ଏସ୍‌ପି ଅଫିସ ଘେରାଉ କଲା ଯୁବ କଂଗ୍ରେସ

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୁବ କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଶୁକ୍ରବାର କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରା କରାଯାଇଛି। କଂଗ୍ରେସ କର୍ମୀମାନେ ବିଜେଡି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଏକ କୋକେଇରେ ସହର ପରିକ୍ରମା କରିଥିଲେ। ପରେ କେନ୍ଦୁଝର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଧାରଣା ଦେଇଥିଲେ। ଏଥିରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସଂଗୀତା ସିଂହ, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍‌ ରାଜଙ୍କ ସମେତ ଶତାଧିକ ଯୁବ କର୍ମୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ, ସାନିଟାଇଜର୍‌ ବଣ୍ଟନ

ବାସୁଦେବପୁର,୧୧ା୫(ଡି.ଏନ୍‌.ଏ.)-ବାସୁଦେବପୁର ଠାରେ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ତାଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ କରୋନା ଯୁଦ୍ଧାଙ୍କୁ ମାସ୍କ, ସାନିଟାଇଜର୍‌, ଗ୍ଲୋବସ୍‌, କ୍ୟାପ ଆଦି ସାମଗ୍ରୀ ସୋମବାର...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ମା’ ମୃତ, ୪ ମାସର ଶିଶୁପୁତ୍ର ସହ ବାପା ଗୁରୁତର

ପାଟଣା,୩୧ା୮(ବୀରକିଶୋର ଦାଶ): କେନ୍ଦୁଝର-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ନିକଟ ଚଢେଇଭୋଳଠାରେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ପ୍ରତିପକ୍ଷଙ୍କୁ ଜବାବ ତଲବ

କଟକ ଅଫିସ,୧୧।୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ଆସନ୍ତା ୧୩ ସୁଦ୍ଧା ଜବାବ ତଲବ ପାଇଁ ଅରିନ୍ଦମ...

କୁଶଭଦ୍ରାରେ ଚାପ ଖେଳିଲେ ରାଧାମାଧବ

ବାଲିଅନ୍ତା,୧୪ା୫(ଡି.ଏନ୍‌.ଏ.): ଲକଡାଉନ ସତ୍ତ୍ୱେ ସାମାଜିକ ଦୂରତ୍ୱକୁ ମାନି ବାଲିଅନ୍ତାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ବୁଧବାର ଦ୍ୱିତୀୟ ଦିବସ ଥିବାବେଳେ କରୋନା କଟକଣା ପାଇଁ ହଂସପାଳ...

ଦାରିଙ୍ଗବାଡ଼ିରେ କୋହଲା ପାଗ :ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ): ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୨ଦିନ ହେଲା କୋହଲା ପାଗ ସାଙ୍ଗକୁ ଦିନରେ ଶୀତ ବୃଦ୍ଧି ପାଇଛି। ସୋମବାର ସକାଳ ୮ଟା ସୁଦ୍ଧା ତାପମାତ୍ରା ସର୍ବନିମ୍ନ...

ଅଦ୍ୱିତୀୟ ସ୍ରଷ୍ଟା ଫକୀରମୋହନ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ

ବାଲେଶ୍ୱର ଅଫିସ, ୧୪।୧-ବାଲେଶ୍ୱର ଜିଲା ନୂଆପାଢ଼ୀସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କର ୧୭୭ତମ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର...

୧.୮୨ ଲକ୍ଷ ଚାଷୀ ବୀମାରାଶି ପାଇବାରୁ ବଞ୍ଚିତ

ଯାଜପୁର ଅଫିସ,୮ା୪: ରାଜ୍ୟରେ ବିଭିନ୍ନ ତ୍ରୁଟି ଓ ବୀବାଦୀୟ କାରଣରୁ ୨୦୧୯ ଖରିଫ ଓ ୨୦୧୯-୨୦ ରବି ଋତୁରେ ୧,୮୨,୨୭୦ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା...

ପୋଖରୀରେ ବୁଡି ଯୁବକ ମୃତ

ଠାକୁରମୁଣ୍ଡା,୬ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ରରୁଆଁ ଥାନା ଅନ୍ତର୍ଗତ ଜାମୁଦାପାଳ ଗ୍ରାମ ପୋଖରୀରେ ବୁଡ଼ି ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

Advertisement
Archives

Model This Week