Posted inଫୁରସତ

ଆଜାଦୀର ମହୋତ୍ସବ

ଆସନ୍ତାକାଲି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବ ଆଜାଦୀର ଅମୃତ ମହୋତ୍ସବ। ଦେଶର ପ୍ରତିଟି ଘରେ ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା । ତେବେ ଏହି ବିଶେଷ
ଦିବସକୁ ସ୍ମରଣୀୟ କରିବା ଲାଗି ଭାରତବର୍ଷର ବିଭିନ୍ନ
ସ୍ଥାନରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା…

ସ୍ବାଧୀନ ଭାରତର ନାଗରିକ ଭାବେ ଆମେ ସମସ୍ତେ ଗର୍ବିତ। ଏହି ଆନନ୍ଦର ମୁହୂର୍ତ୍ତକୁ ଆସନ୍ତାକାଲି ପୂରୁଛି ୭୫ବର୍ଷ, ଯାହାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସାରା ଦେଶ ଏବେ ଉତ୍ସବମୁଖର । ତେବେ ଏହି ଅବସରକୁ ସ୍ମରଣୀୟ କରିବାକୁ କ’ଣ ରହିଛି ଯୁବପିଢ଼ିଙ୍କ ପ୍ଲାନିଂ, ସେ ସମ୍ପର୍କରେ ବିଶେଷ ଉପସ୍ଥାପନା…
ସମୂହ ରାଷ୍ଟ୍ରଗାନ ସହ ଜାଳିବୁ ଦୀପ
ଲୋହିତ ମହାପାତ୍ର (ଗୋଡ଼ିପଡ଼ା, ଖୋର୍ଦ୍ଧା)- ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆମ ଗ୍ରାମର ଯୁବକ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘର୍‌ ଘର୍‌ ତ୍ରିରଙ୍ଗା ଅଭିଯାନର ବାର୍ତ୍ତା ଦେଇଛନ୍ତି। ଏହି ଅଭିଯାନରେ ସାମିଲ ହେବା ଲାଗି ଆମ ସଂଘ ପକ୍ଷରୁ ଗ୍ରାମରେ ପ୍ରତି ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ସଚେତନ କରାଯାଇଛି। ସ୍ବାଧୀନତା ଦିବସରେ ଅମର ଶହୀଦଙ୍କ ଉଦ୍ଦେଶ୍ୟରେ ନିଜ ଠାକୁର ଘରେ ଦୀପ ଜାଳିବାକୁ ଆହ୍ବାନ ଦିଆଯାଇଛି। ଚଳିତବର୍ଷ ସ୍ବାଧୀନତା ଦିବସକୁ ସ୍ମରଣୀୟ କରିବା ଲାଗି ବହୁ ଯୋଜନା ହାତକୁ ନିଆଯାଇଛି। ଗ୍ରାମବାସୀଙ୍କ ଦ୍ୱାରା ସମୂହ ରାଷ୍ଟ୍ରଗାନ କରାଯିବା ସହ ସନ୍ଧ୍ୟାରେ ମନ୍ଦିରରେ ୭୫ ପ୍ରଦୀପ ପ୍ରଜ୍ବଳନ କରାଯିବ।
ସାମୂହିକ ତ୍ରିରଙ୍ଗା ଶୋଭାଯାତ୍ରା କରୁଛୁ
ତାରା ପ୍ରସାଦ ଦାଶ (ପୁରୀ)- ଆଜି ଆମେ ସ୍ବାଧୀନ ଭାରତର ନାଗରିକ ବୋଲି ଆନନ୍ଦିତ। ତେଣୁ ଆମ ଗର୍ବ ଆଉ ଗୌରବର ପ୍ରତୀକ ତ୍ରିରଙ୍ଗାକୁ ସ୍ବତନ୍ତ୍ରତାର ଅମୃତ ମହୋତ୍ସବ ଅବସରରେ ପୁରୀରେ ତିନିଦିନ ଧରି ସାମୂହିକ ଶୋଭାଯାତ୍ରା ଆୟୋଜନ କରିଥିଲୁ। ସୋମବାର ୭୬ତମ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପରେ ମିଷ୍ଟାନ୍ନ ବଣ୍ଟନ, ଭୋଜିଭାତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛି। ସର୍ବୋପରି ବ୍ୟାପକ ଚାରାରୋପଣ ଓ ଭାରତ ମାତାର ପୂଜନ ଉତ୍ସବ ଆୟୋଜନ କରିଛୁ।
ସ୍ବାଧୀନତା ଦିବସରେ କରିବୁ ବୃକ୍ଷରୋପଣ
ଆଶିଷ ବିଭୁରେନ୍ଦ୍ର ଛୋଟରାୟ (ଭାଲିଆବାଡ଼ି, ଖୋର୍ଦ୍ଧା)- ପ୍ରତିବର୍ଷ ସ୍ବାଧୀନତା ଦିବସକୁ ଆଡ଼ମ୍ବର ସହକାରେ ପାଳନ କରୁ। କୋଭିଡ୍‌ କଟକଣା ଯୋଗୁ ଦୁଇ ବର୍ଷ ଫିକା ପଡ଼ିଥିଲା। ଚଳିତବର୍ଷ ଆଜାଦୀ କା ଅମୃତ ମହୋତ୍ସବକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଗ୍ରାମର ସମସ୍ତ ଯୁବକ ମିଶି ଅନେକ ଯୋଜନା କରିଛୁ। ଘର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସହ ସମୂହ ରାଷ୍ଟ୍ରଗାନ ଆୟୋଜନ କରାଉଛୁ। ୭୬ତମ ସ୍ବାଧୀନତା ଦିବସ ଅବସରରେ ୭୫ଟି ଦୀପ ଜାଳି ଜାତୀୟ ପତାକା ଉତ୍ତୋଳନ କରିବୁ। ପରିବେଶ ସୁରକ୍ଷା ନିମନ୍ତେ ଚାରାରୋପଣ କରାଯିବାର ବିଶେଷ ଯୋଜନା ରଖିଛୁ। ଏହା ବ୍ୟତୀତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଜନା ରହିଛି।
ବୀର ଶହୀଦମାନଙ୍କ ପାଇଁ
ଦୀପ ପ୍ରଜ୍ୱଳନ କରିବୁ
ରୋଜାଲିନ୍‌ ପଣ୍ଡା (ପୁରୀ)- ଆମର ଜନ୍ମ ଏହି ସ୍ବାଧୀନ ଭାରତରେ ହୋଇଥିବାରୁ ଆମେ ଭାଗ୍ୟବାନ୍‌। ପ୍ରତିବର୍ଷ ଆମେ ଏହି ଦିନକୁ ପାଳନ କରିଆସୁଛୁ ସତ, ହେଲେ ଏଥର ସେଲିବ୍ରେଶନ୍‌ କେବଳ ସ୍କୁଲ୍‌, କଲେଜ କିମ୍ବା କୌଣସି ଅନୁଷ୍ଠାନରେ ସୀମିତ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଭାରତର ପ୍ରତିଟି ଘରେ ଏହା ପାଳନ ହେବ। ଆମେ ବି ଘରେ ୩ଦିନ ତ୍ରିରଙ୍ଗା ଉଡ଼ାଉଛୁ। କାଲି ସପରିବାର, ବନ୍ଧୁବର୍ଗ ଓ ସମ୍ପର୍କୀୟ ମିଶି ଛାତ ଉପରେ ପତାକା ଉତ୍ତୋଳନ କରି ପ୍ରଥମ ଥର ପାଇଁ ଏକାଠି ଜାତୀୟ ସଂଗୀତ ଗାନକରିବୁ। ଦେଶ ପାଇଁ ବଳିଦାନ ଦେଇ ଆମକୁ ସ୍ବତନ୍ତ୍ରତାର ସ୍ବାଦ ଚଖାଇଥିବା ବୀର ଶହୀଦମାନଙ୍କ ପାଇଁ ଦୀପ ପ୍ରଜ୍ୱଳନ କରିବୁ। ସଂଧ୍ୟାରେ ସାହିପଡ଼ିଶା ପିଲାମାନଙ୍କୁ ନେଇ ନୃତ୍ୟସଂଗୀତ କାର୍ଯ୍ୟକ୍ରମ କରିବୁ।
ସୋସିଆଲ ମିଡିଆରେ
ଦେବୁ ଶହୀଦଙ୍କ ଡକ୍ୟୁମେଣ୍ଟାରି
ଆଦିତ୍ୟ ମହାରଣା (ଗୁରୁଜଙ୍ଗ, ଖୋର୍ଦ୍ଧା)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ୨୦ରୁ ଊଦ୍ଧର୍‌ବ ଯୁବକଙ୍କୁ ନେଇ ଅମୃତ ମହୋତ୍ସବ ସମିତି ଗଠନ କରାଯାଇଛି। ଏହା ମାଧ୍ୟମରେ ବହୁ କାର୍ଯ୍ୟକ୍ରମ ଜାରି ରହିଛି। ଘର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ଲାଗି ଆହ୍ବାନ କରାଯାଉଛି। ଏହିଦିନ ପାଇଁ ଆମର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଆମେ ଅମର ଶହୀଦଙ୍କ ସମ୍ପର୍କରେ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପ୍ରସାର ପ୍ରଚାର କରିବୁ। ଏହି ବିଶେଷ ଦିନରେ ଚାରାରୋପଣ ସହ ଭାରତ ମାତା ପୂଜନ ଉତ୍ସବ ବି କରାଯିବ।

 

ସ୍ବାଧୀନତା ଦିବସରେ
ଅସହାୟଙ୍କୁ ଖାଦ୍ୟ ବଣ୍ଟନ
ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ସ୍କୁଲ, କଲେଜଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସଭିଏଁ ପ୍ରସ୍ତୁତ। କିନ୍ତୁ ଏଭଳି କିଛି ସଙ୍ଗଠନ ରହିଛନ୍ତି, ଯେଉଁମାନେ ସ୍ବାଧୀନତା ଦିବସକୁ ଅଭିନବ ଢଙ୍ଗରେ ପାଳନ କରୁଛନ୍ତି। ଏଥିରୁ ବାଦ୍‌ପଡ଼ିନି ବ୍ରହ୍ମପୁର ସହରର କାହ୍ନା ଚାରିଟେବୁଲ ଟ୍ରଷ୍ଟ। ଏହି ସଂଘ ପ୍ରତି ସ୍ବାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିଥାଏ। ଚଳିତ ଥର ଟ୍ରଷ୍ଟ ପକ୍ଷରୁ ପ୍ରାୟ ୫୦୦ ଜଣ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରହିଥିବା ଟ୍ରଷ୍ଟର ସଭାପତି ରଞ୍ଜନା ମିଶ୍ର କହିଛନ୍ତି। ଏହି ଦିନ ସ୍ବାଧୀନତା ଦିବସ ପତାକା ଉତ୍ତୋଳନ ସହ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ସେ କହିଛନ୍ତି। ପ୍ରତି ବର୍ଷ ଭଳି ଏଥର ବି ଟ୍ରଷ୍ଟ ପକ୍ଷରୁ ସ୍ବାଧୀନତା ଦିବସ ଅବସରରେ ବସ୍ତ୍ର ବଣ୍ଟନ ସହ ବୟସ୍କ ଲୋକଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ ବୋଲି ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?