Posted inଖେଳ

ଫାଇନାଲରେ ଇଣ୍ଡିଆ କ୍ୟାପିଟାଲ୍ସ

ଯୋଧପୁର,୩ା୧୦(ପି.ଟି.): ଲିଜେଣ୍ଡ୍ସ ଲିଗ୍‌ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ କ୍ୟାପିଟାଲ୍ସ। ପ୍ରଥମ କ୍ୱାଲିଫାୟରରେ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭିଲ୍‌ଓ୍ବାରା କିଙ୍ଗ୍ସକୁ ଦଳ ୪ ଉଇକେଟରେ ହରାଇଥିଲା। ୨୨୭ ରନ୍‌ ବିଶାଳ ଲକ୍ଷ୍ୟର ପିଛା କରୁଥିବା କ୍ୟାପିଟାଲ୍ସ ପକ୍ଷରୁ ରସ୍‌ ଟେଲର ଓ ଆସଲେ ନର୍ସ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ ବଲ ପୂର୍ବରୁ ଦଳ ବିଜୟୀ ହୋଇଥିଲା।
ଭିଲ୍‌ଓ୍ବାରା କିଙ୍ଗ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ମର୍ନେ ଭାନ୍‌ ଓ୍ବିକ୍‌(୪) ପ୍ରଥମ ଓଭରରେ ଜନ୍‌ସନଙ୍କ ଶିକାର ହୋଇଥିଲେ। ତେବେ ଓ୍ବିଲିୟମ ପୋର୍ଟରଫିଲ୍ଡ(୫୯) ଓ ସେନ୍‌ ଓ୍ବାଟସନ୍‌(୬୫) ଦ୍ୱିତୀୟ ଉଇକେଟରେ ୧୧୬ ରନ୍‌ ଯୋଡ଼ିଥିଲେ। ପୋର୍ଟରଫିଲ୍ଡ ୩୭ ବଲ୍‌ ଖେଳି ୭ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟପକ୍ଷରେ ଓ୍ବାଟସନ୍‌ ୩୯ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ମାରିଥିଲେ। ପରେ ୟୁସୁଫ୍‌ ପଠାନଙ୍କ ୨୪ ବଲ୍‌ରେ ୪୮ ଓ ରାଜେଶ ବିଷ୍ଣୋଇଙ୍କ ୧୧ ବଲ୍‌ରେ ୩୬ ରନ୍‌ ବଳରେ ଭିଲ୍‌ଓ୍ବାରା କିଙ୍ଗ୍ସ ୫ ଉଇକେଟରେ ୨୨୬ ରନ୍‌ କରିଥିଲା। ୟୁସୁଫ୍‌ ୩ ଚୌକା ଓ ୪ ଛକା ମାରିଥିବା ବେଳେ ବିଷ୍ଣୋଇ ୫ ଚୌକା ଓ ଦୁଇ ଛକା ମାରିଥିଲେ। କ୍ୟାପିଟାଲ୍ସ ପକ୍ଷରୁ ମିଚେଲ ଜନସନ୍‌ ସର୍ବାଧିକ ଦୁଇ ଉଇକେଟ ନେଇଥିବା ବେଳେ ଲିଆମ୍‌ ପ୍ଲଙ୍କେଟ୍‌, ପଙ୍କଜ ସିଂ ଓ ରଜତ ଭାଟିଆ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ତେବେ ରସ୍‌ ଟେଲର ଓ ଆସଲେ ନର୍ସଙ୍କ ଇନିଂସ କିଙ୍ଗ୍ସ ଆଶାରେ ପାଣି ଭରି ଦେଇଥିଲା। ୨୨୭ ରନ୍‌ ଲକ୍ଷ୍ୟରେ ଅଧିନାୟକ ଗୌତମ ଗମ୍ଭୀର ମାତ୍ର ୧ ରନ୍‌ କରି ମଣ୍ଟି ପାନେସରଙ୍କ ଶିକାର ହୋଇଥିଲେ। ଏହାସହିତ ଦଳ ୪୮ ରନ୍‌ ମଧ୍ୟରେ ୩ ଉଇକେଟ ହରାଇଥିଲା। ତେବେ ରସ୍‌ ଟେଲର ଧୂଆଁଧାର ବ୍ୟାଟିଂ କରିବା ସହିତ ଆସଲେ ନର୍ସଙ୍କ ସହ ମିଶି ମ୍ୟାଚ୍‌କୁ କିଙ୍ଗ୍‌ସ ପଞ୍ଝାରୁ ଛଡ଼ାଇ ନେଇଥିଲେ। ଟେଲର ୩୯ ବଲରୁ ଦ୍ରୁତ ୮୪ ରନ୍‌ କରିଥିବା ବେଳେ ଆସଲେଙ୍କ ସହିତ ୫୮ ରନ୍‌ ଯୋଡ଼ିଥିଲେ। ଟେଲରଙ୍କ ଇନିଂସରେ ୯ ଚୌକା ଓ ୫ ଛକା ସାମିଲ ଥିଲା। ଟେଲର ଆଉଟ ହେବାବେଳକୁ କ୍ୟାପିଟାଲ୍ସକୁ ବିଜୟ ପାଇଁ
୨୯ ବଲ୍‌ରେ ୫୯ ରନ୍‌ ଆବଶ୍ୟକ ଥିଲା। ଆସଲେଙ୍କ ଅପରାଜିତ ୬୦ ଓ ଲିଆମ ପ୍ଲଙ୍କେଟ୍‌ଙ୍କ ଦ୍ରୁତ ବ୍ୟାଟିଂ ବଳରେ ୩ ବଲ ପୂର୍ବରୁ ଦଳ ମ୍ୟାଚ ଜିତି ନେଇଥିଲା। ୨୮ ବଲ୍‌ ଖେଳିଥିବା ନର୍ସ ୫ ଚୌକା ଓ ୪ ଛକା ମାରିଥିଲେ। ଅନ୍ତିମ ଓଭରରେ ୧୦ ରନ୍‌ ଆବଶ୍ୟକ ଥିବା ବେଳେ ପ୍ରଥମ ୩ ବଲ୍‌ରେ ହିଁ ନର୍ସ ମ୍ୟାଚ ଶେଷ କରିଦେଇଥିଲେ। ଫିଡେଲ ଏଡ୍‌ଓ୍ବାଡର୍‌ସ ଦୁଇଟି ଉଇକେଟ ନେଇଥିବା ବେଳେ ଏସ୍‌ ଶ୍ରୀସନ୍ଥ, ମଣ୍ଟି ପାନେସର, ଜେସଲ କେରିଆ ଓ ସୁଦୀପ ତ୍ୟାଗୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ରସ୍‌ ଟେଲରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ସୋମବାର ଖେଳାଯିବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଜାଏଣ୍ଟ୍‌ସକୁ ଭେଟିବ ଭିଲ୍‌ଓ୍ବାରା କିଙ୍ଗ୍‌ସ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?