ବଢ଼ିଲା ଅନୁକମ୍ପା ରାଶି

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ମାଓବାଦୀ ଆକ୍ରମଣ କିମ୍ବା କୌଣସି ସନ୍ତ୍ରାସବାଦ କାର୍ଯ୍ୟକଳାପରେ ନିହତ ଯବାନ ଓ ସାଧାରଣ ଲୋକଙ୍କ ଆତ୍ମୀୟଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କରାଯାଇଛି। ସୁରକ୍ଷା କର୍ମୀ କର୍ତ୍ତବ୍ୟ ସମ୍ପାଦନ ବେଳେ ଯଦି ମାଓବାଦୀ ଆକ୍ରମଣରେ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ନିକଟତମ ଆତ୍ମୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣ ୨୦ରୁ ୪୦ ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଜଣେ ସାଧାରଣ ଲୋକ ମାଓବାଦୀ କାର୍ଯ୍ୟକଳାପରେ ମୃତ୍ୟୁବରଣ କଲେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଚଳିତ ବର୍ଷ ମାଓବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ସକାଶେ ଆନୁଆଲ ଓ୍ବାର୍କ ପ୍ଲାନ୍‌(ଏଡବ୍ଲ୍ୟୁପି) ବାବଦରେ ୮୫.୮୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ଅନୁମୋଦନ କରାଯାଇଛି। ମାଓବାଦୀପ୍ରବଣ ଅଞ୍ଚଳଗୁଡ଼ିକରେ ଲୋକମାନଙ୍କର ବିଶ୍ୱାସଭାଜନ ହୋଇ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କର ଶିକ୍ଷା ଓ ବିକଳ୍ପ ଜୀବିକା ଦିଗରେ କାର୍ଯ୍ୟ କରି ଲୋକମାନଙ୍କର ବିଶ୍ୱସନୀୟତାକୁ ବଢ଼ାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କୋରାପୁଟ ଜିଲାର ସ୍ବାଭିମାନ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିଛି। ଏକଦା ଏହି ଅଞ୍ଚଳ ମାଓବାଦୀଙ୍କର ଗଡ଼ ଭାବେ ପରିଚିତ ଥିଲା। ବିକାଶମୂଳକ କାର୍ଯ୍ୟ ଯୋଗୁ ସେହି ଅଞ୍ଚଳ ମାଓବାଦୀ ମୁକ୍ତ ହୋଇପାରିବ। ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ୨୦୨୧-୨୨ରେ ୫୦.୫୬ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହାକୁ ୫୦% ଅଧିକ ବୃଦ୍ଧି କରାଯାଇଛି। ମାଓବାଦୀ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ନିୟୋଜିତ ହୋଇଥିବା ସୁରକ୍ଷା କର୍ମୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଆଇଜି ଅପରେଶନ ଅମିତାଭ ଠାକୁର, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଏବଂ ପୋଲିସ ଓ ଗୋଇନ୍ଦା ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?