Posted inଜାତୀୟ

ବିଶ୍ୱର ଅଷ୍ଟମ ପ୍ରଦୂଷିତ ରାଷ୍ଟ୍ର ଭାରତ

ନୂଆଦିଲ୍ଲୀ, ୧୫। ୩: ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ସୂଚୀରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ମଙ୍ଗଳବାର ସୁଇସ୍‌ ଫାର୍ମ ଆଇକ୍ୟୁଏୟାର ପକ୍ଷରୁ ‘ଓ୍ବାଲର୍‌ଡ ଏୟାର୍‌ କ୍ୱାଲିଟି ରିପୋର୍ଟ’ରେ ପ୍ରକାଶ ପାଇଛି। ୨୦୨୨ରେ ସବୁଠାରୁ ପ୍ରଦୂଷିତ ରାଷ୍ଟ୍ର ସୂଚୀର ଶୀର୍ଷ ସ୍ଥାନରେ ରହିଛି ସେଣ୍ଟ୍ରାଲ ଆଫ୍ରିକାର ଚାଦ। ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ବାୟୁମଣ୍ଡଳରେ ପିଏମ୍‌୨.୫ (ଫାଇନ୍‌ ପାର୍ଟିକଲ୍‌/ ପ୍ରଦୂଷକ)ର ପରିମାଣ ୫୩.୩ ମାଇକ୍ରୋଗ୍ରାମ୍ସ/କ୍ୟୁବିକ୍‌ ମିଟର, ଯାହା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ସେଫ୍‌ ଲିମିଟ୍‌ଠାରୁ ୧୦ ଗୁଣା ଅଧିକ। ସୁଇସ୍‌ ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶ ପାଇଥିବା ଏହି ରିପୋର୍ଟ ପିଏମ୍‌ ୨.୫କୁ ଆଧାର କରି ବୈଜ୍ଞାନିକ ଓ ହେଲ୍‌ଥ ଏକ୍ସପର୍ଟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ସରକାରୀ ବା ବେସରକାରୀ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟରତ ୧୩୧ ଦେଶର ୩୦,୦୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟବେକ୍ଷକଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଦେଶରେ ୨୦-୩୦% ପ୍ରଦୂଷଣ ଟ୍ରାନ୍ସପୋର୍ଟେଶନ୍‌ ସେକ୍ଟର ଦ୍ୱାରା ହେଉଥିବାବେଳେ ଇଣ୍ଡଷ୍ଟ୍ରିଆନ୍‌ ୟୁନିଟ୍‌, କୋଇଲାରୁ ଶକ୍ତି ଉତ୍ପାଦନକାରୀ ପ୍ଲାଣ୍ଟ ଏବଂ ଜଙ୍ଗଲ ନିଆଁ ଦ୍ୱାରା ବାୟୁମଣ୍ଡଳରେ ପିଏମ୍‌୨.୫ ପ୍ରଦୂଷକର ପରିମାଣ ବଢ଼ୁଥିବା ଉଲ୍ଲେଖ କରାଯାଇଛି। ବାୟୁ ପ୍ରଦୂଷଣ ଯୋଗୁ ଭାରତର ୧୫୦ ବିଲିୟନ ଡଲାର କ୍ଷତି ହୋଇଥିବା ଅନୁମାନ କରାଯାଇଛି। ଅନ୍ୟପକ୍ଷେ ବିଶ୍ୱର ୫୦ ପ୍ରଦୂଷିତ ସହର ସୂଚୀରେ ଭାରତର ୩୯ ସହର ସ୍ଥାନ ପାଇଛି। ଶୀର୍ଷ ୧୦ ସହର ମଧ୍ୟରେ ଭାରତର ୬ ସହର ରହିଥିବାବେଳେ ଶୀର୍ଷ ୨୦ରେ ୧୪ ସହର ଅଛି। ଗାଜିଆବାଦ୍‌ ବାୟୁରେ ପିଏମ୍‌ ୨.୫ ସ୍ତର ସର୍ବାଧିକ ୮୮ ମାଇକ୍ରୋଗ୍ରାମ୍ସ ଥିବାବେଳେ ଗୁରୁଗ୍ରାମରେ ୭୦ ମାଇକ୍ରୋଗ୍ରାମ୍ସ ରହିଛି। ସେହିପରି ନୋଏଡା, ଗାଜିଆବାଦ୍‌, ଫରିଦାବାଦ ଆଦି ସହରରେ ବାୟୁ ପ୍ରଦୂଷଣର ମାତ୍ରା ପୂର୍ବ ଅପେକ୍ଷା କମିଛି। ପାକିସ୍ତାନର ଲାହୋର ସହର ଏହି ସୂଚୀରେ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟରେ ଚାଇନାର ହୋଟାନ୍‌ ସହର ରହିଛି। ଅନ୍ୟପକ୍ଷେ ରାଜସ୍ଥାନର ଭିଓ୍ବାଦି ସହର ତୃତୀୟ ଏବଂ ଦିଲ୍ଲୀ ଯଥାକ୍ରମେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଦକ୍ଷିଣ ଏସିଆର ୭୨ଟି ସହର ବିଶ୍ୱର ୧୦୦ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଛନ୍ତି। ଅଧିକାଂଶ ସହର ଭାରତ, ପାକିସ୍ତାନ, ବାଂଲାଦେଶର ହୋଇଥିବା ଜଣାପଡ଼ିଛି। ବାୟୁ ପ୍ରଦୂଷଣ ବଢ଼ିବା ଶିଶୁ, ମଧୁମେହ ରୋଗୀ, ଆଜ୍‌ମା ଆକ୍ରାନ୍ତ, କ୍ୟାନ୍‌ସର ପୀଡ଼ିତ ଏବଂ ବୟସ୍କଙ୍କ ପାଇଁ ଘାତକ। ବାୟୁରେ ପିଏମ୍‌ ୨.୫ର ମାତ୍ରା ବଢ଼ିବା ଦ୍ୱାରା ମଣିଷ ସ୍ବାସ୍ଥ୍ୟ ପ୍ରତି ଏହା ହାନିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri