ବିଷ ବଳୟରେ ଭାରତ

ବାୟୁ ପ୍ରଦୂଷଣ ଏବେ ଭାରତ ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୯ର ଏକ ସର୍ଭେ ଅନୁଯାୟୀ ବିଶ୍ୱର ୩୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୨୧ଟି ଭାରତରେ ରହିଛି। ଦେଶର ୧୪ କୋଟି ଲୋକ ଶ୍ୱାସକ୍ରିୟାରେ ଯେଉଁ ବାୟୁ ଗ୍ରହଣ କରୁଛନ୍ତି, ତାହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ନିରାପତ୍ତା ସୀମାର ୧୦ ଗୁଣରୁ ଅଧିକ ପ୍ରଦୂଷିତ। ଭାରତରେ ୫୧ ପ୍ରତିଶତ ବାୟୁ ପ୍ରଦୂଷଣ କଳ କାରଖାନାର ଧୂଆଁ ଓ ବିଷାକ୍ତ ବର୍ଜ୍ୟ ଯୋଗୁ ହେଉଥିବାବେଳେ ଗାଡ଼ିମୋଟର ଯୋଗୁ ୨୭%, ନଡ଼ା ପୋଡ଼ିବା ଯୋଗୁ ୧୭% ପ୍ରଦୂଷଣ ହେଉଛି। ପ୍ରଦୂଷିତ ବାୟୁ ଯୋଗୁ ପ୍ରତିବର୍ଷ ଦେଶରେ ୧୭ ଲକ୍ଷ ଲୋକଙ୍କର ଅସମୟରେ ମୃତ୍ୟୁ ଘଟୁଥିବା ଜଣାପଡିଛି।

 

ୟୁରେ ଧୂଆଁ, ଧୂଳିକଣା, ବିଭିନ୍ନ ଗ୍ୟାସ୍‌ ଓ ରାସାୟନିକ ପଦାର୍ଥ ମିଶିବା ଯୋଗୁ ଏହା ପ୍ରଦୂଷିତ ହୋଇଥାଏ। ଏହି ପ୍ରଦୂଷିତ ବାୟୁ ମାନବ ସମାଜ ସମେତ ସମଗ୍ର ପୃଥିବୀ ପାଇଁ କ୍ଷତିକାରକ। ବାୟୁ ପ୍ରଦୂଷଣ ମୁଖ୍ୟତଃ ଜୀବାଶ୍ମ ଇନ୍ଧନର ଦହନ ଏବଂ ଉତ୍ପାଦନରୁ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ପାଇଁ ମଧ୍ୟ ଏହି ପ୍ରଦୂଷଣ ଦାୟୀ। ବାୟୁ ପ୍ରଦୂଷଣ ଯୋଗୁ ପରିବେଶ କୁହୁଡ଼ିମୟ ଦେଖାଯାଏ ଏବଂ ଅଲ୍‌ଟ୍ରାଭାଓଲେଟ ବିକିରଣ ମଧ୍ୟ ଅଧିକ ହୁଏ।
ସହରାଞ୍ଚଳରେ ମୁଖ୍ୟତଃ କଳକାରଖାନା ଏବଂ ଗାଡ଼ିମୋଟରରୁ ନିର୍ଗତ ଧୂଆଁ ଓ ବିଷାକ୍ତ ଗ୍ୟାସ୍‌ ଯୋଗୁ ପ୍ରଦୂଷଣ ହେଉଥିବାବେଳେ ଗ୍ରାମଞ୍ଚଳରେ ନଡ଼ା ପୋଡ଼ିବା, ଘସି ଓ କାଠିକୁଟା ଜାଳିବା ଯୋଗୁ ହୋଇଥାଏ। ଚାଇନା ଓ ଆମେରିକା ପରେ ଭାରତ ତୃତୀୟ ବୃହତ୍‌ ସବୁଜ ବାଷ୍ପ ସୃଷ୍ଟି କରୁଥିବା ଦେଶ।
ପେଟ୍ରୋଲ, ଡିଜେଲରେ ଅପମିଶ୍ରଣ ଯୋଗୁ ପ୍ରଦୂଷଣ ଅଧିକ ହୋଇଥାଏ। ଏହାବ୍ୟତୀତ ଭାରତର ବିଭିନ୍ନ ସହରରେ ଟ୍ରାଫିକ୍‌ ଜାମ୍‌ ଏକ ମୁଖ୍ୟ ସମସ୍ୟା। ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ମଧ୍ୟ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ। ଏହିସବୁ ପ୍ଲାଣ୍ଟରେ ପ୍ରଚୁର ପରିମାଣରେ କୋଇଲା, ତେଲ କିମ୍ବା ପ୍ରାକୃତିକ ଗ୍ୟାସ୍‌ ଜଳାଯାଇ ବିଦ୍ୟୁତ୍‌ ଉତ୍ପାଦନ କରାଯାଇଥାଏ। ଫଳରେ ବାୟୁରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଏ।
ବାୟୁ ପ୍ରଦୂଷଣ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଭାରତର ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଲା ଆଜ୍‌ମା। ପ୍ରଦୂଷଣ ଯୋଗୁ ଅଧିକାଂଶ ଲୋକଙ୍କ ଠାରେ ଆଜ୍‌ମା ସମସ୍ୟା ଦେଖାଦେଉଛି। ପ୍ରଦୂଷିତ ବାୟୁରେ ଅଧିକ ଦିନ ରହିଲେ ଆଜ୍‌ମା, ବ୍ରୋଙ୍କାଇଟିସ୍‌, ସିଓପିଡି, ଫୁସ୍‌ଫୁସ୍‌ କ୍ୟାନ୍‌ସର, ହୃଦ୍‌ଘାତ ଭଳି ରୋଗ ସୃଷ୍ଟି ହୋଇଥାଏ। ୨୦୨୦ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଭାରତରେ ବାହ୍ୟ ବାୟୁ ପ୍ରଦୂଷଣ ପଞ୍ଚମ ସର୍ବାଧିକ ଘାତକ। ଏଥିପାଇଁ ବର୍ଷକୁ ୬ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କର ଅକାଳ ବିୟୋଗ ହେଉଛି। ଭାରତରେ ସର୍ବାଧିକ ସିଓପିଡି ରୋଗୀ ରହିଥିବାବେଳେ ଏହି ରୋଗଜନିତ ମୃତ୍ୟୁ ମଧ୍ୟ ଦେଶରେ ସର୍ବାଧିକ।
କୌଣସି ଅଞ୍ଚଳରେ ନିର୍ଦ୍ଦିଷ୍ଟ ଦିନର ବାୟୁର ମାନକୁ ମାପି ସାଂଖିକ ଆକାରରେ ପ୍ରକାଶ କରିବାକୁ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ କୁହାଯାଇଥାଏ। ବାୟୁ ମାନ ଜାଣିବା ପାଇଁ ସେଥିରେ ଥିବା ୮ଟି ପ୍ରଦୂଷକ ଯଥା ପିଏମ୍‌୧୦, ପିଏମ୍‌୨.୫, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ, ସଲ୍‌ଫର ଡାଇଅକ୍ସାଇଡ୍‌, କାର୍ବନ ମନୋଅକ୍ସାଇଡ୍‌, ଓଜୋନ, ଆମୋନିଆ ଏବଂ ସିସାକୁ ମପାଯାଇଥାଏ। ଏକ୍ୟୁଆଇ ବଢ଼ିଲେ ଜନସ୍ବାସ୍ଥ୍ୟ ପ୍ରତି ବିପଦ ବଢ଼ିଥାଏ। ଭାରତ ସରକାରଙ୍କ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦେଶର ପ୍ରମୁଖ ସହରଗୁଡ଼ିକର ବାୟୁ ଏକ୍ୱ୍ୟୁଆଇ ସମ୍ପର୍କରେ ସୂଚନା ଦେଇଥାଏ। ଏହି ସୂଚନା ଅନୁଯାୟୀ ଦିଲ୍ଲୀ, ଅହମଦାବାଦ, ପାଟନା, ଗୁରୁଗ୍ରାମ, ଲକ୍ଷ୍ନୌରେ ଏକ୍ୟୁଆଇ ସର୍ବାଧିକ ରହିଛି।
ସମ୍ପ୍ରତି ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ବାୟୁ ପ୍ରଦୂଷଣର ଶିକାର ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସର୍ଭେ ଅନୁଯାୟୀ ଦିଲ୍ଲୀର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ପ୍ରଦୂଷିତ ବାୟୁ ଯୋଗୁ ୫୦% ଶିଶୁ ଆଜ୍‌ମା, ଫୁସ୍‌ଫୁସ୍‌ ଜନିତ ରୋଗର ଶିକାର ହୋଇଥାନ୍ତି । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ହେଲ୍‌ଥ ଇମର୍ଜେନ୍ସି ଭାବେ ଘୋଷଣା କରାଯାଇଛି। ତେଣୁ ଏବେଠାରୁ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ଜରୁରୀ।

-ସୁଶାନ୍ତ କୁମାର ଦାସ, ଅରୂପାନନ୍ଦ ଦେଠୀ


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri