ବାଇକ୍‌ରେ ଗଞ୍ଜେଇ ନେଇ ଖସିଯିବାକୁ ବସିଥିଲେ, ବାନ୍ଧିନେଲା ପୋଲିସ

ବନ୍ତ,୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବ୍ଲକ ଛକଠାରେ ଗୁରବାର ବିଳମ୍ବିତ ରାତିରେ ପୋଲିସ ବାଇକ୍‌ ଯାଞ୍ଚ କରିଥିଲା। ଯାଞ୍ଚବେଳେ ୧ କିଗ୍ରା ୮୫୯ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ୨ ଯୁବକମାନେ ହେଲେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅଧୀନ ସିକୁଳିପଦା ଗ୍ରାମର ବରଜୁ ନାଏକ ଓ କାଲୁ ପ୍ରଧାନ। ଆଇଆଇସି ଆଦିତ୍ୟ ପ୍ରସାଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ପ୍ରସାଦ କୁମାର ଜେନାଙ୍କ ସମେତ ପୋଲିସ କର୍ମଚାରୀ ବ୍ଲକ ଛକରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ୨ ଯୁବକ ବାଇକ୍‌ ଯୋଗେ ଆନନ୍ଦପୁର ଆଡୁ ଭଦ୍ରକ ଅଭିମୁଖେ ଯାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ଠାରୁ ପୋଲିସ ଚୋରା ଗଞ୍ଜେଇ ଜବତ କରିଥିଲା । ପରେ ତାଙ୍କ ଠାରୁ ଏକ ବାଇକ୍‌, ୨ ଶହ ଟଙ୍କା ଓ ଗୋଟିଏ ଏଟିମ୍‌ କାର୍ଡ ଜବତ କରାଯାଇଛି। ଏନେଇ ଶୁକ୍ରବାର କେସ୍‌ ୩୩/୨୨ରେ ଏକ ମାମଲା ରୁଜ୍ଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୯୦ ଟଙ୍କା ପାଇଁ ହତ୍ୟା: ଦେଢ଼ମାସ ପରେ ଧରାପଡିଲେ ହତ୍ୟାକାରୀ

ସମ୍ବଲପୁର,୨୦ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସୁନାପାଲି ନିକଟ ଏକ ପୋଖରୀ ହୁଡାରୁ କ୍ଷେତିପଡାର ମହମ୍ମଦ ଅଫ୍‌ତାର (୪୫)ଙ୍କ ମୃତଦେହ ପୋଲିସ ଜବତ କରିଥିଲା। ଦେଢମାସ...

୨୦ ଦିନରେ ମୋହରିର ସଂଘର ଧାରଣା

ଆନନ୍ଦପୁର,୧୫ା୪(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ୨୦ ଦିନରେ ପହଞ୍ଚିଛି। ଆନନ୍ଦପୁର ବିକାଶ ପରିଷଦର ଆହ୍ବାନରେ...

ରସାସିଂହରେ ଜ୍ୱର ଆତଙ୍କ:୪ ଡେଙ୍ଗୁ, ୬ ଚିକୁନଗୁନିଆ ରୋଗୀ ଚିହ୍ନଟ

ଢେଙ୍କାନାଳ ଅଫିସ, ୨୮।୯ ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ରସାସିଂହ ଗ୍ରାମରେ ସଂକ୍ରାମକ ଜ୍ୱର ଆତଙ୍କ ଦେଖାଦେଇଛି। ଶୁକ୍ରବାର ରକ୍ତ ନମୁନା ପରୀକ୍ଷା କରାଯିବା ପରେ...

ମାଡିଗଲା ଡମ୍ପର: କ୍ରଶର ପରିସରରେ କାର୍ଯ୍ୟରତ କର୍ମଚାରୀ ମୃତ

ସଜନାଗଡ଼, ୧୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁରସ୍ଥିତ ସାଇ କ୍ରଶରରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଏକ ଡମ୍ପର ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ...

ବର୍ଷାରାଣୀରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୧୩।୨: ରାୟଗଡ଼ା-କୋରାପୁଟ ରାସ୍ତା ସିରିକଣା ତାରିଣୀ ମନ୍ଦିର ନିକଟରେ ଶୁକ୍ରବାର ବିଳମ୍ବତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ ବର୍ଷାରାଣୀରେ ଅଗ୍ନିକାଣ୍ଡ...

କୂଅରେ ପଡ଼ିଥିବା ଚିତା ଉଦ୍ଧାର

ରେଢ଼ାଖୋଲ, ୮।୬(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧୀନ ସାନ ହିଣ୍ଡୋଲ-ମୂଷାକଟା ରାସ୍ତାରେ ଥିବା ଏକ ପରିତ୍ୟକ୍ତ କୂଅରେ ମଙ୍ଗଳବାର ରାତିରେ ଏକ...

ରକ୍ତଅଭାବ ଦୂର ଲାଗି ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ଜୁନାଗଡ,୧୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଆହ୍ବାନକ୍ରମେ ରବିବାର ଜୁନାଗଡ ବ୍ଲକ ଚିଲଗୁଡା ନୀଲମାଧବ ଉଚ୍ଚ ବିଦ୍ୟାଳୟରେ ଜିଲା ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର...

ପର୍ଯ୍ୟଟନ କେନ୍ଦ୍ରରେ ପାର୍କିଂ ଫି ଆଦାୟ ବିବାଦ ତୁଟିଲା: ଦାୟିତ୍ୱ ନେବ ବନ ସଂରକ୍ଷଣ ସମିତି

ଦାରିଙ୍ଗବାଡ଼ି,୧୫।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦାସିଂବାଡିଠାରେ ଥିବା ମିଡ଼ିୟୁବାନ୍ଦା ୱାଟରଫଲ ସମେତ କିରିକୁଟି ଲଭର୍ସ ପଏଣ୍ଟରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା। ଏନେଇ ବିଭିନ୍ନ...

Advertisement
Archives

Model This Week