Posted inଖେଳ

ଅଲୋଡା ରେକର୍ଡ କଲେ ରୋହିତ ଶର୍ମା: ପ୍ରଥମ ଭାରତୀୟ ଅଧିନାୟକ ଭାବେ ସିରିଜ୍‌ ମଝିରୁ ପଡ଼ିଲେ ବାଦ୍‌

ସିଡନୀ,୩।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଟେଷ୍ଟରେ ଶୁଭମାନ ଗିଲଙ୍କୁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ସୁଯୋଗ ଦିଆଯାଇଛି ଏବଂ ଆକାଶ ଦୀପଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସୁଯୋଗ ଦିଆଯାଇଛି।
ଷ୍ଟାଣ୍ଡ-ଇନ ଅଧିନାୟକ ଜସପ୍ରୀତ ବୁମ୍‌ରା କହିଛନ୍ତି, ରୋହିତ ଏହି ମ୍ୟାଚ ପାଇଁ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ହିଟମ୍ୟାନ ଖେଳୁ ନ ଥିବାରୁ ଅନେକ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି।
ତେବେ ରୋହିତ ମଧ୍ୟ ଏକ ଅଲୋଡା ରେକର୍ଡ କରିଛନ୍ତି। ସେ ଭାରତର ପ୍ରଥମ ଅଧିନାୟକ, ଯିଏ ଦ୍ୱିପାକ୍ଷିକ ସିରିଜ ମଝିରେ ପ୍ଲେ -୧୧ରୁ ଓହରି ଯାଇଛନ୍ତି। ପୂର୍ବରୁ କୌଣସି ସିରିଜ ମଝିରେ ଜଣେ ଭାରତୀୟ ଅଧିନାୟକ ଦଳରୁ ଓହରି ନାହାଁନ୍ତି। ତେବେ, ମୋଟାମୋଟି ଭାବେ କ୍ରିକେଟ ସାରା ବିଶ୍ୱରେ ଏହା ଚାରିଥର ଘଟିଛି। ରୋହିତଙ୍କ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ମିସବାହ-ଉଲ-ହକ, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦୀନେଶ ଚାନ୍ଦିମାଲ ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକ ଡେନେସଙ୍କୁ ପ୍ଲେ-୧୧ରୁ ଓହରି ଯାଇଥିଲେ। ୧୯୭୪ ଆଶେସରେ ସର୍ବପ୍ରଥମ ଘଟଣା ଘଟିଥିଲା, ଯେତେବେଳେ ଡେନେସ ସିରିଜର ଚତୁର୍ଥ ଟେଷ୍ଟରୁ ନିଜକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଜନ ଏଡ୍ରିଚ ତାଙ୍କୁ ଅଧିନାୟକ ଭାବରେ ବଦଳାଇଲେ। ତେବେ ଏହା ପରେ ଡେନିସ ଆଡିଲେଡ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରି ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ତା’ପରେ ମେଲବୋର୍ନରେ ଚାଲିଥିବା ସିରିଜର ଷଷ୍ଠ ଟେଷ୍ଟରେ ସେ ୧୮୧ ରନ ଇନିଂସ ଖେଳି ଇଂଲଣ୍ଡ ଏକ ଇନିଂସରେ ଜିତିଥିଲେ।
ଅଷ୍ଟ୍ରେଲିଆ ଗସ୍ତରେ ବ୍ୟକ୍ତିଗତ କାରଣରୁ ପର୍ଥରେ ପ୍ରଥମ ଟେଷ୍ଟରୁ ଦୂରେଇ ରହିବା ପରେ ରୋହିତ ଆଡିଲେଡରେ ଦ୍ୱିତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ସେ ଫ୍ଲପ୍‌ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜର ଦ୍ୱିତୀୟ ଟେଷ୍ଟରୁ ଫେରିବା ପରେ ସେ ତିନୋଟି ମ୍ୟାଚର ପାଞ୍ଚ ଇନିଂସରେ ମାତ୍ର ୩୧ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ସେ ଏହି ସିରିଜରେ ୯, ୩, ୧୦, ୬ ଏବଂ ୩ ରନ ଖେଳିଛନ୍ତି। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟ ସିରିଜରେ ସେ ତିନୋଟି ଟେଷ୍ଟରେ ମାତ୍ର ୯୩ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ବରିଷ୍ଠ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ

ଦାରିଙ୍ଗବାଡି,୬।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ…

ଅଧରାତିରେ ଗୁହାଳରୁ ୧୪ ଛେଳି ଗାଏବ: ମାଲିକ କହିଲେ…

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରୁ ୧୪ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି l ବୁଧବାର ବିଳମ୍ବିତ…

ଗମନାଗମନରେ ଘୋଡ଼ାଘାଟ ନଦୀ ସାଜିଛି ବାଧକ: ଲୋକେ ହନ୍ତସନ୍ତ

ନୂଆପଡ଼ା,୭ା୫ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଭଇଷାଦାଦର ଗଁାର ବରପଦର ପଡ଼ାବାସୀଙ୍କ ଗମନାଗମନରେ ଘୋଡ଼ାଘାଟ ନଦୀ ବାଧକ ସାଜିଛି। ବରପଦର ପଡ଼ାରେ ୨୦ରୁ ଊର୍ଦ୍ଧ୍ୱ…

ଉଚ୍ଛେଦ ହେଉଛି, ଥଇଥାନ ହେଉନି: ଜୀବନ ଜୀବିକା ଦୁର୍ବିଷହ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ…

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ପାଣିପାଗ ବିଭାଗର ଆଲର୍ଟ, ୧୦ରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ!

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ): ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

ପିଏଙ୍କ ହତ୍ୟା ପରେ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ, ସିଧା କହିଦେଲେ ହତ୍ୟାକାରୀ…ପଶ୍ଚିମବଙ୍ଗରେ ଚହଳ

କୋଲକାତା,୭।୫: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri