‘ଅଲିମ୍ପିକ୍ସ ହକିରେ ଭାରତ ସ୍ବର୍ଣ୍ଣ ଜିତିପାରିବ’

ନୂଆଦିଲ୍ଲୀ, ୯ା୧୦ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ଦୃଢ଼ ମନୋବଳ ଓ ପ୍ରତିଭା ରହିଛି। ତେଣୁ ଆଗାମୀ ଅଲିମ୍ପିକ୍ସ ହକିରେ ଦଳ ସ୍ବର୍ଣ୍ଣ ଜିତିପାରିବା ନେଇ ତାଙ୍କର ବିଶ୍ୱାସ ରହିଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ହାଙ୍ଗ୍‌ଝୋ ଏସିଆନ ଗେମ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ପରେ ଏକ ସାକ୍ଷାତ୍‌କାର ଅବସରରେ ନବୀନ ଏକଥା କହିଛନ୍ତି। ସେ କହିଛନ୍ତି, ହକି ହେଉଛି ଆମର ଡିଏନ୍‌ଏ। ଇତିମଧ୍ୟରେ ଅନ୍ୟ କେତେକ ଖେଳ ଦୃଷ୍ଟି ଆକର୍ଷଣ କରିପାରିଛି, ହେଲେ ବର୍ତ୍ତମାନ ହକିର ପ୍ରଶଂସା କରିବା ସମୟ ଆସି ଉପନୀତ ହୋଇଛି। ଓଡ଼ିଶା ସରକାର ଭାରତର ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ଅଛନ୍ତି। ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରିଛି।

ନବୀନ ପଟ୍ଟନାୟକଙ୍କର ହକି ଖେଳ ପ୍ରତି କାହିଁକି ଏତେ ଆବେଗ ରହିଛି ତାହା କାହାରିକୁ ଆଉ ଅଛପା ନାହିଁ। ସେ ଡୁନ୍‌ ସ୍କୁଲରେ ପାଠପଢୁଥିବା ବେଳେ ହକି ଖେଳୁଥିଲେ। ଭାରତୀୟ ଦଳ ଯେତେବେଳେ ଓଡ଼ିଶାରେ ଖେଳିଥାଏ ଗ୍ୟାଲେରିରେ ଏବଂ ବିଦେଶରେ ଖେଳୁଥିବା ବେଳେ ଟିଭି ସାମ୍ନାରେ ବସି ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥାଏ। ୨୦୧୮ରେ ଯେତେବେଳେ ସାହାରା ସମସ୍ତ ଦଳ ଉପରୁ ଏହାର ସ୍ପନସରଶିପ୍‌ ପ୍ରତ୍ୟାହାର କରିନେଲା ସେତେବେଳେ ତାଙ୍କ ସରକାର ଭାରତୀୟ ହକି ଦଳକୁ ସହାୟତାର ହାତ ବଢ଼ାଇଥିଲା। ଆସନ୍ତାବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଏହି ସଫଳତା ଦୋହରାଇବା ନେଇ ତାଙ୍କର ଦୃଢ଼ ବିଶ୍ୱାସ ରହିଛି ବୋଲି ନବୀନ କହିଛନ୍ତି। ଏହି ସ୍ବପ୍ନ ସାକାରା କରାଇବା ଲାଗି ହକି ଇଣ୍ଡିଆକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଟୁର୍ନାମେଣ୍ଟଗୁଡ଼ିକରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭଲ ପ୍ରଦର୍ଶନ କରିଆସିଛନ୍ତି।

ସେମାନଙ୍କୁ ସମର୍ଥନ କରିବାକୁ ଯାଇ ଫେବୃୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ଆମେ ପ୍ରୋ-ଲିଗ୍‌ ମ୍ୟାଚଗୁଡ଼ିକ ଆୟୋଜନ କରିଛୁ। ଅଲିମ୍ପିକ୍ସ ପୂର୍ବରୁ ଏହା ସେମାନଙ୍କୁ ଅଭ୍ୟାସରେ ସହାୟକ ହେବ ବୋଲି ସେ କହିଛନ୍ତି। ଭାରତ ଶେଷ ଥର ପାଇଁ ଅଲିମ୍ପିକ ସ୍ବର୍ଣ୍ଣ ପଦକ ୧୯୮୦ରେ ଜିତିଥିଲା। ହକି ଖେଳ ପ୍ରତି ସେ କାହିଁକି ଆକୃଷ୍ଟ ହେଲେ ତାହା ମନେ ପକାଇବାକୁ ଯାଇ ସେ କହିଥିଲେ, ସ୍ବାଧୀନତା ଆନ୍ଦୋଳନ ସମୟରେ ରାଷ୍ଟ୍ର ଗଠନରେ ହକିର ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ତାହା ସେ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କଠାରୁ ଜାଣିବାକୁ ପାଇଥିଲେ। ପରେ ଏହି ଖେଳ ପ୍ରତି ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା।

