ଚିନ୍ତା ବଢ଼ାଉଛି ସୀମାନ୍ତବର୍ତ୍ତୀ ୩ ଜିଲା: ସ୍ଥିତି ସମୀକ୍ଷା ପାଇଁ ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର,୨।୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏ ନେଇ ପୋଲିସ ଡିଜି ଅଭୟ ସୀମାନ୍ତବର୍ତ୍ତୀ ୩ଟି ଜିଲା ଗସ୍ତରେ ଯାଇ କୋଭିଡ୍‌ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ରାଉରକେଲାଠାରେ ପହଞ୍ଚି ସୁନ୍ଦରଗଡ଼ ଜିଲା ଓ ରାଉରକେଲାରେ କୋଭିଡ୍‌ ସ୍ଥିତି ଓ ପୋଲିସ ଏନଫୋର୍ସମେଣ୍ଟ ଉପରେ ଅନୁଧ୍ୟାନ କରିଛନ୍ତି । ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସେ ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ଆଇନ ଶୃଙ୍ଖଳା ଏଡିଜି, ସୁନ୍ଦରଗଡ଼ ଓ ରାଉରକେଲା ଏସ୍‌ପି ମଧ୍ୟ ଉପସ୍ଥିତ ରହିଛନ୍ତି। ପରେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ କୋଭିଡ ମୁକାବିଲା ଓ ପରିଚାଳନାରେ ପୋଲିସ କାର୍ଯ୍ୟର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ କମୁଛି ବାଳିକା ଉପସ୍ଥାନ

ଭଣ୍ଡାରିପୋଖରୀ,୩।୩(ଡି.ଏନ.ଏ.)-ବାଳିକା ସମୃଦ୍ଧି ଯୋଜନା ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ସାଧାରଣତଃ ସର୍ବଶିକ୍ଷା ଅଭିଯାନରେ ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ...

ସାନିଟାଇଜ୍‌ ହେଲା ସଂକ୍ରାମକ ରୋଗ ଚିକିତ୍ସାଳୟ

ପୁରୀ ଅଫିସ,୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)କୁ ସାନିଟାଇଜ୍‌ କରାଯାଇଛି। ଏହା ପରିସରରେ ଥିବା...

ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ‘ଗୀତିକବିତା ପୁରସ୍କାର’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ବିଶିଷ୍ଟ ଗୀତିକାର, ପ୍ରଯୋଜକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିକୁ ଉଜ୍ଜୀବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ‘ଶାରଦା...

ଫସି ରହିଛନ୍ତି ଶତାଧିକ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କଟକଣା ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୨୨ରୁ...

ଇ-ଡେସ୍‌ପାଚ୍‌ରେ ତଥ୍ୟ ଦେଉନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସାଧାରଣ ଲୋକଙ୍କ ନିକଟରେ ପହଞ୍ଚତ୍ବାକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ‘୫-ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ ସମସ୍ତ...

ଟ୍ରାଫିକ ନିୟମ ଉଲ୍ଲଂଘନ: ଦୁଇ ମାସରେ ଆଦାୟ ହୋଇଛି ଦେଢ଼ କୋଟି ଟଙ୍କା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି। ସେପ୍ଟେମ୍ବର ୧ରୁ ନଭେମ୍ବର ୧...

ରାଜ୍ୟ ବଜେଟ ୨୦୨୦-୨୧: ବଜେଟରେ କ’ଣ ନୂଆ

ବଜେଟରେ କ’ଣ ନୂଆ ଇ-ବଜେଟର ପ୍ରଚଳନ, ଯାହାକି ପରିବେଶ ଅନୁକୂଳ ପଦକ୍ଷେପ ହୋଇପାରିଛି। ସ୍ବତନ୍ତ୍ର ମୋବାଇଲ ଆପ୍‌, ଯାହାକି ଗୁଗଲ ପ୍ଲେ ଷ୍ଟୋର୍‌ ଏବଂ ଆପଲ୍‌...

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬%, ତିର୍ତ୍ତୋଲରେ ୩୯.୬୮ % ମତଦାନ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଉଭୟ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରିରହିଛି। ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...

Advertisement


Archives

Model This Week

Why Dharitri