Posted inଖେଳ

ଭାରତ-ଅଷ୍ଟ୍ରେଲିଆ ସିରିଜ: ‘ବୋଲରମାନେ ନିର୍ଣ୍ଣାୟକ ଭୂମିକା ନେବେ’

ମୁମ୍ବାଇ, ୨୧ା୧୧ (ପି.ଟି.): ଆଗାମୀ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ। ଉଭୟ ଦଳରେ ବିଶ୍ୱର କେତେଜଣ ଶ୍ରେଷ୍ଠ ବୋଲର ରହିଛନ୍ତି। ସିରିଜରେ ସେମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ପୂର୍ବତନ ବାମହାତୀ ପେସ୍‌ ବୋଲର ଜାହିର ଖାନ୍‌ କହିଛନ୍ତି। ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରହିଛି। ସେଠାରେ ଦଳ ଏକ ପୂର୍ଣ୍ଣାଙ୍ଗ ସିରିଜ ଖେଳିବ। ଏଥିରେ ୩ ଅନ୍ତର୍ଜାତୀୟ ଦିନିକିଆ, ସମାନ ସଂଖ୍ୟକ ଟି୨୦ ଏବଂ ୪ ଟେଷ୍ଟ ମ୍ୟାଚ ଖେଳାଯିବ। ନଭେମ୍ବର ୨୭ରେ ଅନ୍ତର୍ଜାତୀୟ ଦିନିକିଆ ସହ ଟୁର୍‌ ଆରମ୍ଭ ହେବ। ଭାରତ ଓ ଅଷ୍ଟ୍ରେଲିଆ ଦଳରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କୁମିନ୍ସଙ୍କ ଭଳି ଉନ୍ନତ ବୋଲର ଅଛନ୍ତି। ଅଷ୍ଟ୍ରେଲିଆ ପିଚ୍‌ଗୁଡ଼ିକ ସବୁବେଳେ ଭଲ ପେସ୍‌ ଓ ବାଉନ୍ସ କରିଥାଏ। ଦିନିକିଆ, ଟି୨୦ ଅବା ଟେଷ୍ଟ ମ୍ୟାଚ୍‌ ହେଉ ବୋଲରମାନେ ଦଳଗତ ପ୍ରଦର୍ଶନ କରି ବିପକ୍ଷ ଦଳର ସ୍କୋରକୁ କିପର ସୀମିତ କରିପାରୁଛନ୍ତି ତାହା ଉପରେ ପଳାଫଳ ନିର୍ଭର କରିବ ବୋଲି ୨୦୧୧ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଜାହିର ପ୍ରକାଶ କରିଛନ୍ତି। ଏହି ସିରିଜରେ ଯେଉଁମାନେ ପ୍ରଭାବୀ ବୋଲିଂ କରିବେ ସେମାନେ ବିଶ୍ୱର ଟପ୍‌ ଲାଇନ୍‌ ବୋଲର ଭାବେ ପରିଚିତି ଲାଭ କରିବେ। ଜାହିର ପୁନଶ୍ଚ କହିଛନ୍ତି, ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ୍‌ ଓ୍ବାର୍ନରଙ୍କ ଉପସ୍ଥିତି ଯୋଗୁ ଭାରତକୁ ଅଷ୍ଟ୍ରେଲିଆରେ କଡ଼ା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବରୁ ୨୦୧୮-୧୯ ଅଷ୍ଟ୍ରେଲିଆ ଟୁର୍‌ରେ ଓ୍ବାର୍ନର ଓ ସ୍ମିଥ୍‌ଙ୍କ ଅନୁପସ୍ଥିତିରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଥିଲା। ସେତେବେଳେ ଏହି ଦୁଇ ଖେଳାଳି ବଲ୍‌ ଟ୍ୟାମ୍ପରିଂ ମାମଲାରେ ଏକ ବର୍ଷ ବାସନ୍ଦ ଦଣ୍ଡ ଭୋଗୁଥିଲେ। ଏହି ସିରିଜରେ ଉଭୟ ଦଳର କ୍ୱାଲିଟି ବ୍ୟାଟିଂ ଓ ବୋଲିଂ ଲାଇନ୍‌ ଅପ୍‌ ରହିଥିବାରୁ କାହାରିକୁ ଫେଭରାଇଟ୍‌ କୁହାଯାଇପାରିବ ନାହିଁ। ତେଣୁ ଆଗାମୀ ଟୁର୍‌ ରୋମାଞ୍ଚକ ହେବ। ଅଷ୍ଟ୍ରେଲୀୟ ପେସ୍‌ କିମ୍ବଦନ୍ତୀ ଗ୍ଲେନ୍‌ ମ୍ୟାକ୍‌ଗ୍ରା ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଅଷ୍ଟ୍ରେଲିଆ ଟିମ୍‌କୁ ସ୍ମିଥ୍‌ ଓ ଓ୍ବାର୍ନର ଫେରିଛନ୍ତି ସତ ମାତ୍ର ଭାରତୀୟ ଦଳ ମଧ୍ୟ ସମ ପରିମାଣରେ ଶକ୍ତିଶାଳୀ। ସିରିଜ ଜିତିବା ଲାଗି ସେମାନେ ମାନସିକ ସ୍ତରରେ ଦୃଢମନା ଓ ଆକ୍ରମଣଶୀଳ। ଅଷ୍ଟ୍ରେଲିଆ କଣ୍ଡିଶନରେ କିପରି ସଫଳ ହେବାକୁ ହୁଏ ତାହାର କୌଶଳ ସେମାନେ ଗତଥର ଜାଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri