Posted inଜାତୀୟ

କରୋନାରେ ଏପର୍ଯ୍ୟନ୍ତ ଦେଶରେ ୩୮୨ ଡାକ୍ତରଙ୍କ ମୃତ୍ୟୁ: ଶହୀଦ ମାନ୍ୟତା ଦେବାକୁ ଦାବି

ନୂଆଦିଲ୍ଲୀ,୧୮।୯:ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୧୪,୬୭୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୮୪,୩୭୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ସଂକ୍ରମିତ ମଧ୍ୟରେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) କରୋନା ରୋଗୀଙ୍କ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ପାଇଁ ସ୍ବର ଉତ୍ତୋଳନ କରିଛି। କରୋନା ଯୋଗୁ ମୃତ୍ୟୁ ଘଟିଥିବା ଡାକ୍ତରଙ୍କ ମୃତ୍ୟୁ ବିଷୟରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସଂସଦରେ କୌଣସି ଉଲ୍ଲେଖ କରିନାହାଁନ୍ତି। ଏହାକୁ ନେଇ ଆଇଏମଏ ଅସନ୍ତୋଷ ବ୍ୟକ୍ତ କରିଛି। ଏହି ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ୩୮୨ ଡାକ୍ତରଙ୍କ ତାଲିକା ଆଇଏମଏ ଜାରି କରିଛି। ମୃତ ଡାକ୍ତରଙ୍କୁ ଶହୀଦ ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଆଇଏମଏ ଦାବି କରିଛି। ନିକଟରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଗୃହରେ କହିଥିଲେ ଯେ ଜନସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଡାକ୍ତରଖାନା ରାଜ୍ୟ ଅଧୀନରେ ଆସୁଛି ତେଣୁ କେନ୍ଦ୍ର ସରକାରଙ୍କ ନିକଟରେ ବୀମା କ୍ଷତିପୂରଣର କୌଣସି ତଥ୍ୟ ଉପଲବ୍ଧ ନାହିଁ। ମନ୍ତ୍ରୀଙ୍କ ଏଭଳି ବିବୃତ୍ତିରେ ଆଇଏମ୍‌ଏ ଆପତ୍ତି ଉଠାଇଛି। ଆଇଏମଏ ଅସନ୍ତୋଷ ବ୍ୟକ୍ତ କରି କହିଛି ଯେ ସଂସଦରେ ଏପରି ବିବୃତ୍ତି ଜାତୀୟ ହିରୋମାନଙ୍କୁ ଅପମାନ ଦେବା ସଦୃଶ। ଏଭଳି ସମୟରେ ଲୋକଙ୍କ ପାଇଁ କାମ କରୁଥିବା ରାଷ୍ଟ୍ର ନାୟକଙ୍କ ପାଇଁ ତ୍ୟାଗ ଏବଂ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେବା ଭଳି ହୋଇଛି। ସୂଚନାଯୋଗ୍ୟ, ଆଇଏମଏ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁସାରେ, ଏ ପର୍ଯ୍ୟନ୍ତ କରୋନାରେ ୨୨୩୮ ଡାକ୍ତର ସଂକ୍ରମିତ ହୋଇଛନ୍ତି ଏବଂ ୩୮୨ଜଣଙ୍କର ମୃତ୍ୟୁ ହୋଇଛି। ଆଇଏମଏ କହିଛି ଯେ  ଯଦି ସରକାର କରୋନା ସଂକ୍ରମିତ ଏବଂ ଏଥିରେ ମୃତ ଡାକ୍ତର ଏବଂ ଏବ ସ୍ବାସ୍ଥ୍ୟ କର୍ମୀଙ୍କ ତଥ୍ୟ ଦେଇ ପାରିବେ ନାହିଁ, ତେବେ ମହାମାରୀ ଅଧିନିୟମ, ୧୮୯୭ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ କାର୍ଯ୍ୟକାରୀ କରିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ଆଇଏମଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?