Posted inଜାତୀୟ

‘ମୁଁ ଇନ୍ଦିରାଜୀଙ୍କ ବୋହୂ, କାହାକୁ ଡରେ ନାହିଁ’

ନୂଆଦିଲ୍ଲୀ,୨୧।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପଚରାଉଚରା କରିବ। ଏଥିପାଇଁ ସୋନିଆ ଇଡି ଅଫିସରେ ହାଜର ହୋଇଛନ୍ତି। କଂଗ୍ରେସକର୍ମୀମାନେ ଇଡି ତଦନ୍ତ ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛନ୍ତି।
ଇଡିରେ ହାଜର ହେବା ପୂର୍ବରୁ ତାମିଲନାଡୁ କଂଗ୍ରେସ କମିଟି ପକ୍ଷରୁ ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଟୁଇଟର୍‌ରେ ଶେୟାର କରାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୨୦୧୫ର ଏହି ଭିଡିଓରେ ସୋନିଆ କହିଛନ୍ତି, ମୁଁ ଇନ୍ଦିରା (ଗାନ୍ଧୀ) ଜୀଙ୍କର ବୋହୂ ଏବଂ ମୁଁ କାହାକୁ ଭୟ କରେ ନାହିଁ।
ନ୍ୟାଶନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବ। ଏହାପୂର୍ବରୁ ଇଡି ପକ୍ଷରୁରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ସୋନିଆଙ୍କୁ ଜୁନ ୮ରେ ହାଜର ପାଇଁ ନୋଟିସ ହୋଇଥିଲା। କିନ୍ତୁ ଜୁନ ୧ରେ ସେ କରୋନା ସଂକ୍ରମିତ ହେବା ଯୋଗୁ ହାଜର ପାଇଁ ଅଧିକ ସମୟ ମାଗିଥିଲେ।
ଆଜିର ପଚରାଉଚରା ସମୟରେ ମଧ୍ୟ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତାକୁ ଦୃଷ୍ଟିରେ ରଖି ତାଙ୍କୁ ଇଡି ପକ୍ଷରୁ ଏକ ବିଶେଷ ରିହାତି ଦିଆଯାଇଛି। ପଚରାଉଚରା ସମୟରେ ଅତ୍ୟାବଶ୍ୟକ ଔଷଧ ଖାଇବା ପାଇଁ ପର୍ଯ୍ୟାୟ ବିରତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ କିଲିଂ ବିରୋଧରେ ସୁରକ୍ଷାକର୍ମୀଙ୍କ ବହୁସ୍ତରୀୟ ରଣନୀତି…

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବହୁସ୍ତରୀୟ ରଣନୀତି ପ୍ରସ୍ତୁତ କରାଯାଇଛି। ଖୋଜି ଖୋଜି ଆତଙ୍କବାଦୀଙ୍କୁ ବାହାର କରିବାକୁ...

ପ୍ରଜାପତି ଉଡାଇଲେ ମୋଦି

କେବଡିଆ,୧୭।୯: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଗୁଜରାଟର ନର୍ମଦା ନଦୀ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍‌...

ଛେଳିକୁ ଜିପ୍‌ରେ ନେଇ ଥାନାକୁ ଗଲା ପୋଲିସ, ଜାଣନ୍ତୁ କାହିଁକି

କାନପୁର,୨୭।୭: ଉତ୍ତରପ୍ରଦେଶର କାନପୁର ପୋଲିସ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥର ଗୋଟିଏ ଛେଳିକୁ ନେଇ ଚର୍ଚ୍ଚାକୁ ଆସିଛି ପୋଲିସ। ସୋସିଆଲ ମିଡିଆରେ ଏକ...

ଜନାଦେଶକୁ ସ୍ବୀକାର କରି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୮।୧୨: ହିମାଚଳ ପ୍ରଦେଶରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ପରେ କଂଗ୍ରେସ ଏକ ବୃହତ ଅଗ୍ରଣୀ ବଜାୟ ରଖିଛି। ଟ୍ରେଣ୍ଡରେ ଭାଜପା ୨୫ଟି...

କାହିଁକି ଜରୁରୀ ଅବତରଣ କଲା ଏୟାର ଏସିିଆ ବିମାନ

ନୂଆଦିଲ୍ଲୀ,୯।୪: ଏୟାର ଏସିଆ ବିମାନରେ ଉତ୍ତେଜନା। ବିମାନର ଜରୁରୀ ଅବତରଣ କରାଇଲେ ପାଇଲଟ। ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ...

ଟିକ୍‌ଟକ୍‌ ସହିତ ୫୯ ଆପ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ, ୨୬।୧: ପୂର୍ବରୁ ଜୁନ୍‌ ୨୦୨୦ରେ ଭାରତରେ ଟିକ୍‌ଟକ୍‌, ଓ୍ବି ଚାଟ୍‌, ୟୁସି ବ୍ରାଉଜର ସମେତ ୫୯ ଆପ୍‌ ଉପରେ କଟକଣା ଜାରି କରାଯାଇଥିଲା। ତେବେ...

ଉଦ୍ଧବଙ୍କୁ ପୁଣି ଝଟ୍‌କା: ଶିନ୍ଦେଙ୍କୁ ସମର୍ଥନ କଲେ ଆଉ ୩୨ଶିବସେନା କର୍ପୋରେଟର

ମୁମ୍ବାଇ,୮।୭: ମହାରାଷ୍ଟ୍ରର ଶାସନ କ୍ଷମତା ହରାଇଥିବା ଶିବସେନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳୁଛି। ବର୍ତ୍ତମାନ ନଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନରେ ଶିବସେନାର ୩୨କର୍ପୋରେଟର ମୁଖ୍ୟମନ୍ତ୍ରୀ...

ଭିକି-କଟ୍ରିନାଙ୍କ ବିବାହର ସୁରକ୍ଷା ଦାୟିତ୍ୱରେ ସଲମାନଙ୍କ ବଡିଗାର୍ଡ

ମୁମ୍ବାଇ,୬।୧୨: ଚଳିତ ସପ୍ତାହରେ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କଟ୍ରିନା କୈଫ ଓ ଭିକି କୌଶଲ। ଏହି ସିକ୍ରେଟ ବିବାହକୁ ସୁରକ୍ଷା ଯୋଗାଉଛନ୍ତି...

Advertisement
Archives

Model This Week