PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ୱାଣ୍ଟେଡ ଥିବା ଅଭିଯୁକ୍ତ ସନ୍ଦୀପ ମିସ୍ତ୍ରୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (UAE)ରୁ ଭାରତ ଅଣାଯାଇଛି। CBI, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏବଂ ଗୃହ ମନ୍ତ୍ରଣାଳୟ (MHA) ର ମିଳିତ ଉଦ୍ୟମରେ ତାଙ୍କର ପ୍ରତ୍ୟାର୍ପଣ (Deportation) ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି।
CBI ର ସୂଚନା ଅନୁଯାୟୀ, ସନ୍ଦୀପ ମିସ୍ତ୍ରୀ ଜାଲ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଟ୍ରାନ୍ସଜାକ୍ସନ୍‌ ମାଧ୍ୟମରେ ହୋଇଥିବା ବ୍ୟାଙ୍କ ଠକେଇରେ ଜଡ଼ିତ ଥିଲେ। ଏହି ପୂରା ନେଟୱର୍କରେ ବିଭିନ୍ନ କମ୍ପାନୀଗୁଡ଼ିକ ମଧ୍ୟରେ ସେ ଏକ ପ୍ରମୁଖ ସଂଯୋଗ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେଗୁଡ଼ିକର ଦୈନନ୍ଦିନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲେ। ଯେମିତିକି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଲୁଚାଇବା ପାଇଁ ସୱୟଂ-ଡିଲିଟ ହେଉଥିବା କମ୍ୟୁନିକେସନ ପ୍ଲାଟଫର୍ମ ବ୍ୟବହାର କରିବା, ହୀରା, ସୁନା ଓ ମୋତି ଅଳଙ୍କାରର ଜାଲ ଆମଦାନୀ-ରପ୍ତାନି କାଗଜପତ୍ର ପ୍ରସ୍ତୁତ କରିବା ଭଳି ଗୁରୁତର ଅଭିଯୋଗ ରହିଛି।
ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀମାନେ ବିଦେଶୀ ଡମି କମ୍ପାନୀଗୁଡ଼ିକର ଡାଇରେକ୍ଟରମାନଙ୍କୁ ଗିରଫଦାରୀର ଧମକ ଦେଇ, ସେମାନଙ୍କ ଇଲେକ୍ଟ୍ରୋନିକ୍ସ ଡିଭାଇସ ଜବତ କରି ଏବଂ ସେମାନଙ୍କୁ ଅନ୍ୟତ୍ର ନେଇ ଜୋରଜବରଦସ୍ତ କାଗଜପତ୍ରରେ ଦସ୍ତଖତ କରାଉଥିଲେ। UAE ରେ ଥିବା ଡମି କମ୍ପାନୀଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଅନ୍ୟତ୍ର ପଠାଇବାରେ ସନ୍ଦୀପଙ୍କ ମୁଖ୍ୟ ଭୂମିକା ଥିଲା। ଏହି ମାମଲାରେ CBI ପୂର୍ବରୁ ହିଁ ଆଦାଲତରେ ଚାର୍ଜସିଟ ଦାଖଲ କରିସାରିଛି।
CBI ର ଅନୁରୋଧ କ୍ରମେ ଇଣ୍ଟରପୋଲ ଚ୍ୟାନେଲ ମାଧ୍ୟମରେ ଜୁଲାଇ ୨୦୨୬ରେ ସନ୍ଦୀପ ମିସ୍ତ୍ରୀଙ୍କ ବିରୋଧରେ ‘ରେଡ୍‌ ନୋଟିସ’ ଜାରି କରାଯାଇଥିଲା। UAE କର୍ତ୍ତୃପକ୍ଷଙ୍କ ସହାୟତାରେ ତାଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା। ରେଡ୍‌ ନୋଟିସ ଜାରି ହେବାର ମାତ୍ର ଦୁଇ ମାସ ମଧ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଭାରତ ଆଣିବାରେ ମିଳିଥିବା ଏହି ସଫଳତାକୁ ଭାରତୀୟ ଏବଂ ବିଦେଶୀ ସଂସ୍ଥାଗୁଡ଼ିକ ମଧ୍ୟରେ ଦ୍ରୁତ ଆନ୍ତର୍ଜାତୀୟ ସମନ୍ବୟର ଏକ ଉତ୍କୃଷ୍ଟ ଉଦାହରଣ ଭାବେ CBI ବର୍ଣ୍ଣନା କରିଛି।
ସନ୍ଦୀପ ମିସ୍ତ୍ରୀ ୨୮ ସେପ୍ଟେମ୍ବର ରାତି ୧୧:୫୫ ରେ ମୁମ୍ବାଇ ପହଞ୍ଚିବା ପରେ CBI ର BSFB ମୁମ୍ବାଇ ଟିମ ତାଙ୍କୁ ନିଜ ହାଜତକୁ ନେଇଥିଲା। ପରବର୍ତ୍ତୀ ସମୟରେ ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ଜେଲ କଷ୍ଟଡି (ନ୍ୟାୟିକ ହାଜତ) କୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, CBI ଭାରତରେ ଇଣ୍ଟରପୋଲ ପାଇଁ ନେସନାଲ ସେଣ୍ଟ୍ରାଲ ବ୍ୟୁରୋ ଭାବେ କାର୍ଯ୍ୟ କରେ। ଗତ କିଛି ବର୍ଷ ମଧ୍ୟରେ ଇଣ୍ଟରପୋଲ ସହାୟତାରେ CBI ୧୭୫ ରୁ ଅଧିକ ୱାଣ୍ଟେଡ ଅପରାଧୀଙ୍କୁ ବିଦେଶରୁ ଭାରତ ଫେରାଇ ଆଣିବାରେ ସଫଳ ହୋଇଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ବାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?