ଶରଣାର୍ଥୀଙ୍କୁ ଶରଣ ଦେବାରେ ଏସିଆର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସ୍ଥାନୀତ, ଜାତିସଂଘ ରିପୋର୍ଟ…

ଜେନେଭା,୨୧।୭ : ଶରଣାର୍ଥୀଙ୍କୁ ଶରଣ ଦେବାରେ ୨୦୨୦ରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ପ୍ରକାଶିତ ଏକ ବିଶ୍ୱସ୍ତରୀୟ ରିପୋର୍ଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହି ସୂଚନା ଦେଇଛି। ଶରଣାର୍ଥୀ ଏବଂ ପ୍ରବାସୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରକାଶିତ ପ୍ରଥମ ରିପୋର୍ଟରେ ଦର୍ଶାଯାଇଛି ଯେ ପୃଥିବୀର ପ୍ରତି ଆଠ ଜଣଙ୍କ ମଧ୍ୟରୁ ଜଣେ ପ୍ରବାସୀ। ସେମାନଙ୍କ ଜନସଂଖ୍ୟା ପ୍ରାୟ ଶହେ କୋଟି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଅଧାନମ ଘେବ୍ରେୟସସ କହିଛନ୍ତି ଯେ ଏହା ହେଉଛି ପ୍ରଥମ ରିପୋର୍ଟ ଯାହା ବିଶ୍ୱ ସ୍ତରରେ ଶରଣାର୍ଥୀ ଏବଂ ପ୍ରବାସୀଙ୍କ ସ୍ବାସ୍ଥ୍ୟ ସମୀକ୍ଷା ଆଧାରରେ ପ୍ରକାଶିତ ହୋଇଛି।

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଭାରତ, ବାଂଲାଦେଶ ଏବଂ ଥାଇଲାଣ୍ଡ ଶରଣାର୍ଥୀଙ୍କୁ ଣରଣ ଦେବାରେ ଶୀର୍ଷ ତିନୋଟି ଦେଶ ର ମାନ୍ୟତା ହାସଲ କରିଛନ୍ତି। ଭାରତରେ ଥିବା ୪୮,୭୮,୭୦୪ ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ୨,୦୭,୩୩୪ ଶରଣାର୍ଥୀ ଅଛନ୍ତି। ଏହା ଦେଶର ସମୁଦାୟ ଜନସଂଖ୍ୟାର ୦.୪ ପ୍ରତିଶତ। ପ୍ରବାସୀମାନଙ୍କ ମଧ୍ୟରୁ ଶରଣାର୍ଥୀଙ୍କ ସଂଖ୍ୟା ୪.୨ ପ୍ରତିଶତ ରହିଛି।

ମିଳିତ ଜାତିସଂଘ ଅନୁଯାୟୀ, ପୃଥିବୀର ବିଭିନ୍ନ ସ୍ଥାନରୁ ଉତ୍ତର ଆମେରିକାକୁ ଲୋକଙ୍କ ସ୍ଥାନାନ୍ତରଣ ଚାଲିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆମେରିକା ଏବଂ ଏସିଆର ଅନ୍ୟ ଅଞ୍ଚଳର ଲୋକ ଅଧିକ ଅଛନ୍ତି। ସେମାନଙ୍କ ମଧ୍ୟରେ ବିଶେଷକରି ଚାଇନା, ଭାରତ ଏବଂ ଫିଲିପାଇନ୍ସର ଲୋକଙ୍କ ସଂଖ୍ୟା ଅଧିକ। ରିପୋର୍ଟ ଅନୁଯାୟୀ, ୨୦୨୦ରେ ଆମେରିକାରେ ସର୍ବାଧିକ ସ୍ଥାନାନ୍ତରଣ ହୋଇଥିଲା ଏବଂ ସମୁଦାୟ ପ୍ରବାସୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଅର୍ଥାତ୍‌ ୫୧ ନିୟୁତ ସେଠାକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ

କାବୁଲ୍‌,୮।୯: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ କାର୍ଯ୍ୟାଳୟ ନିକଟରେ ରବିବାର ବିସ୍ଫୋରଣ ଘଟିଛି। ନାନଗରହାର ପ୍ରଦେଶର ଜଲାଲାବାଦ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ...

ବିମାନ ବନ୍ଦର ବିସ୍ଫୋରଣ: ସ୍ପଷ୍ଟ କଲା ପେଣ୍ଟାଗନ

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ହମିଦ୍‌ କାରଜାଇ ବିମାନ ବନ୍ଦରରେ ଗୁରୁବାର ରାତିରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣ ପଛରେ ଜଣେ...

ଜାପାନରେ ହ୍ରାସ ପାଉଛି ଜନ୍ମହାର

ଟୋକିଓ, ୭ା୩ : ଜାପାନରେ ଜନ୍ମହାର ଦ୍ରୁତ ବେଗରେ ହ୍ରାସ ପାଇଚାଲିଛି। ଏହାକୁ ରୋକିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ ନ କଲେ ଜାପାନ ସମ୍ପୂର୍ଣ୍ଣ...

ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରୁ ଉଦ୍ଧାର ପାଇଁ ମୋଦିଙ୍କ ସହାୟତା ଲୋଡିଲେ ଯୁବତୀ: ୧୩୮ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ କଲେ ଅନୁରୋଧ

ଟୋକିଓ,୧୯।୨: ଜାପାନର ଟୋକିଓରେ ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରେ ୧୩୮ ଭାରତୀୟଙ୍କୁ କରୋନା ସଂକ୍ରମଣ ଯାଞ୍ଚ୍‌ ପାଇଁ ଅଟକ ରଖାଯାଇଛି। ଇତିମଧ୍ୟରେ ୧୪ ଦିନ ବିତି ଯାଇଛି।...

୭ମ ଥର ବାପା ହେଲେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି

ନ୍ୟୁୟର୍କ,୧୧।୩: ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ହଲିଉଡ୍‌ର ପ୍ରସିଦ୍ଧ ଗାୟିକା ଗ୍ରିମସ ପୁଣି ଥରେ ମାତାପିତା ହୋଇଛନ୍ତି। ସରୋଗେସି ମାଧ୍ୟମରେ...

ଯାନ୍ତ୍ରିକ ତ୍ରୁଟି, କାଠମାଣ୍ଡୁ ଫେରିଲା ବିମାନ

କାଠମାଣ୍ଡୁ,୧ା୬: ବୁଦ୍ଧ ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନେପାଳର କାଠମାଣ୍ଡୁକୁ ଫେରିଛି। ଏହି ବିମାନ ବୁଧବାର କାଠମାଣ୍ଡୁରୁ ଭାଦ୍ରପୁର ଅଭିମୁଖେ ଯାତ୍ରା କରିଥିଲା।...

କରୋନା ପାଇଁ ଇଞ୍ଜେକଶନ ନୁହେଁ ବରଂ ଭଲ କାମ କରିବ ନାଜାଲ ସ୍ପ୍ରେ!

ଲଣ୍ଡନ,୧।୯: କରୋନା ଭାଇରସକୁ ଦୂରେଇବାକୁ ଏବେ ବିଭିନ୍ନ ଦେଶରେ ଶହ ଶହ ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଶେଷଜ୍ଞମାନେ। ହେଲେ କରୋନା ଭ୍ୟାକ୍ସିନ କେମିତି ହୋଇଥିବ କେମିତି...

ବାଂଲାଦେଶରେ ବିଜୁଳି ସଙ୍କଟ: ସପ୍ତାହରେ ୨ ଦିନ ବନ୍ଦ ରହିବ ସ୍କୁଲ, କାର୍ଯ୍ୟାଳୟ ସମୟରେ ହେବ ପରିବର୍ତ୍ତନ

ଢାକା,୨୩ ।୮: ବାଂଲାଦେଶରେ ଆର୍ଥିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମହଙ୍ଗା ମାଡରେ ଉବୁଟୁବୁ ହେଉଥିବା ଜନତାଙ୍କୁ ଏବେ ବିଜୁଳିବି ମିଳିବା କଷ୍ଟକର...

Advertisement
Archives

Model This Week