ବିଷ ବଳୟରେ ଭାରତ

ବାୟୁ ପ୍ରଦୂଷଣ ଏବେ ଭାରତ ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୯ର ଏକ ସର୍ଭେ ଅନୁଯାୟୀ ବିଶ୍ୱର ୩୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୨୧ଟି ଭାରତରେ ରହିଛି। ଦେଶର ୧୪ କୋଟି ଲୋକ ଶ୍ୱାସକ୍ରିୟାରେ ଯେଉଁ ବାୟୁ ଗ୍ରହଣ କରୁଛନ୍ତି, ତାହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ନିରାପତ୍ତା ସୀମାର ୧୦ ଗୁଣରୁ ଅଧିକ ପ୍ରଦୂଷିତ। ଭାରତରେ ୫୧ ପ୍ରତିଶତ ବାୟୁ ପ୍ରଦୂଷଣ କଳ କାରଖାନାର ଧୂଆଁ ଓ ବିଷାକ୍ତ ବର୍ଜ୍ୟ ଯୋଗୁ ହେଉଥିବାବେଳେ ଗାଡ଼ିମୋଟର ଯୋଗୁ ୨୭%, ନଡ଼ା ପୋଡ଼ିବା ଯୋଗୁ ୧୭% ପ୍ରଦୂଷଣ ହେଉଛି। ପ୍ରଦୂଷିତ ବାୟୁ ଯୋଗୁ ପ୍ରତିବର୍ଷ ଦେଶରେ ୧୭ ଲକ୍ଷ ଲୋକଙ୍କର ଅସମୟରେ ମୃତ୍ୟୁ ଘଟୁଥିବା ଜଣାପଡିଛି।

 

ୟୁରେ ଧୂଆଁ, ଧୂଳିକଣା, ବିଭିନ୍ନ ଗ୍ୟାସ୍‌ ଓ ରାସାୟନିକ ପଦାର୍ଥ ମିଶିବା ଯୋଗୁ ଏହା ପ୍ରଦୂଷିତ ହୋଇଥାଏ। ଏହି ପ୍ରଦୂଷିତ ବାୟୁ ମାନବ ସମାଜ ସମେତ ସମଗ୍ର ପୃଥିବୀ ପାଇଁ କ୍ଷତିକାରକ। ବାୟୁ ପ୍ରଦୂଷଣ ମୁଖ୍ୟତଃ ଜୀବାଶ୍ମ ଇନ୍ଧନର ଦହନ ଏବଂ ଉତ୍ପାଦନରୁ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ପାଇଁ ମଧ୍ୟ ଏହି ପ୍ରଦୂଷଣ ଦାୟୀ। ବାୟୁ ପ୍ରଦୂଷଣ ଯୋଗୁ ପରିବେଶ କୁହୁଡ଼ିମୟ ଦେଖାଯାଏ ଏବଂ ଅଲ୍‌ଟ୍ରାଭାଓଲେଟ ବିକିରଣ ମଧ୍ୟ ଅଧିକ ହୁଏ।
ସହରାଞ୍ଚଳରେ ମୁଖ୍ୟତଃ କଳକାରଖାନା ଏବଂ ଗାଡ଼ିମୋଟରରୁ ନିର୍ଗତ ଧୂଆଁ ଓ ବିଷାକ୍ତ ଗ୍ୟାସ୍‌ ଯୋଗୁ ପ୍ରଦୂଷଣ ହେଉଥିବାବେଳେ ଗ୍ରାମଞ୍ଚଳରେ ନଡ଼ା ପୋଡ଼ିବା, ଘସି ଓ କାଠିକୁଟା ଜାଳିବା ଯୋଗୁ ହୋଇଥାଏ। ଚାଇନା ଓ ଆମେରିକା ପରେ ଭାରତ ତୃତୀୟ ବୃହତ୍‌ ସବୁଜ ବାଷ୍ପ ସୃଷ୍ଟି କରୁଥିବା ଦେଶ।
ପେଟ୍ରୋଲ, ଡିଜେଲରେ ଅପମିଶ୍ରଣ ଯୋଗୁ ପ୍ରଦୂଷଣ ଅଧିକ ହୋଇଥାଏ। ଏହାବ୍ୟତୀତ ଭାରତର ବିଭିନ୍ନ ସହରରେ ଟ୍ରାଫିକ୍‌ ଜାମ୍‌ ଏକ ମୁଖ୍ୟ ସମସ୍ୟା। ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ମଧ୍ୟ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ। ଏହିସବୁ ପ୍ଲାଣ୍ଟରେ ପ୍ରଚୁର ପରିମାଣରେ କୋଇଲା, ତେଲ କିମ୍ବା ପ୍ରାକୃତିକ ଗ୍ୟାସ୍‌ ଜଳାଯାଇ ବିଦ୍ୟୁତ୍‌ ଉତ୍ପାଦନ କରାଯାଇଥାଏ। ଫଳରେ ବାୟୁରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଏ।
ବାୟୁ ପ୍ରଦୂଷଣ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଭାରତର ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଲା ଆଜ୍‌ମା। ପ୍ରଦୂଷଣ ଯୋଗୁ ଅଧିକାଂଶ ଲୋକଙ୍କ ଠାରେ ଆଜ୍‌ମା ସମସ୍ୟା ଦେଖାଦେଉଛି। ପ୍ରଦୂଷିତ ବାୟୁରେ ଅଧିକ ଦିନ ରହିଲେ ଆଜ୍‌ମା, ବ୍ରୋଙ୍କାଇଟିସ୍‌, ସିଓପିଡି, ଫୁସ୍‌ଫୁସ୍‌ କ୍ୟାନ୍‌ସର, ହୃଦ୍‌ଘାତ ଭଳି ରୋଗ ସୃଷ୍ଟି ହୋଇଥାଏ। ୨୦୨୦ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଭାରତରେ ବାହ୍ୟ ବାୟୁ ପ୍ରଦୂଷଣ ପଞ୍ଚମ ସର୍ବାଧିକ ଘାତକ। ଏଥିପାଇଁ ବର୍ଷକୁ ୬ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କର ଅକାଳ ବିୟୋଗ ହେଉଛି। ଭାରତରେ ସର୍ବାଧିକ ସିଓପିଡି ରୋଗୀ ରହିଥିବାବେଳେ ଏହି ରୋଗଜନିତ ମୃତ୍ୟୁ ମଧ୍ୟ ଦେଶରେ ସର୍ବାଧିକ।
କୌଣସି ଅଞ୍ଚଳରେ ନିର୍ଦ୍ଦିଷ୍ଟ ଦିନର ବାୟୁର ମାନକୁ ମାପି ସାଂଖିକ ଆକାରରେ ପ୍ରକାଶ କରିବାକୁ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ କୁହାଯାଇଥାଏ। ବାୟୁ ମାନ ଜାଣିବା ପାଇଁ ସେଥିରେ ଥିବା ୮ଟି ପ୍ରଦୂଷକ ଯଥା ପିଏମ୍‌୧୦, ପିଏମ୍‌୨.୫, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ, ସଲ୍‌ଫର ଡାଇଅକ୍ସାଇଡ୍‌, କାର୍ବନ ମନୋଅକ୍ସାଇଡ୍‌, ଓଜୋନ, ଆମୋନିଆ ଏବଂ ସିସାକୁ ମପାଯାଇଥାଏ। ଏକ୍ୟୁଆଇ ବଢ଼ିଲେ ଜନସ୍ବାସ୍ଥ୍ୟ ପ୍ରତି ବିପଦ ବଢ଼ିଥାଏ। ଭାରତ ସରକାରଙ୍କ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦେଶର ପ୍ରମୁଖ ସହରଗୁଡ଼ିକର ବାୟୁ ଏକ୍ୱ୍ୟୁଆଇ ସମ୍ପର୍କରେ ସୂଚନା ଦେଇଥାଏ। ଏହି ସୂଚନା ଅନୁଯାୟୀ ଦିଲ୍ଲୀ, ଅହମଦାବାଦ, ପାଟନା, ଗୁରୁଗ୍ରାମ, ଲକ୍ଷ୍ନୌରେ ଏକ୍ୟୁଆଇ ସର୍ବାଧିକ ରହିଛି।
ସମ୍ପ୍ରତି ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ବାୟୁ ପ୍ରଦୂଷଣର ଶିକାର ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସର୍ଭେ ଅନୁଯାୟୀ ଦିଲ୍ଲୀର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ପ୍ରଦୂଷିତ ବାୟୁ ଯୋଗୁ ୫୦% ଶିଶୁ ଆଜ୍‌ମା, ଫୁସ୍‌ଫୁସ୍‌ ଜନିତ ରୋଗର ଶିକାର ହୋଇଥାନ୍ତି । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ହେଲ୍‌ଥ ଇମର୍ଜେନ୍ସି ଭାବେ ଘୋଷଣା କରାଯାଇଛି। ତେଣୁ ଏବେଠାରୁ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ଜରୁରୀ।

-ସୁଶାନ୍ତ କୁମାର ଦାସ, ଅରୂପାନନ୍ଦ ଦେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri