Posted inଜାତୀୟ

ଇଣ୍ଡିଆ ମେଣ୍ଟ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଳେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଗୋଷ୍ଠୀଙ୍କ ଇଣ୍ଡିଆ ମେଣ୍ଟ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ବୈଠକ ଡିସେମ୍ବର ୬ କୁ ଦିଲ୍ଲୀରେ ଡାକିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଏହି ବୈଠକରେ ଯୋଗଦେବାକୁ ମନା କରି ଦେଇଛନ୍ତି।

ବିରୋଧୀ ଦଳର ନେତାମାନେ କ୍ରମାଗତ ଭାବରେ ସିଟ୍ ଭଗବଣ୍ଟା ନେଇ ‘ଇଣ୍ଡିଆ’ ମେଣ୍ଟର ବୈଠକ ଡାକିବାକୁ ଦାବି କରୁଥିଲେ। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ୫ ଟି ରାଜ୍ୟରେ ନିର୍ବାଚନ ଦର୍ଶାଇ ଏହାକୁ ସ୍ଥଗିତ ରଖିଥିଲେ। ରବିବାର ଦିନ ଚାରୋଟି ରାଜ୍ୟରେ ଘୋଷିତ ଫଳାଫଳ ମଧ୍ୟରେ ଖାର୍ଗେ ଡିସେମ୍ବର ୬ ରେ ‘ଇଣ୍ଡିଆ ମେଣ୍ଟ’ର’ ଏକ ବୈଠକ ଡାକିଥିଲେ। ଏହି ଚାରୋଟି ରାଜ୍ୟ ମଧ୍ୟରୁ କଂଗ୍ରେସ କେବଳ ତେଲଙ୍ଗାନାରେ ବିଜୟୀ ହୋଇଥିବାବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ପରାଜୟର ସମ୍ମୁଖୀନ ହୋଇଛି।

ନୀତିଶ ଏବଂ ଅଖିଳେଶଙ୍କ ପୂର୍ବରୁ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ମନା କରବା ସହିତ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଥିଲେ। ସେ କହିଥିଲେ କେହି ମୋତେ ଏହି ବୈଠକ ବିଷୟରେ କିଛି କହି ନାହାନ୍ତି। ତେବେ ରାଜ୍ୟରେ ବର୍ତମାନ ଆଗାମୀ ୬ରୁ ୭ ଦିନ ଯାଏ ମୋର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ତେଣୁକରି ବୈଠକ ପାଇଁ ଡାକିଲେ ମଧ୍ୟ ଯୋଗ ଦେବା ସମ୍ଭବ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ

ଭୁବନେଶ୍ୱର,୨୨।୨: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।...

ମାଲାମାଲ ହେବେ ରଣଜୀ କ୍ରିକେଟର୍‌: ରଣଜୀ ଟ୍ରଫି ଚାମ୍ପିଅନ୍‌ ହେଲେ ପ୍ରତି ଖେଳାଳିଙ୍କ ମିଳିବ ୧ କୋଟି, ବିଏମଡବ୍ଲୁ କାର

ହାଇଦ୍ରାବାଦ୍‌,୨୨।୨: ରଣଜୀ ଟ୍ରଫି ୨୦୨୩-୨୪ର ପ୍ଲେଟ ଗ୍ରୁପ ଫାଇନାଲ ମ୍ୟାଚରେ ହାଇଦ୍ରାବାଦ ମେଘାଳୟକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ତିଳକ ବର୍ମାଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ଦଳ...

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଏହି ମହିଳା, ଟିକେଟ୍‌ ପାଇଁ ଦିଗ୍‌ବିଜୟ ସିଂଙ୍କ ଶରଣରେ ପଶିଲେ: ଆଉ ତା’ପରେ…

ଭୋପାଳ,୨୨।୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଏମ୍‌ପି (ରାଜ୍ୟସଭାରୁ) ଦିଗ୍‌ବିଜୟ ସିଂ ବର୍ତ୍ତମାନ ଏହି ଚର୍ଚ୍ଚାରେ ଅଛନ୍ତି। କାରଣ- ରାଜନୀତି ନୁହେଁ ବରଂ ତାଙ୍କ...

ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୨।୧: କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ରର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଆଖୁର ଉଚିତ ତଥା ପାରିଶ୍ରମିକ(FRP)ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫ ରୁ...

ପୋଲିସ ଗୁଳିରେ ଚାଷୀ ମୃତ

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୨ା୨:ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ପ୍ରଣୟନ ଏବଂ ଅନ୍ୟାନ୍ୟ ଦାବିରେ ଅଡ଼ି ବସିଥିବା କୃଷକମାନେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବାବେଳେ...

ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି

ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି...

ଆଖୁ ଏଫଆରପି ୮% ବୃଦ୍ଧି, ସ୍ପେସ୍ ସେକ୍ଟରରେ ଏଫଡିଆଇକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ,୨୧ା୨: ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଖୁରେ ଫେୟାର ଆଣ୍ଡ ରିମ୍ୟୁନେରେଟିଭ୍ ପ୍ରାଇସ୍ (ଏଫଆରପି) ରେ ୮% ବୃଦ୍ଧି କ୍ୱିଣ୍ଟାଲ ପିଛା ୩୧୫ ରୁ କ୍ୱିଣ୍ଟାଲ...

Video: ହଠାତ୍ ସିକ୍କିମରେ ହେଲା ପ୍ରବଳ ତୁଷାରପାତ, ଶତାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ,୨୧।୨: ସିକ୍କିମର ନାତୁ ଲା ରେ ବୁଧବାର ହଠାତ୍ ପ୍ରବଳ ତୁଷାରପାତ ହେତୁ ୫୦୦ ରୁ ଅଧିକ ପର୍ଯ୍ୟଟକଙ୍କ ସହିତ ପ୍ରାୟ ୧୭୫ ଟି ଗାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri