ପୁଣି ଭୋଟିଂରୁ ଦୂରେଇ ରହିଲା ଭାରତ

ନ୍ୟୁୟର୍କ,୪।୩: ୟୁକ୍ରେନ ଓ ରୁଷିଆ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ଶୁକ୍ରବାର ମିଳିତ ଜାତିସଂଘର ମାନବାଧିକାର ପରିଷଦ ରୁଷିଆ ଓ ୟୁକ୍ରେନ ଯୁଦ୍ଧର ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର କମିଶନ ଗଠନ କରିବାକୁ ଚାହୁଁଥିଲା। ଯାହାକୁ ନେଇ ଭୋଟିଂ କରାଯାଇଥିଲା। କିନ୍ତୁ ଭାରତ ଏହି ଭୋଟିଂରୁ ନିଜକୁ ଦୂରେଇ ରଖିଥିବା ଜଣାପଡ଼ିଛି। ତେବେ ମିଳିତ ଜାତିସଂଘରେ ଭାରତ ବାରମ୍ବାର ନିରପେକ୍ଷ ସାଜି ନିଜକୁ ଭୋଟିଂ ଦୂରେଇ ରଖୁଥିବାରୁ ଅନ୍ୟ ଦେଶର ସଦସ୍ୟଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ବୁଧବାର ମିଳିତ ଜାତିସଂଘର ମହାସଭାରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଥିବା ଏକ ପ୍ରସ୍ତାବ ପାରିତ କରାଯାଇଥିଲା। ଏହି ପ୍ରସ୍ତାବରେ ୧୪୧ ଦେଶ ସମର୍ଥନ ଜଣାଇଥିବା ବେଳେ ୫ଟି ଦେଶ ଏହି ପ୍ରସ୍ତାବ ବିରୋଧରେ ମତଦାନ କରିଥିଲେ। ଅର୍ଥାତ୍‌ ଏହି ୫ଟି ଦେଶ ରୁଷିଆ ସମର୍ଥନରେ ରହିଥିଲେ। ଏତଦ୍‌ ବ୍ୟତୀତ ୩୫ଟି ଦେଶ ଏହି ଭୋଟିଂରେ ଭାଗ ନେଇ ନ ଥିଲେ। ଏହି ଦେଶଗୁଡିକ ମଧ୍ୟରେ ଭାରତ ମଧ୍ୟ ସାମିଲ ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍‌ ସରକାର ଟଳମଳ

ଇସ୍‌ଲାମାବାଦ, ୧୭ା୩: ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ତାଙ୍କ ସମସ୍ୟା ବଢ଼ିଛି। ଶାସକ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌...

ରୁଷିଆରୁ ତେଲ କ୍ରୟ ବନ୍ଦ କରିବ ୟୁରୋପ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦଣ୍ଡିତ କରିବାକୁ ୟୁରୋପୀୟ ସଂଘ(ଇୟୁ) ଏହାର ଅର୍ଥନୀତିକୁ ଟାର୍ଗେଟ କରୁଛି। ରୁଷିଆ ଆୟର ବଡ଼ ଭାଗ ଅଶୋଧିତ...

ରବିବାର ଭୋର୍‌ରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୧।୮: ଇଣ୍ଡୋନେସିଆରେ ରବିବାର ଭୋର୍‌ ୪ଟା ୧୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା...

ରୁଷିଆ-ୟୁକ୍ରେନ ମଧ୍ୟରେ ଯେଉଁ ଯୁଦ୍ଧ ହେବ, ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧଠାରୁ ଭୟଙ୍କର

ଲଣ୍ଡନ,୨୦ା୨: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ଭୟାନକ କଥା କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସବୁଠାରୁ ବଡ଼ ଆକ୍ରମଣ...

ଇରାନୀ ଫିଲ୍ମ ନିର୍ମାତା ଜଫର ପନାହିଙ୍କୁ ମିଳିଲା ଜାମିନ

ତେହେରାନ,୪ ।୨: ଇରାନର ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ମଧ୍ୟରୁ ଜଣେ ଜଫର ପନାହି ତେହେରାନର ଇଭିନ ଜେଲରେ ବନ୍ଦୀ ହେବାକୁ ବିରୋଧ କରି ସରକାରଙ୍କ ବିରୋଧରେ...

ପାକିସ୍ତାନ ମାନବାଧିକାର ବିଷୟରେ ଜାଣିଛି କ’ଣ

ନୂଆଦିଲ୍ଲୀ, ୧୬ା୯: ନିଜ ଦେଶରେ ହିନ୍ଦୁ, ଶିଖଙ୍କ ଭଳି ଅଳ୍ପ ସଂଖ୍ୟକକୁ ସୁରକ୍ଷା ଦେଇପାରୁ ନାହିଁ। ପାକିସ୍ତାନ ଓ ପିଓକେରେ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ହଜାର...

୧୮୫ ଦେଶରେ କରୋନା: ଇଟାଲି ଜନଶୂନ୍ୟ; ଦିନେ ଗହଳି ଥିବା ଅଞ୍ଚଳରେ ଏବେ ଉଡୁଛି ପାରା

ଓ୍ବାଶିଂଟନ,୨୧।୩: ମହାମାରୀ କରୋନା ପୃଥିବୀର ୧୮୫ଟି ଦେଶରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨ ଲକ୍ଷ ୭୫ ହଜାର ୯୯୭ରେ ପହଞ୍ଚିଛି। ଚାଇନାରେ କରୋନା...

ର’ ମୁଖ୍ୟ-ଓଲିଙ୍କ ବୈଠକକୁ ନେଇ ବିବାଦ

କାଠମାଣ୍ଡୁ,୨୪ା୧୦: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମୁଖ୍ୟ ସାମନ୍ତ କୁମାର ଗୋଏଲ ଓ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ମଧ୍ୟରେ ବୁଧବାର ହୋଇଥିବା...

Advertisement
Archives

Model This Week