Posted inଜାତୀୟ

କରୋନାରେ ଏପର୍ଯ୍ୟନ୍ତ ଦେଶରେ ୩୮୨ ଡାକ୍ତରଙ୍କ ମୃତ୍ୟୁ: ଶହୀଦ ମାନ୍ୟତା ଦେବାକୁ ଦାବି

ନୂଆଦିଲ୍ଲୀ,୧୮।୯:ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୧୪,୬୭୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୮୪,୩୭୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ସଂକ୍ରମିତ ମଧ୍ୟରେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) କରୋନା ରୋଗୀଙ୍କ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ପାଇଁ ସ୍ବର ଉତ୍ତୋଳନ କରିଛି। କରୋନା ଯୋଗୁ ମୃତ୍ୟୁ ଘଟିଥିବା ଡାକ୍ତରଙ୍କ ମୃତ୍ୟୁ ବିଷୟରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସଂସଦରେ କୌଣସି ଉଲ୍ଲେଖ କରିନାହାଁନ୍ତି। ଏହାକୁ ନେଇ ଆଇଏମଏ ଅସନ୍ତୋଷ ବ୍ୟକ୍ତ କରିଛି। ଏହି ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ୩୮୨ ଡାକ୍ତରଙ୍କ ତାଲିକା ଆଇଏମଏ ଜାରି କରିଛି। ମୃତ ଡାକ୍ତରଙ୍କୁ ଶହୀଦ ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଆଇଏମଏ ଦାବି କରିଛି। ନିକଟରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଗୃହରେ କହିଥିଲେ ଯେ ଜନସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଡାକ୍ତରଖାନା ରାଜ୍ୟ ଅଧୀନରେ ଆସୁଛି ତେଣୁ କେନ୍ଦ୍ର ସରକାରଙ୍କ ନିକଟରେ ବୀମା କ୍ଷତିପୂରଣର କୌଣସି ତଥ୍ୟ ଉପଲବ୍ଧ ନାହିଁ। ମନ୍ତ୍ରୀଙ୍କ ଏଭଳି ବିବୃତ୍ତିରେ ଆଇଏମ୍‌ଏ ଆପତ୍ତି ଉଠାଇଛି। ଆଇଏମଏ ଅସନ୍ତୋଷ ବ୍ୟକ୍ତ କରି କହିଛି ଯେ ସଂସଦରେ ଏପରି ବିବୃତ୍ତି ଜାତୀୟ ହିରୋମାନଙ୍କୁ ଅପମାନ ଦେବା ସଦୃଶ। ଏଭଳି ସମୟରେ ଲୋକଙ୍କ ପାଇଁ କାମ କରୁଥିବା ରାଷ୍ଟ୍ର ନାୟକଙ୍କ ପାଇଁ ତ୍ୟାଗ ଏବଂ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେବା ଭଳି ହୋଇଛି। ସୂଚନାଯୋଗ୍ୟ, ଆଇଏମଏ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁସାରେ, ଏ ପର୍ଯ୍ୟନ୍ତ କରୋନାରେ ୨୨୩୮ ଡାକ୍ତର ସଂକ୍ରମିତ ହୋଇଛନ୍ତି ଏବଂ ୩୮୨ଜଣଙ୍କର ମୃତ୍ୟୁ ହୋଇଛି। ଆଇଏମଏ କହିଛି ଯେ  ଯଦି ସରକାର କରୋନା ସଂକ୍ରମିତ ଏବଂ ଏଥିରେ ମୃତ ଡାକ୍ତର ଏବଂ ଏବ ସ୍ବାସ୍ଥ୍ୟ କର୍ମୀଙ୍କ ତଥ୍ୟ ଦେଇ ପାରିବେ ନାହିଁ, ତେବେ ମହାମାରୀ ଅଧିନିୟମ, ୧୮୯୭ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ କାର୍ଯ୍ୟକାରୀ କରିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ଆଇଏମଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରଥମ: ନିଜକୁ ବିବାହ କରିବାକୁ ଯାଉଛନ୍ତି ଏହି ଯୁବତୀ

ବରୋଦା,୨।୬: ଆଜିକାଲି ବିବାହ ଋତୁ ଚାଲିଛି। ଅନେକ ଯୋଡିଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। କିନ୍ତୁ ଆସନ୍ତା ଜୁନ ୧୧ରେ ଗୁଜରାଟରେ ଏକ ନିଆରା...

ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପୂର୍ବରୁ ଭାଜପା ସଂସଦୀୟ ଦଳର ବୈଠକ ଆରମ୍ଭ, ପ୍ରଧାନମନ୍ତ୍ରୀ ବି ସାମିଲ

ନୂଆଦିଲ୍ଲୀ,୮।୮: ଆଜି ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହାପୂର୍ବରୁ ସଂସଦ ଭବନରେ ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହେଉଛି।...

୨ ହଜାର କିମି ଚାଲି ଚାଲି ଘରେ ପହଞ୍ଚିଲେ ଶ୍ରମିକ, ଘର ପାଖରେ ସାପ କାମୁଡିବାରୁ ଜୀବନଗଲା

ଗୋଣ୍ଡା,୨।୬: ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଙ୍ଗାଲୁରୁରୁ ଗୋଣ୍ଡା ପ୍ରାୟ ୨ ହଜାର କିମି ଚାଲି ଚାଲି ଆସିଥିବା ଜଣେ ଶ୍ରମିକଙ୍କ...

ଉତ୍ତର ପ୍ରଦେଶ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୫୮ ଆସନରେ ୬୦% ମତଦାନ

ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ଟି...

ପୋଖରାନ୍‌ରୁ ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ: ବଦଳିବ ଆଣବିକ ଅସ୍ତ୍ର ପ୍ରୟୋଗ ନୀତି

ଜୟପୁର/ନୂଆଦିଲ୍ଲୀ,୧୭ା୮(ପି.ଟି.) : ଭାରତ କୌଣସି ରାଷ୍ଟ୍ର ଉପରେ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଅଦ୍ୟାବଧି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏହି ‘ନୋ ଫାଷ୍ଟ...

ପଙ୍ଗପାଳ ମାଡ଼ିଆସିଲେଣି

ନୂଆଦିଲ୍ଲୀ,୨୭ା୫: ଭାରତୀୟମାନେ କରୋନା ଭୂତାଣୁ ସହ ଲଢ଼େଇ କରୁଥିବାବେଳେ ବିଦେଶରୁ ମାଡ଼ିଆସିଛି ଆଉ ଏକ ବିପଜ୍ଜନକ କୀଟ। ଆଫ୍ରିକୀୟ ଦେଶଗୁଡ଼ିକରୁ ପାକିସ୍ତାନ ପଟୁ ଆସିଥିବା ବହୁ...

ବଢୁଛି ଜିକା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା

କାନପୁର,୭।୧୧: ଉତ୍ତରପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଏଠାରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ...

ମୋଦିଙ୍କର ହେଉ ଲାଏ ଡିଟେକ୍ଟର ଟେଷ୍ଟ୍‌, ଏଏପିର ଦାବି…

ନୂଆଦିଲ୍ଲୀ,୧୮।୧୦ : ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ପ୍ରଶ୍ନ କରିଛି। ସିବିଆଇର ପଚରାଉଚରା ପରେ...

Advertisement
Archives

Model This Week