ସ୍କୁଲରେ ଜଣେ ଗୋଲକିପର ଭାବେ ସେ ଖେଳିବା ଆରମ୍ଭ କରିଥିଲେ। ହକି ଆମର ଜାତୀୟ କ୍ରୀଡ଼ା ବୋଲି ଅଧିକାଂଶ ଭାରତୀୟ ବିଶ୍ୱାସ କରନ୍ତି। ତେଣୁ ଏହି ଖେଳ ପ୍ରତି ଆମର ଭାବାବେଗ ରହିବା ସ୍ବାଭାବିକ। ହକି ସମସ୍ତ ପ୍ରକାର ସହାୟତା ପାଇବା ପାଇଁ ହକ୍‌ଦାର। ଭାରତ ଯେତେବେଳେ ଅଲିମ୍ପିକ୍ସରେ ଖେଳିବ ସମଗ୍ର ଦେଶର ଜନତାଙ୍କୁ ଏକାଠି ବାନ୍ଧି ରଖିବ।

ଓଡ଼ିଶାର ସୁନ୍ଦରଗଡ଼ରେ ହକି କେବଳ ଏକ ଖେଳ ହୋଇ ରହି ନାହିଁ, ଏହା ସେଠିକାର ଏକ ଜୀବନଶୈଳୀ। ଓଡ଼ିଶାବାସୀଙ୍କର ଏହି ଖେଳ ପ୍ରତି ଖୁବ୍‌ ଆବେଗ ରହିଛି। ଓଡ଼ିଶା ସରକାର ଉଭୟ ପୁରୁଷ ଓ ମହିଳା ଦଳ (ସିନିୟର ଓ ଜୁନିୟର)ର ପ୍ରଥମ ୫ବର୍ଷ ପ୍ରାୟୋଜକ ହେବାପରେ ଏହାର ମିଆଦକୁ ଆଉ ୧୦ ବର୍ଷ (୨୦୨୩ରୁ ୨୦୩୩) ବୃଦ୍ଧି କରିଛନ୍ତି। ଓଡ଼ିଶାରେ ହକି ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଦର୍ଶକ ଭରପୂର ଥାନ୍ତି। ଏପରି କି ରାଉରକେଲାରେ ସ୍ଥାନୀୟ ଟୁର୍ନାମେଣ୍ଟ ବେଳେ ମ୍ୟାଚ ଦେଖିବା ଲାଗି ଓ ସେମାନଙ୍କ ଦଳକୁ ଉତ୍ସାହିତ କରିବା ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ଥାନ୍ତି।

ଓଡ଼ିଶା ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ଓ୍ବିଲିୟମ ଖାଲ୍‌କୋ, ନମିତା ଟପ୍ପୋ, ଦୀପଗ୍ରେସ୍‌ ଏକ୍କା ଓ ଅମିତ ରୋହିଦାସଙ୍କ ଭଳି ଖେଳାଳି ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଓଡ଼ିଶା ୨୦୧୮ ଓ ୨୦୨୩ରେ ପୁରୁଷ ବିଶ୍ୱକପ୍‌, ୨୦୧୪ରେ ଚାମ୍ପିିୟନ୍ସ ଟ୍ରଫି, ୨୦୧୮-୧୯ରେ ପୁରୁଷ ଏଫ୍‌ଆଇଏଚ୍‌ ସିରିଜ, ୨୦୧୯ରେ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ଏବଂ ପୁରୁଷ ପ୍ରୋ ଲିଗ୍‌ ୨୦୨୧ ସଫଳତାର ସହ ଆୟୋଜନ କରିସାରିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ହକି ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ତୃଣମୂଳ ସ୍ତରରେ ଆଷ୍ଟ୍ରୋ ଟର୍ଫ ସହ ୨୨ ହକି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ହକି ଖେଳର ପ୍ରସାର ପାଇଁ ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ ହେବାର ଅଛି। ଭୁବନେଶ୍ୱର ଓ ରାଉରକେଲା ଇତିମଧ୍ୟରେ ହକି ହବ୍‌ରେ ପରିଣତ ହୋଇଛି। ସ୍ପୋଟର୍‌ସ ସାଇନ୍ସ ସୁବିଧା ସହ ଭୁବନେଶ୍ୱରରେ ଆମର ଏକ ହାଇ ପରଫର୍ମାନ୍ସ ସେଣ୍ଟର ରହିଛି। ଆମେ ଖୁବ୍‌ ଶୀଘ୍ର ଏକ ରାଜ୍ୟ ସ୍ତରୀୟ ହକି ଲିଗ୍‌ର ଆୟୋଜନ କରିବାକୁ ଯାଉଛୁ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?