାନ୍ଧୀଙ୍କ ନାମରେ ଥିବା ଏମ୍‌ଜିଏନ୍‌ଆର୍‌ଇଜିଏକୁ ହଟାଇ ତାକୁ ଯେଉଁଭଳି ‘ଜି ରାମ ଜି’ କରାଯାଇଛି, ସେଥିରୁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶାସକ ଦଳର ଆଦର୍ଶଗତ ଅସୂୟା ବାରି ହୋଇଯାଉଛି। କେନ୍ଦ୍ର ସରକାର ପୂର୍ବରୁ ହିଁ ବିଭିନ୍ନ ଯାନ୍ତ୍ରିକ କାରଣ ଦେଖାଇ ଦେଶର ବହୁ କୋଟି ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କୁ ପଞ୍ଜୀକରଣ ତାଲିକା ଓ ଜବ୍‌କାର୍ଡ଼ରୁ ବାଦ୍‌ ଦେଇଛନ୍ତି। ନୂଆ ଆଇନରେ ଜବ୍‌କାର୍ଡକୁ ‘ଯୁକ୍ତିସଂଗତ’ ଓ ‘ପାରଦର୍ଶୀ’ କରିବା ନାଁରେ ବସ୍ତୁତଃ ଗ୍ରାମାଞ୍ଚଳର ଗରିବ ଶ୍ରମିକଙ୍କ ଏକ ବଡ଼ ଅଂଶକୁ ଯୋଜନାରୁ ବାହାରେ ରଖିବାର ଦ୍ୱାର ଖୋଲାଯାଇଛି। ଏହି ଆଇନ ଗ୍ରାମାଞ୍ଚଳର ବହୁ କୋଟି ଶ୍ରମିକଙ୍କୁ କାମର ଅଧିକାର ଓ ସୁଯୋଗରୁ ବଞ୍ଚତ୍ତ କରିବାକୁ ଯାଉଛି। ପରିଣାମ ସ୍ବରୂପ ଗାଁଗୁଡ଼ିକରେ ବେକାରି ଓ ଦାରିଦ୍ର୍ୟ ବଢ଼ିବା ସହ ଅଧିକରୁ ଅଧିକ ଲୋକ ବାହାରକୁ ପଳାୟନ କରିବାକୁ ବାଧ୍ୟ ହେବେ।
ମୋ: ୯୪୩୭୧୬୬୩୯୧

ଭାଲଚନ୍ଦ୍ର ଷଡ଼ଙ୍ଗୀ


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?