ଗର୍ଭବତୀଙ୍କୁ ବଳାତ୍କାର, ଭିଡିଓ ଶୁଟିଂ କଲେ ଆଶାକର୍ମୀ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,: ୧୫।୩(ବି.ପ୍ର./ଡି.ଏନ୍‌.ଏ.): ପାଞ୍ଚ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଛନ୍ତି। ବଳାତ୍କାର ସମୟରେ ଅଭିଯୁକ୍ତଙ୍କ ସ୍ତ୍ରୀ ତଥା ଆଶାକର୍ମୀ ଏହାର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୀଡ଼ିତା ନ୍ୟାୟ ପାଇଁ ଥାନାରେ ଏତଲା ଦେଲା ପରେ ପୋଲିସ ଅଭିଯୁକ୍ତ ଯୁବକ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲା ଖାତିଗୁଡ଼ା ଥାନା ଅଞ୍ଚଳର ଲିଳିଆ ରୁଞ୍ଜିକାର ଓ ତାଙ୍କ ସ୍ତ୍ରୀ(ଆଶାକର୍ମୀ) ପଦ୍ମା ରୁଞ୍ଜିକାର।
ସୂଚନାନୁଯାୟୀ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳର ପୀଡ଼ିତା ୫ମାସର ଗର୍ଭବତୀ ଅଛନ୍ତି। ଗତ ୨୮ ତାରିଖରେ ଗାଁର ଆଶାକର୍ମୀ ପଦ୍ମା ରେଗୁଲାର ଚେକ୍‌ଅପ୍‌ କରିବାକୁ କହି ପୀଡ଼ିତାଙ୍କୁ ନେଇ ନିଜ ପୁଅଙ୍କ ସହ ଏକ ବାଇକ୍‌ରେ ନବରଙ୍ଗପୁର ବାହାରିଥିଲେ। ଅଧା ରାସ୍ତାରେ ପଦ୍ମାଙ୍କ ସ୍ବାମୀ ଲିଳିଆ ରୁଞ୍ଜିକାର ପୁଅକୁ ଘରକୁ ପଠାଇ ନିଜେ ବାଇକ୍‌ରେ ପୀଡ଼ିତା ଓ ତାଙ୍କ ସ୍ତ୍ରୀ ପଦ୍ମାଙ୍କୁ ବସିବାକୁ କହିଥିଲେ। ପୀଡ଼ିତା ଦେଢ଼ଶୁରଙ୍କ ସହ ଗୋଟିଏ ବାଇକ୍‌ରେ ବସିବେ ନାହିଁ ବୋଲି କହିବାରୁ ଅଭିଯୁକ୍ତ ଲିଳିଆ ଧମକଚମକ ଦେଇ ତାଙ୍କୁ ଗାଡ଼ିରେ ବସାଇଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ମେଡିକାଲ ନ ନେଇ ପଦ୍ମାଙ୍କ ମାଉସୀ ଘରକୁ ନେଇଯାଇଥିଲେ। ସେଠାରେ ଏକ କୋଠରିରେ ବନ୍ଦକରି ଲିଳିଆ ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ। ପୂରା ବଳାତ୍କାର ଘଟଣାକୁ ପଦ୍ମା ମୋବାଇଲରେ ଭିଡିଓ କରିଥିଲେ। ଏହି କଥା ବାହାରେ ପ୍ରଘଟ କଲେ ଭିଡିଓ ଭାଇରାଲ କରିବା ସହ ଜୀବନରେ ମାରିଦେବାକୁ ସେ ଧମକ ଦେଇଥିଲେ। ଏହାପରେ ପୀଡ଼ିତାଙ୍କୁ ଗାଁରେ ଆଣି ଛାଡ଼ିଥିଲେ। ପୀଡିତା ସେହି ସମୟରେ କାହାକୁ କିଛି କହି ନ ଥିଲେ। କିନ୍ତୁ ମାନସିକ ସ୍ତରରେ ବିଚଳିତ ହୋଇ ଗତ ୧୧ ତାରିଖରେ ଆତ୍ମହତ୍ୟା କରିବାକୁ ବାହାରିଥିଲେ। ପରିବାର ଲୋକେ ଏହାର କାରଣ ପଚାରିବାରୁ ସେ ୨୮ ତାରିଖର ଘଟଣା ସବୁ କହିଥିଲେ। ଗ୍ରାମବାସୀ ଓ ସମ୍ପର୍କୀୟ ସୋମବାର ଖାତିଗୁଡ଼ା ଥାନାରେ ଏତଲା ଦେଇଥିଲେ। ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଛି। କେସ୍‌ ନମ୍ବର ୨୬/୨୩ରେ ପୋଲିସ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?