Posted inଖେଳ

ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ

ନୂଆଦିଲ୍ଲୀ,୧୭।୧୨: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୩-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଚଳିତ ଇଭେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ ଟିମ୍‌ ଇଣ୍ଡିଆ। ଶୁକ୍ରବାର ଖେଳାଯାଉଥିବା ରାଉଣ୍ଡ ରବିନ ମ୍ୟାଚ୍‌ରେ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ସ୍କୋର କରି ଥିବା ବେଳେ ଆକାଶଦୀପ ସିଂ ଗୋଟିଏ ଗୋଲ ଦେଇଥିଲେ। କିନ୍ତୁ ପାକିସ୍ତାନ ପକ୍ଷରୁ ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ ପରିଷୋଧ କରିଥିଲେ ଜୁନେଦ ମଞ୍ଜୁର।

ଏଥିପୂର୍ବରୁ ଟୁର୍ନାମେଣ୍ଟରେ କୋରିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ ଡ୍ର’ ରହିବାରୁ ଭାରତକୁ ଏକ ପଏଣ୍ଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ହରାଇଥିଲା ଟିମ୍‌ ଇଣ୍ଡିଆ। ଫଳରେ ଭାରତ ଏବେ ୩ ମ୍ୟାଚ୍‌ରୁ ୭ ପଏଣ୍ଟ ସହ ଅଙ୍କ ତାଲିକାର ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇଦ୍ରାବାଦକୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳ ଜାରି ରହିଛି। ପ୍ରଥମେ ଟସ୍‌ ଜିତି ହାଇଦ୍ରାବାଦ...

ସାଉଥ୍‌ ଏସିଆନ୍‌ ଗେମ୍ସ: ଭଲିବଲ୍‌ ସେମିରେ ଭାରତୀୟ ପୁରୁଷ, ମହିଳା

କାଠମାଣ୍ଡୁ, ୩୦।୧୧(ପି.ଟି.)- ଏଠାରେ ଚାଲିଥିବା ସାଉଥ ଏସିଆନ୍‌ ଗେମ୍ସର ୧୩ତମ ସଂସ୍କରଣରେ ଶୁକ୍ରମାର ଭାରତୀୟ ପୁରୁଷ ଓ ମହିଳା ଭଲିବଲ୍‌ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ପାଣ୍ଡ୍ୟାଙ୍କୁ ଲାଙ୍ଗରଙ୍କ ପ୍ରଶଂସା

ସିଡ୍‌ନୀ, ୭ା୧୨ (ପି.ଟି.)-ରବିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମ୍ୟାଚ ବିଜୟୀ ଇନିଂସ ଦର୍ଶନୀୟ ଥିଲା ବୋଲି କହିଛନ୍ତି...

ସିନ୍ଧୁଙ୍କ ହୃଦୟ ନାହିଁ

ଭାରତୀୟ ତାରକା ମହିଳା ଶଟଲର ପି. ଭି. ସିନ୍ଧୁଙ୍କ ହୃଦୟ ନାହିଁ। ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ଚାମ୍ପିୟନ ଖେଳାଳିଙ୍କ ପୂର୍ବତନ କୋଚ୍‌ କିମ୍‌...

ରବି ଶାସ୍ତ୍ରୀଙ୍କୁ ନେଇ ସାଂଘାତିକ କଥା କହିଲେ ଅଶ୍ୱିନ୍‌

କେପଟାଉନ୍‌,୨୨।୧୨: ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ଭାରତୀୟ ସ୍ପିନ୍‌ ବୋଲର୍‌ ଆର୍‌.ଅଶ୍ୱିନ୍‌। ରବି ଶାସ୍ତ୍ରୀଙ୍କ ଗୋଟିଏ ମନ୍ତବ୍ୟ ତାଙ୍କୁ...

ଛାତ ଉପରେ ସ୍ତ୍ରୀଙ୍କ ସହ ବ୍ୟାଟିଂ ଅଭ୍ୟାସ କରୁଥିଲେ ଏହି ଖେଳାଳି, ଏବେ କଲେ କମାଲ୍‌

ଆଇପିଏଲ୍‌ ୨୦୨୦ରେ କୋଲକାତା ନାଇଟ ରାଇଡର୍ସ ଯୁବ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦମ୍‌ଦାର ବ୍ୟାଟିଂ କରିଥିଲେ। ଚେନ୍ନାଇ ବିପକ୍ଷରେ...

ବାରବାଟୀ ଦିନିକିଆ: ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ନଂ-୧ ଟିକେଟ୍‌

କଟକ ଅଫିସ,୧୧।୧୨- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ୍‌ ଟିକେଟ୍‌...

ଫଖର ଜମାନଙ୍କ ବିବାଦୀୟ ରନ ଆଉଟ

ଲଣ୍ଡନ, ୬ା୪: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ପାକିସ୍ତାନର ଫଖର ଜମାନଙ୍କ ବିବାଦୀୟ ଆଉଟକୁ ନେଇ କ୍ରିକେଟ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି।...

Advertisement
Archives

Model This Week